May 26, 2026

ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ରଙ୍କ ବଦଳି, ହରିଶ ବି.ସି ନେଲେ ଦାୟିତ୍ୱ 

IMG-20260525-WA0000
Share

 

ଛତ୍ରପୁର, ତା. ୨୪ / ୫ /୨୬(ଅରୁଣ କୁମାର ପଣ୍ଡା )ରାଜ୍ୟ ସରକାର ଙ୍କ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ କୁ ନଜର ରଖି ଆଇ ପି ଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି ସେହି ଭଳି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ ପାତ୍ର ଙ୍କ ଖୋର୍ଦ୍ଧା ଜିଲ୍ଲା କୁ ବଦଳି ହୋଇଛ ସେହିପରି କନ୍ଧମାଳ ର ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶା ବି. ସି ଙ୍କୁ ଗଞ୍ଜାମ ଅରକ୍ଷୀ ଅଧିକ୍ଷକ ଭାବେ ଅବସ୍ଥାପିତ କରାଯାଇଛି ରାଜ୍ୟ ସରକାରଙ୍କ ପକ୍ଷରୁ ତଥା ପୋଲିସ ମହାନିର୍ଦ୍ଦେଶକ ଙ୍କ ଠାରୁ ଆଦେଶନାମା ଜାରୀ ଅନୁସାରେ ନୂତନ ଗଞ୍ଜାମ ଏସପି

ଭାବେ ହରିଶା ବି.ସି. ଙ୍କୁ ପଦବୀ ଅଳଙ୍କୃତ ସହ ଗତକାଲି ଦାୟିତ୍ୱ ଗ୍ରହଣ କରିଥିବା ସୂଚନା ମିଳିଛି। ଜିଲ୍ଲାରେ ଆଇନ ଶୃଙ୍ଖଳା ସୁଧାର ଆଣିବା ସହ ଅପରାଧମୂଳକ କାର୍ଯ୍ୟରେ ନିୟନ୍ତ୍ରଣକୁ ଆଣିବା ପ୍ରାଥମିକତା ଦିଆଯିବ ବୋଲି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ନୂତନ ଗଞ୍ଜାମ ଏସପି ଭାବେ ଶ୍ରୀ ହରିଶା ବି.ସି ଦାୟିତ୍ୱ ଭାର ଗ୍ରହଣ କରି ଏହି ବାର୍ତ୍ତା ଗଣମଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।