ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ଙ୍କ ସାରଳାମନ୍ଦିର ପରିଦର୍ଶନ
ତିର୍ତ୍ତୋଲ ତା 25/5/2025 ଜଗତସିଂହପୁର ଜିଲ୍ଲା ବିଜେପି ର ସଭାପତି ପ୍ରତାପ ମିଶ୍ର ଗତ ସୋମବାର ସନ୍ଧ୍ୟାରେ, ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସନ୍ଧ୍ୟାଆରତୀ ଦର୍ଶନ କରିବାପାଇଁ ସାରଳା ପୀଠରେ ପହଞ୍ଚିବା ପରେ ତାଙ୍କୁ ସାରଳା ମଣ୍ଡଳ ସଭାପତି ଶୁଭ୍ରକାନ୍ତ ରଣା, ଜିଲ୍ଲା ବିଜେପି ସମ୍ପାଦକ ରୂପକ ଖୁଣ୍ଟିଆ, ଦାଇଁଲ ମଣ୍ଡଳ ସଭାପତି ଜ୍ୟୋତିରଞ୍ଜନ ସାହୁ, ଜିଲ୍ଲା ମିଡ଼ିଆସେଲ ଅଧ୍ୟକ୍ଷ ନିହାର ରଞ୍ଜନ ପତି, ମଣ୍ଡାସାହି ମଣ୍ଡକସଭାପତି ପବିତ୍ର ଜେନା ଙ୍କ ସମେତ ଯୁବସଙ୍ଗଠକ ଚେତନ ରାଉତରାୟ, ପ୍ରଦୀପ୍ତ ବିଶ୍ୱାଳ, ଦେବାଶିଷ ଦାସ ଓ ଯୁବରାଜ ଖୁଣ୍ଟିଆ ପ୍ରମ୍ମୁଖ ମାଆଙ୍କ ସିଂହଦ୍ୱାର ସମ୍ମୁଖରେ ସ୍ୱାଗତ କରି ମନ୍ଦିରବେଢା ଭିତରକୁ ପାଛୋଟି ନେଇଥିଲେ l ଏହି ଅବସରରେ ମାଆଙ୍କ ପଣ୍ଡାସେବକ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ, ସାରଳା ପୀଠ ର ନବୀକରଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ରାଜ୍ୟସରକାର ଙ୍କ ଦୃଷ୍ଟିଆକର୍ଷଣ କରିବା ପାଇଁ ନିବେଦନର ପୁନଃରାବୃତ୍ତି କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
