May 28, 2026

ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡ଼ି

IMG-20260527-WA0031
Share

ପାରଳାଖେମୁଣ୍ଡି -(କୃଷ୍ଣ କୁମାର ବେହେରା)- ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡ଼ି। ଯୁବ ଛାତ୍ର ଜନତା ଦଳ ଓ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସହରର ମଧ୍ୟବର୍ତ୍ତୀ ଜଙ୍ଗମ ସାହି ଛକରେ ଟାୟାର ଜାଳି ରାସ୍ତାରୋକ କରି ସରକାରଙ୍କ ଉପରେ ବର୍ଷିଛନ୍ତି ଯୁବ , ଛାତ୍ର, ମହିଳା ଜନତା ଦଳର ଶତାଧିକ କର୍ମୀ ଓ ସାଧାରଣ ଜନତା। ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି ଯାହା ଫଳରେ ସାଧାରଣ ଲୋକଙ୍କ ଜୀବନ ଜିବୀକା ନିର୍ବାହ କଷ୍ଟକର ହୋଇପଡିଛି। ସାଧାରଣତ ଜନତା ପ୍ରତିଦିନ ନାହଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସରକାର କୈଣସି ଖାତିରି ନକରି ଦର ବୃଦ୍ଧି କରିଚାଲିଛନ୍ତି। ଆଗାମୀ ଦିନରେ ପ୍ରେଟ୍ରଲ ଡିଜେଲ ଦାମ୍ ନକମେଇଲେ ରାଜରାସ୍ତାକୁ ବିଜେଡି ନେତା କର୍ମୀ ବିକ୍ଷଭ କରିବେ ବୋଲି ଜଣାଇଛନ୍ତି, ଏହି କାର୍ଯ୍ୟକ୍ରମ ରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ମହିଳା ସଭାନେତ୍ରୀ ସଂଯୁକ୍ତ ବେହେରା, ଯୁବ ସଭାପତି ବିଶ୍ୱଜିତ୍ ତ୍ରିପାଠୀ, ତନୁଜା ଶତପଥୀ, , ସରପଞ୍ଚ ତେଜେସ୍ୱର୍ ରାଓ, ନଗର ସଭାପତି ସୁଧିରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ