May 27, 2026

ବିଦ୍ୟୁତ ଉପଭୋକ୍ତା ମହାସଂଘ ବୈଠକରେ ନିଷ୍ପତ୍ତି 

IMG-20260526-WA0011
Share

 

 

 

ଘନ ଘନ ବିଦ୍ୟୁତ କାଟ ବିରୋଧରେ ଏବଂ ୩୦୦ ୟୁନିଟ ମାଗଣା ବିଜୁଳି ଦାବିରେ ଆନ୍ଦୋଳନ ବ୍ୟାପକ କରାଯିବ

 

 

ଭୁବନେଶ୍ୱର (ତା ୨୫. ୦୫. ୨୦୨୫) : ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ର ଜରୁରୀ ବୈଠକ ମହାସଂଘର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସଭାପତିତ୍ୱରେ ଭୁବନେଶ୍ୱର ୟୁନିଟ -6ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଜୁ ଜନତା ଦଳ ପକ୍ଷରୁ ଦଳର ବରିଷ୍ଠ ଉପସଭାପତି ଦେବି ପ୍ରସାଦ ମିଶ୍ର, ମୁଖପାତ୍ର ଲେଲିନ ମହାନ୍ତି, ରାଜ୍ୟ ନେତା ରବି ସାମଲ, କଂଗ୍ରେସ ନେତା କିଶୋର ଜେନା, ସି.ପି.ଆଇ ନେତା ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ , ସିପିଆଇଏମ ର ନେତା ବଦ୍ରି ନାରାୟଣ ଦାସ, ଫରୱାର୍ଡ଼ ବ୍ଲକର ନେତା ଜ୍ୟୋତି ରଞ୍ଜନ ମହାପାତ୍ର, ସନ୍ତୋଷ କୁମାର ଯତି, ରିଙ୍କି ସାହୁ, ସି.ପି.ଆଇ (ଏମ.ଏଲ.) ରେଡଷ୍ଟାରର ନେତ୍ରୀ କମ୍ରେଡ ପ୍ରମିଳା, କବିତା ଜେନା, ଆରଜେଡି ନେତା ହେମନ୍ତ କୁମାର, ସମନ୍ତା କ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, ଜନତା କଂଗ୍ରେସର ମନୋଜ ଜେନା, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋଇ, ସାମାଜିକ କର୍ମୀ ମାନସ ଜେନା, କୃଷ୍ଣ ନାୟକ, ଅଶୋକ ପାଇକରାୟ, ଋତୁରାଜ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ଗିରିଜା ପ୍ରସାଦ ଦାସ ପ୍ରମୁଖ ବିଭିନ୍ନ ବିଦ୍ୟୁତ ବିଭ୍ରାଟ ଜନିତ ସମସ୍ୟା ଉପରେ ବ୍ୟାପକ ଭାବରେ ଆଲୋଚନା କରିବା ସହ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ l ମୁଖ୍ୟମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀଙ୍କ ରାଜ୍ୟରେ ଖରା ଦିନେ ବିଦ୍ୟୁତ କାଟ ହେବନାହିଁ ବୋଲି ଘୋଷଣା ପାଣିର ଗାର ସଦୃଶ ପ୍ରତୀୟମାନ ହେଉଛି । ଶକ୍ତି ମନ୍ତ୍ରୀ ଆହୁରି ପାଦେ ଆଗକୁ ଯାଇ ଉପଭୋକ୍ତା ମାନଙ୍କ ଦ୍ଵାରା ଏସି ବ୍ୟବହାର ଫଳରେ ଓଭର ଲୋଡ଼ ସମସ୍ୟା ସୃଷ୍ଟି ହେବା ଯୋଗୁଁ ବିଦ୍ୟୁତ କାଟ ହେଉଛି ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ପ୍ରକାଶ କରାଯିବା ସହ ଉପଭୋକ୍ତା ମହାସଂଘର ବୈଠକରେ ଏହାକୁ ଦୃଢ ଭାବରେ ନିନ୍ଦା କରାଯାଇଛି। ଅନ୍ୟପଟରେ TPCODL ଅଧୀନରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀ ଓ ଶ୍ରମିକମାନଙ୍କୁ ଯେଉଁଭଳି ଭାବରେ ଛଟେଇ କରାଯାଉଛି ତାହାକୁ ତୀବ୍ର ଭାବରେ ନିନ୍ଦା କରାଯିବା ସହ ଆନ୍ଦୋଳନରତ TPCODL ଶ୍ରମିକ କ୍ରମଚାରୀମାନଙ୍କୁ ଉପଭୋକ୍ତା ମହାସଂଘ ପକ୍ଷରୁ ନିଃସର୍ତ ସମର୍ଥନ ଘୋଷଣା କରାଯାଇଛି। ରାଜ୍ୟ ସରକାର ଓ TPCODL କତୃପକ୍ଷ ତୁରନ୍ତ ସେମାନଙ୍କ ଦାବି ମାନି ନେବା ପାଇଁ ଉପଭୋକ୍ତା ମହାସଂଘ ଦାବି କରିଛି। ରାଜ୍ୟରେ ବିଦ୍ୟୁତ ସଂସ୍କାର ନିମନ୍ତେ OERC ଦେଇଥିବା ସମସ୍ତ ପ୍ରସ୍ତାବକୁ ସରକାର ତୁରନ୍ତ ଗ୍ରହଣ କରିବା ସହ ଅବିଳମ୍ବେ ସେଗୁଡିକୁ କାର୍ଯ୍ୟକାରୀ କରିବାକୁ ଉପଭୋକ୍ତା ମହାସଂଘ ଦୃଢ ଭାବରେ ଦାବି କରିଛି । ରାଜ୍ୟ ସରକାର ନିର୍ବାଚନୀ ପ୍ରତିଶୃତି ମୁତାବକ ସମସ୍ତ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ମାଗଣା ବିଦ୍ୟୁତ ଯୋଗାଇ ଦେଵା, ପ୍ରତ୍ବେକ ଘରେ ସୋଲାର ୟୁନିଟ ସଂଯୋଗ ପ୍ରକ୍ରିୟାକୁ ରାଜ୍ୟରେ ସରଳି କରଣ କରିବା ପାଇଁ ଉପଭୋକ୍ତା ମହାସଂଘ ଦାବି କରିଛି l ବିଦ୍ୟୁତ କାଟ ରୋକିବା ପାଇଁ ସରବରାହ ବ୍ୟବସ୍ଥାକୁ ଉନ୍ନତ ମାନର କରିବା ସହ ଲୋଡ଼ ପ୍ୟାକ୍ଟର ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଜିର ବୈଠକରେ ଦାବି କରାଯାଇଛି। ଅନ୍ୟପଟରେ ରାଜ୍ୟ ସରକାରଙ୍କ ସହ ହୋଇଥିବା ଚୁକ୍ତି ମୁତାବକ ସମସ୍ତ କ୍ୟାପଟିଭ ପାୱାର ଉତ୍ପାଦନ କରୁଥିବା କମ୍ପାନୀମାନେ ସେମାନଙ୍କର ବିଜୁଳି କୋଟା ରାଜ୍ୟକୁ ପ୍ରଦାନ କରିବାକୁ ଦାବୀ କରାଯାଇଛି l ଅନ୍ୟଥା ସେମାନଙ୍କ ଉପରେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବାକୁ ଉପଭୋକ୍ତା ମହାସଂଘ ଦାବୀ କରିଛି l ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଉପଭୋକ୍ତାମାନଙ୍କର କଷ୍ଟ ଲାଘବ ନ କଲେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ବ୍ୟାପକ କରିଵା ପାଇଁ ଉପଭୋକ୍ତା ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି। TPCODL ଓ ରାଜ୍ୟ ସରକାର ଗୋଟାଏ ପଟରେ ଖର୍ଚ୍ଚ କାଟ ଆଳରେ ଠିକା କର୍ମଚାରୀମାନଙ୍କୁ ବ୍ୟାପକ ଭାବରେ ଛଟେଇ କରୁଥିବା ବେଳେ ଉଚ୍ଚ ପଦସ୍ଥ କର୍ମଚାରୀମାନଙ୍କୁ ମୋଟା ଅଙ୍କର ଦରମା ଦେଇ ପୋଷିବା ଘଟଣାକୁ ମଧ୍ୟ ଦୃଢ ଭାବରେ ବିରୋଧ କରାଯିବ ବୋଲି ଉପଭୋକ୍ତା ମହାସଂଘ ସ୍ପଷ୍ଟ କରିଛି। ବିଦ୍ୟୁତ ସରବରାହ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦାୟିତ୍ୱ ହୀନତା ଓ TPCODL ର ମନମାନୀ ବରୋଧରେ ଜୁନ ମାସରେ ଏକ ରାଜ୍ୟ ସ୍ତରୀୟ କନଭେନସନ ସଂଗଠିତ କରାଯିବା ସହ ବ୍ୟାପକ ଜନ ଆନ୍ଦୋଳନ ଗଢି ତୋଳିବା ପାଇଁ ଉପଭୋକ୍ତା ମହାସଂଘ ଘୋଷଣା କରିଛି।

 

You may have missed