ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିଅନ୍ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ

ଅନୁଗୋଳ, ୨୫.୦୫ : ଓଡିଶା ସାମ୍ବାଦିକ ୟୁନିଅନ୍ ( ଓୟୁଜେ ) ଅନୁବନ୍ଧିତ ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିଅନ୍ ( ଏଡିୟୁଜେ ) ପକ୍ଷରୁ ଏୟୁସିସି ବ୍ୟାଙ୍କ ସମ୍ମିଳନୀ କକ୍ଷରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ସହ ବିଭିନ୍ନ ବ୍ଳକ ଯଥା ବଅଁରପାଳ, ଆଠମଲ୍ଲିକ, ଛେଣ୍ଡିପଦା, ତାଳଚେର, କଣିହାଁରୁ ୧୦୦ ରୁ ଉର୍ଦ୍ଧ ସଦସ୍ୟ ପ୍ରମୂଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଭାପତି ଅଜିତ କୁମାର ଧର ପରିଚାଳନା କରିଥିଲେ । ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ସାମଲ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଉପ ସଭାପତି ସୁଧାକର ସାହୁ, କଲମାକାନ୍ତ ମିଶ୍ର, କୋଷାଧ୍ୟକ ଦିନେଶ ନାଏକ, ସହ ସମ୍ପାଦକ ରାଜେଶ ସେକସାରିଆ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ସ୍ୱୀକୃତି, ସୁରକ୍ଷା, ପେନସନ୍ ପାଇଁ ଦାବି ଉପସ୍ଥାପନ ହୋଇଥିଲା । ସଂଘର ଅଭିମୁଖେ ବିଷୟରେ ଆଲୋଚନା ହୋଇଥିଲା । ସଂଘ ପକ୍ଷରୁ ସାମାଜିକ କାର୍ଯ୍ୟ, ସେବା କାର୍ଯ୍ୟ ଉପରେ ଗୁରୁତ୍ୱାରୂପ କରାଯାଇଥିଲା । ଆଗାମୀ ଦିନରେ ସଂଘ ପକ୍ଷରୁ ରକ୍ତଦାନ ଶିବିର, ବୃକ୍ଷରୋପଣ ପାଇଁ ପ୍ରସ୍ତାବ ଆଗତ ହୋଇଅଛି । ଆଠମଲ୍ଲିକ ଅଞ୍ଚଳର ଦୁଇ ଜଣ ସାମ୍ବାଦିକ ବୁଲୁ ଦଳେଇ ଏବଂ ଧନେଶ୍ୱର ନାୟକଙ୍କୁ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଉପ ସଭାପତି କମଳାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରିଥିଲେ ।
