ସାରଳା ଙ୍କ ପ୍ରାଚୀନପୀଠ ଲଣ୍ଡାଦେଉଳ ପାର୍ଶ୍ଵରେ ଜବରଦଖଲ ଉଛେଦ : ଜୀବିକା ହରାଇଲେ ଛୋଟଦୋକାନୀ, ବଡ଼ବଡ଼ିଆ ଙ୍କ ପାଇଁ ସବୁଛାଡ଼ ..
ତିର୍ତ୍ତୋଲ ତା 22/5/2026 ପ୍ରସିଦ୍ଧ ଝଙ୍କଡ଼ ସାରଳା ଠାକୁରାଣୀ ଙ୍କ ପ୍ରାଚୀନ ପୀଠସ୍ଥଳି, ବଡ଼ସାରଳୋ (ହରିପୁର ) ସ୍ଥିତ ଲଣ୍ଡାଦେଉଳ ପାର୍ଶ୍ୱରେ ଥିବା କେତେକ ସ୍ଥାନରେ ଜବରଦଖଲ କରି, ଛୋଟଛୋଟ ଦୋକାନ ଘରନିର୍ମାଣ କରି, ମନ୍ଦିରପ୍ରଶାସନ କୁ ପ୍ରାପ୍ୟପାଉଣା ଦେଇଆସୁଥିବା ବେଳେ, କିଛିଦିନ ପୂର୍ବରୁ, ପ୍ରଶାସନ ପକ୍ଷରୁ ବୁଲଡୋଜର ଲଗାଇ ତାକୁ ଭାଙ୍ଗିଦିଆଯାଇଛି l ମାତ୍ର ଏହି ଜବରଦଖଲ ଉଛେଦ ପ୍ରକ୍ରିୟା ରେ ବାଦ ପଡିଛନ୍ତି କେତେକ ବଡ଼ବଡ଼ିଆ ପ୍ରଭାବଶାଳୀ ବ୍ୟକ୍ତିବିଶେଷ l ପ୍ରଶାସନର ଏହି ପାତର ଅନ୍ତର ନୀତି କୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି l ଅପରପକ୍ଷରେ ଭଙ୍ଗାଯାଇଥିବା ଦୋକାନଘର ଗୁଡିକ ର ଭଙ୍ଗାଇଟା ଓ କାନ୍ଥ ଆଦି କୁ ସମତୁଲ କରାଯାଉନାହିଁ କି ସ୍ଥାନାନ୍ତର କରାନଯିବାରୁ, ଗଣେଶମନ୍ଦିର ସମ୍ମୁଖ ଓ ପାର୍ଶ୍ୱ ଶ୍ରୀହୀନ ହୋଇପଡିଛି l ଅନ୍ୟଯେଉଁ ସବୁ ଜାଗା ଜବରଦଖଲ ରେ ରହିଛି, ତାହାର ମାପଚୁପ କରାଯାଇ, ଆଉ କେତେଜାଗା ଜବରଦଖଲକାରି ଙ୍କ କବଜାରେ ରହିଛି, ସେ ଚିତ୍ର ମଧ୍ୟ ଆଜିପଯ୍ୟନ୍ତ ସ୍ପଷ୍ଟହେଉନାହିଁ l ତେବେ କିଛିଟା ଛୋଟଦୋକାନ ଘର ଭାଙ୍ଗିଦେଇ, ବଡ଼ବଡ଼ିଆ ଙ୍କ ପାଇଁ, ପ୍ରଶାସନ ତରଫରୁ କାହିଁକି କୌଣସି ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି l କେବଳ ସେତିକି ନୁହେଁ, ଜଗତସିଂହପୁର ଜିଲ୍ଲା ସମେତ ସମଗ୍ରରାଜ୍ୟରେ ଶହଶହ ଏକର ଜମି ମଧ୍ୟ ଜବରଦଖଲ କାରୀ ଙ୍କ କବଳରୁ ଆଜିପର୍ଯ୍ୟନ୍ତ ମୁକ୍ତକରାଯାଉ ପାରିନାହିଁ l ଏ ସମ୍ପର୍କରେ କିଛିବର୍ଷ ପୂର୍ବରୁ ରାଜ୍ୟଦେବୋତ୍ତର ବିଭାଗ ଓ ପ୍ରଶାସନ ତରଫରୁ, ତିର୍ତ୍ତୋଲ ତହସିଲଦାର ଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ତାହାକେବଳ, କାଗଜପତ୍ର ରେ ରହିଯାଇଛି l ତେବେ ଦେଖିବାକୁ ବାକିରହିଲା, ମା ସାରଳା ଠାକୁରାଣୀ ଙ୍କର ବହୁ ମୂଲ୍ୟବାନ ଭୁସମ୍ପତି, ବଗିଚା, ଜଙ୍ଗଲ ଓ ଗଣ୍ଡ ପୋଖରୀ ଆଦି ର ଚିହ୍ନଟ କରାଯାଇ, ଜବରଦଖଲକାରୀ ଙ୍କ କବଳରୁ ମୁକ୍ତ କରାଯାଉଛି ?
