ହୁମା ଓଭର ବ୍ରିଜ ନିକଟରେ ପୁଣି ଦୁର୍ଘଟଣା —-ବସ ସହ ଆଇଜର ଟ୍ରକ ମୁଁହାମୁଁହି ଧକ୍କା —-ଅଳ୍ପକେ ବର୍ତ୍ତିଲେ ସହ ସହ ଯାତ୍ରୀ
ଗଞାମ= ପ୍ରଦୀପ କୁମାର ପଣ୍ଡା
ଆଉ କେତେ ଦୁର୍ଘଟଣା ହେଲେ ଏବଂ ଲୋକଙ୍କ ପ୍ରାଣ ହାନି ଘଟିଲେ ସରକାର ଓ ଜିଲ୍ଲା ପ୍ରଶାସନର ପଦକ୍ଷେପ ନେବ l ଶନିବାର ଭୋର ଚାରିଟାରେ ହୁମା ଓଭର ବ୍ରିଜ ଠାରେ ପୁଣି ଏକ ଦୁର୍ଘଟଣା ଘଟିଛି l ଭୁବନେଶ୍ୱରରୁ ଆନ୍ଧ୍ରା ଯାଉଥିବା ଆଇଜର ଟ୍ରକ w ବ 29 E 6820 ସହ ବ୍ରହ୍ମପୁର ପଟୁ ଭୁବନେଶ୍ୱର ଯାଉଥିବା ଯାତ୍ରୀ ବlହି ବସ ନଂ ଓଡ଼ି 02 CE7698 ମୁହାଁ ମୁଁହି ଧକ୍କା ହୋଇଥିଲା l ବସ କିମ୍ବା ଆଇଜର ଟ୍ରକ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି l ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଆଇଜର ଟ୍ରକ ଡ୍ରାଇଭର ଚାପି ହୋଇ ରହିଥିଲେ l ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ଓ ଭାଜପା ଯୁବ ନେତା ତଥା ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ପରିଡାଙ୍କ ସମେତ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଆଇଜର ଟ୍ରକ ଡ୍ରାଇଭରକୁ ଗାଡିରୁ ବାହାର କରିଥିଲେ l ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ନ ହେବା ଏବଂ ଗୋଟିଏ ରାସ୍ତାରେ ଉଭୟ ପାର୍ଶ୍ଵର ଗାଡି ଚଳାଚଳ ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଏନେଇ ଜିଲ୍ଲା ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ମନ୍ଥର ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ସେ କହିଛନ୍ତି l
