May 27, 2026
ajiro khabar
Share

 

 

୧-ଭୁବନେଶ୍ୱର: ୨୭ ତାରିଖ ନୁହେଁ, ୨୮ରେ ଇଦ୍ ପାଇଁ ସରକାରୀ ଛୁଟି।୨୭ରେ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟେରିଆଲ କୋର୍ଟ ଖୋଲା ରହିବ।

 

୨-ଭୁବନେଶ୍ୱର:୨୯ ଯାଏଁ ତାତିରୁ ନିସ୍ତାର ନାହିଁ, ଆଉ ତିନି ଦିନ ତତଲା ତାୱାରେ ଭାଜି ହେବ ଓଡ଼ିଶା।

 

୩-OERC ଅଧ୍ୟକ୍ଷ ପଦ ଛାଡ଼ିଲେ ପ୍ରଦୀପ ଜେନା; ବ୍ୟକ୍ତିଗତ କାରଣ ଦର୍ଶାଇ ଦେଲେ ଇସ୍ତଫା।

 

୪-କଟକ:ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ, ଦଳ ଭିତରେ ଉପେକ୍ଷା କରାଯାଉଥିଲା ବୋଲି କଲେ ଅଭିଯୋଗ।

 

୫-ଏଣିକି ବିନା ପ୍ରେସକ୍ରିପସନ୍‌ରେ ମିଳିବନି ‘ପ୍ରେଗାବାଲିନ୍’; ନିଶା ଭାବେ ବ୍ୟବହୃତ ଔଷଧ ଉପରେ ସରକାରଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍।

 

୬-ରାୟଗଡ଼ା:ନିଖିଲ ହାଡ଼ପା ହତ୍ୟାକାଣ୍ଡ, ଆଉ ୪ ଅଭିଯୁକ୍ତ ଗିରଫ, ଗିରଫ ସଂଖ୍ୟା ୧୬ କୁ ବୃଦ୍ଧି।

 

୭-ବାଲିଅନ୍ତା ମବ ଲିଞ୍ଚିଂ ବିବାଦ ପରେ ବଦଳିଲେ IPS ଅଫିସର ଦୟାଲ ଗଙ୍ଗୱାର, ଗୃହ ବିଭାଗ OSD ଭାବେ ନିଯୁକ୍ତି।

 

୮-ଜୁନ ୩ରୁ ପୁରୀରେ ଅନୁଷ୍ଠିତ ହେବ BRICS ସମ୍ମିଳନୀ, ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି।

 

୯-କଳାହାଣ୍ଡି:ଶିକ୍ଷାବିତ୍ ଡକ୍ଟର ମହେନ୍ଦ୍ର କୁମାର ମିଶ୍ରଙ୍କୁ ପଦ୍ମଶ୍ରୀ , ଆଦିବାସୀ ଭାଷା ଓ ସଂସ୍କୃତିର ସଂରକ୍ଷଣ ପାଇଁ ପୁରସ୍କାର ପାଇଲେ

 

୧୦-ଭୁବନେଶ୍ୱର:ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ,୧୧ ଦିନ ଭିତରେ ପେଟ୍ରୋଲ ଡିଜେଲ ବଢିଲାଣି ୧୧ ଟଙ୍କା।

 

୧୧-ଭୁବନେଶ୍ୱର:ତାତିରେ ରୋଷେଇ ଘରେ ସନ୍ତୁଳି ହେଉଛନ୍ତି ମହିଳା, କିଏ ପୁଣି ସକାଳୁ ସାରି ଦେଉଛନ୍ତି ରୋଷେଇ।

 

୧୨-ଭୁବନେଶ୍ୱର:ହାଟ ରାସ୍ତାକୁ ନେଇ ତେଜିଲା ଆନ୍ଦୋଳନ, ପହିଲାରୁ ୟୁନିଟ୍ -୧ ହାଟ ବନ୍ଦ।

 

୧୩-ରାଉରକେଲା:ବ୍ରାହ୍ମଣୀ ବ୍ରିଜ୍ ଉପରେ ହାଇୱା ଓଲଟି ଲାଗିଲା ନିଆଁ, ମେଡିକାଲରେ ଡ୍ରାଇଭର ଓ ହେଲ୍ପର ହେଲେ ଭର୍ତ୍ତି।

 

୧୪-ରାଜ୍ୟ ଗୁଡ଼ିକୁ ଚିଠି ଲେଖିଲେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର,ସୁରକ୍ଷିତ ନିଟ୍ -ୟୁଜି ପୁନଃ ପରୀକ୍ଷା ଲାଗି ସହଯୋଗ ଲୋଡିଲେ।

 

୧୫-‘ଲୋକଙ୍କ ପକେଟ୍ କାଟୁଛନ୍ତି ସରକାର’; ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ।

 

୧୬-ମେଲୋନିଙ୍କୁ ଗିଫ୍ଟ ଦେବା ପରେ…ମାର୍କେଟରୁ ମେଲୋଡି ଗାଏବ୍, ଇଟାଲିରୁ ଭାରତ ସବୁଠି ମେଲୋଡି ଚାଲିଛି ଖୋଜା।

 

୧୭-କୋଲକାତା:ଅଭିଷେକ ବାନାର୍ଜୀଙ୍କୁ ୧୦ ଦିନର ମହଲତ, TMC ସାଂସଦଙ୍କ ଘରେ ପହଞ୍ଚିଲା ପୋଲିସ।

 

୧୮-ଧର୍ମଶାଳା:IPLର ଆଜି ପ୍ରଥମ କ୍ବାଲିଫାୟର, ବେଙ୍ଗାଲୁରୁ -ଗୁଜୁରାଟ ହେବେ ସାମ୍ନାସାମ୍ନି। ଜିତିଲେ ଫାଇନାଲ ଯିବେ।

 

୧୯-କକ୍ରୋଚ୍‌ ଜନତା ପାର୍ଟି ବିରୋଧୀ ଆବେଦନର ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ।

 

୨୦-ବଦାୟୁଁ:ଗଙ୍ଗା ଦଶହରା ପାଳନ ବେଳେ ଅଘଟଣ, ସ୍ନାନ କରିବାକୁ ନଦୀକୁ ଯାଇ ବୁଡ଼ିଗଲେ ୩୧ ଶ୍ରଦ୍ଧାଳୁ, ୭ ମୃତ।

 

୨୧-ବାଂଲାଦେଶରେ ମିଳିମିଳା ପ୍ରକୋପ, ପ୍ରାଣ ହରାଇଲେଣି ୫୦୦ରୁ ଅଧିକ ଶିଶୁ।

 

୨୨-୮୭ ଦିନ ପରେ ଇରାନରେ ଇଣ୍ଟରନେଟ୍ ସେବାକୁ ମିଳିଲା ମଞ୍ଜୁରୀ, ଜାନୁୟାରୀରୁ ବାହ୍ୟ ଜଗତରୁ ବିଛିନ୍ନ ଥିଲେ ଦେଶବାସୀ।

You may have missed