ଟାଟା ଷ୍ଟିଲ ମେରମଣ୍ଡଳୀ ଓ ବଅଁରପାଳ ସମ୍ବାଦିକ ମାନଙ୍କ ମିଳିତ ସହଯୋଗରେ ଜଳଛତ୍ର ଶିବିର
ବଅଁରପାଳ, ୨୬/୦୫/୨୦୨୬: ଚଳିତ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରୁ ସାଧାରଣ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ବଅଁରପାଳ ସାପ୍ତାହିକ ହାଟ ନିକଟରେ ଟାଟା ଷ୍ଟିଲ ମେରାମଣ୍ଡଳୀ ଓ ବଅଁରପାଳ ଗଣ ମାଧ୍ୟମ ପ୍ରତିନିଧି ଙ୍କ ମିଳିତ ସହଭାଗିତାରେ ଏକ ଜଳଛତ୍ର ଶିବିର ଖୋଲାଯାଇଥିଲା।
ଏଠାରେ ହାଟକୁ ଆସୁଥିବା ଗ୍ରାହକ, ବ୍ୟବସାୟୀ, ପଥଚାରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସମେତ ୨,୫୦୦ରୁ ଅଧିକ ଲୋକଙ୍କୁ ଥଣ୍ଡା ଦହିପାଣି ବଣ୍ଟନ କରାଯାଇଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଏଭଳି ଏକ ଜନହିତକର ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି। ବଅଁରପାଳ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନେ ଏହି ବଣ୍ଟନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
