ଉମରକୋଟ ରେ ୨୦ ପ୍ରତିଶତ ପାଉଣା ବୃଦ୍ଧି କରିବା ପାଇଁ ବଣିକ ସଂଘ ରାଜି ହେବ ପରେ ୯ ଦିନ ଧରି ଚାଲିଥିବା ଖଲାସୀ ସଙ୍ଗ ର ଆନ୍ଦୋଳନ ପ୍ରତ୍ୟାହୃତ……..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଦ୍ୱିତୀୟ ବାଣିଜ୍ୟିକ କେନ୍ଦ୍ର ଉମରକୋଟ ଠାରେ ପାଉଣା ବୃଦ୍ଧି ଦାବିରେ ଦୀର୍ଘ ୯ ଦିନ ଧରି ଚାଲିଥିବ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ଉମରକୋଟ ବଣିକ ସଂଘ ୨୦ ପ୍ରତିଶତ ପାଉଣା ବୃଦ୍ଧି ପାଇଁ ରାଜି ହେବ। ପରେ ଏହା ସମ୍ବବ ହେଇ ପାରିଛି। ଉଲ୍ଲେଖଯୋଗ୍ୟ ଏହିକି ଯେ ୨୦୨୨ ମସିହା ରେ ବ୍ୟବସାୟୀ ସଙ୍ଗ ଓ ଖଲାସୀ ସଙ୍ଗ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହେଇ ପାଉଣା ବୃଦ୍ଧି ପାଇଥିଲ। ଓ ଚୁକ୍ତିରେ ଉଲ୍ଲେଖ ଥିଲା ୨୦୨୭ ପର୍ଯ୍ୟନ୍ତ ପାଉଣା ବୃଦ୍ଧି ପାଇବ ନାହିଁ। ତେବେ ବର୍ଷକ ପୂର୍ବରୁ ଖଲାସୀ ସଙ୍ଗ ପୁଣି ଅହେତୁକ ପାଉଣା ବୃଦ୍ଧି ଦାବି କରି ୧୭ ତାରିଖରୁ ସହରରେ ଲୋଡିଙ୍ଗ ଓ ଅନ ଲୋଡିଙ୍ଗ ବନ୍ଦ କରିଦେବା ଫଳରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର୍ ବୃଦ୍ଧି ହେଇ ଯାଇଛି। କେବଳ ଆଳୁରେ କିଲୋ ପ୍ରତି ୫ ଟଙ୍କା ବୃଦ୍ଧି ପାଇଛି। ଯାହାକି ଗରିବ ଲୋକଙ୍କୁ ବେଶୀ ବ।ଧି ଥିଲା। କିନ୍ତୁ ଖଲାସୀ ଙ୍କ ଆନ୍ଦୋଳନ କିଛି ବ୍ୟବସାୟୀ ଙ୍କୁ ପୂଷ ମାସ ଆଣିଦେଇଥିଲା। ଏହାର ସୁଯୋଗ ନେଇ ଉମରକୋଟ ସହରର କିଛି ବ୍ୟବସାୟୀ ସହର ବାହାରେ କିରଣ। ସାମଗ୍ରୀ ଆଣି ଚଡ। ଦରରେ ବିକ୍ରି କରି ବହୁତ୍ ଟଙ୍କା ରୋଜଗାର କରିବାରେ ସମର୍ଥ ହେଇ ଥିଲେ। ପ୍ରଶାସନ ପକ୍ଷରୁ ଥରେ ମାତ୍ର ମିଟିଂ କରି ନିଜ ଦାୟିତ୍ୱକୁ ସମାପ୍ତ କରି ବସୀ ପଡ଼ି ଥିଲା। କିନ୍ତୁ ଆଜି ବଣିକ ସଂଘ ଓ ଖଲାସୀ ସଙ୍ଗର ମିଳିତ ବୈଠକ ବରିଷ୍ଠ ଆଇନଜୀବୀ ତଥା ଖଲାସୀ ସଙ୍ଗର ସଭାପତି ସଂ।ତୁନୁ କୁମାର ବାହିନୀପତିଙ୍କ ଅଫିସ ରେ ଦୀର୍ଘ। ଘଣ୍ଟା ଧରି ବୈଠକ ଅନୁଷ୍ଠିତ ହେବ। ପରେ ସମାଧାନର ବାଟ ବାହାରି ପାରିଥିଲା। ବ୍ୟବସାୟୀ ସଙ୍ଗ ୨୦ ପ୍ରତିଶତ ପାଉଣା ବୃଦ୍ଧି ପାଇଁ ରାଜି ହେଇ ଥିଲା ବ୍ୟବସାୟୀ ସଙ୍ଗ ଯାହାକୁ ଖଲାସୀ ସଙ୍ଗ ରାଜି ହେବ। ପରେ ଆସନ୍ତା କାଲି ଠାରୁ ଖଲାସୀ ସଙ୍ଗ କାର୍ଯ୍ୟ ଆରମ୍ଭ କରିବ।
ଆଜିର ବୈଠକରେ ବଣିକ ସଂଘ ପକ୍ଷରୁ ଆଇନ ଉପଦେଷ୍ଟ। ପ୍ରଶାନ୍ତ କୁମାର ସାହୁ, ସଭାପତି ଦ୍ୱାରିକାନାଥ ପାଣିଗ୍ରାହୀ,ସମ୍ପାଦକ ଲଛମନ ଅଗ୍ରୱାଲ,ଶ୍ରୀନିବାସ ପଣ୍ଡ।, ସୁରେଶ ବଂଶଲ, ଅନିଲ ବଂଶଲ ,ବାପି ଚୌଧରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଖଲାସୀ ସଙ୍ଗ ପକ୍ଷରୁ ସଭାପତି ବାହିନୀପତି ଙ୍କ ସହ ୧୮ ଟି ସଙ୍ଗର ସଭାପତି ଓ ସଭ୍ୟ ମାନେ ଉପସ୍ଥିତ ଥିଲେ। ଆସନ୍ତା ରବିବାର ଦିନ ୨ ପକ୍ଷକୁ ନେଇ ଚୁକ୍ତିନାମା ସ୍ବାକ୍ଷର ହେବ ବୋଲି ଖଲାସୀ ସଙ୍ଗର ସଭାପତି
ସ।ନ୍ତୁନୁ କୁମାର ବାହିନୀପତି ସୂଚନା ଦେଇଛନ୍ତି। ଖଲାସୀ ସଙ୍ଗର ଆନ୍ଦୋଳନ ପ୍ରତ୍ୟାହୃତ ହେବ। ପରେ ସାଧାରଣ ଖାଉଟି ଆଶ୍ୱସ୍ତି ପ୍ରକାଶ କରିଛନ୍ତି।
