May 28, 2026

ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କାର୍ଯ୍ୟକାରୀ ସଦସ୍ୟ ହେଲେ ସମ୍ବଲପୁରର ଲୋକାନୃତ୍ୟ ଗୁରୁ ରଞ୍ଜନ ସାହୁ 

IMG-20260527-WA0015
Share

 

 

ସମ୍ବଲପୁର, ୨୭.୦୫:କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ( ଇ.ଜେଡ.ସି.ସି.) ର ଗଭର୍ନିଙ୍ଗ ବୋର୍ଡ ର କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ସମ୍ବଲପୁର ର ଲୋକାନୃତ୍ୟ ଗୁରୁ ରଞ୍ଜନ ସାହୁ। ଯିଏ କି ଓଡିଶା ପ୍ରଦେଶ ରୁ ପ୍ରତିନିଧିତ୍ୱ କରିବେ ଶ୍ରୀ ସାହୁ।ଏହି ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ରେ ବିଭିନ୍ନ ରାଜ୍ୟରୁ ନଅ ଜଣ ସଦସ୍ୟ କେନ୍ଦ୍ର ସରକାର ଙ୍କର ଦ୍ୱାରା ମନୋନୀତ ହୋଇଥାନ୍ତି।

ସୂଚନା ଯୋଗ୍ୟ ଯେ ଶ୍ରୀ ସାହୁ ଯୁବାବସ୍ଥା ରୁ ସମ୍ବଲପୁରୀ ଲୋକ ନୃତ୍ୟ ଓ ଲୋକବାଦ୍ୟ ସହ ଯୋଡି ହୋଇଛନ୍ତି।ପ୍ରାରମ୍ଭ ରେ ଲୋକ ବାଦ୍ୟ ସହ ଜଡିତ ହୋଇ ଜବାନ କ୍ଲବ ସହ ଜଡିତ ଥିଲେ।ପରବର୍ତ୍ତୀ ଅବସ୍ଥା ରେ ସମ୍ବଲପୁରୀ ଲୋକ ନୃତ୍ୟ ସଂସ୍ଥା ଓ ଉକିଆ ପରି ସଂସ୍ଥା ଗଢି ଲୋକନୃତ୍ୟ ପାଇଁ କାର୍ଯ୍ୟ କରିଆସିଛନ୍ତି। ତାଙ୍କରି ଏହି ଲୋକାନୃତ୍ୟ ସହ ଜୀବନ ଯାତ୍ରାରେ ହଜାର ହଜାର ଲୋକାନୃତ୍ୟ ଶିଳ୍ପୀ ଙ୍କୁ ଗଢିଛନ୍ତି।ଆକାଶବାଣୀ ଓ ଦୂରଦର୍ଶନ ସହ ଜଡିତ ହୋଇ ଶତାଧିକ କାର୍ଯ୍ୟକ୍ରମ ରେ ସାମିଲ ହୋଇ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।କେବଳ ସେତିକି ନୁହେଁ, ଶ୍ରୀ ସାହୁ ସମ୍ବଲପୁରୀ ଲୋକ ନୃତ୍ୟ କୁ ନେଇ ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ମଞ୍ଚ ରେ ପ୍ରଦର୍ଶନ କରି ନିଜର ଦାୟିତ୍ୱ ସମ୍ପାଦନ କରିଆସିଛନ୍ତି।ଶ୍ରୀ ସାହୁ ବର୍ତମାନ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ରେ ରାଜ୍ୟ ପରିଷଦ ରେ ସଦସ୍ୟ ଭାବେ ମଧ୍ୟ୍ୟ ଦାୟିତ୍ୱ ସମ୍ପାଦନ କରିଆସିଛନ୍ତି।ତାଙ୍କର ଏହି ଇ.ଜେଡ.ସି.ସି. ସଦସ୍ୟ ଭାବେ ମନୋନୀତ ହେଲା ପରେ ସମ୍ବଲପୁର ସହରର କଳାପ୍ରେମୀ ଙ୍କ ମନରେ ଖୁସି ର ଲହରି ଖେଳିଯାଇଛି।ଶ୍ରୀ ସାହୁ ଙ୍କର ଏହି ଦାୟିତ୍ୱ ପାଇବା ଦ୍ୱାରା ଲୋକକଳା ର ନିଶ୍ଚିତ ଭାବରେ ଆଗକୁ ବଢିବା ସହ ଲୁକ୍କାୟିତ ଲୋକକଳା ମଧ୍ୟ୍ୟ ଲୋକଲୋଚନ କୁ ଆସିବ।