May 23, 2026

କାଳବୈଶାଖି ତାଣ୍ଡବରେ ବ୍ଯାପକ କ୍ଷୟକ୍ଷତି 

IMG-20260522-WA0050
Share

ବୁଗୁଡା : ତା ୨୨/୦୫/୨୬ : ବୁଗୁଡ଼ା ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଗତକାଲି ଅପରାହ୍ନରେ କାଳବୈଶାଖି ତାଣ୍ଡବରେ ବ୍ଯାପକ କ୍ଷୟକ୍ଷତି ଘଟିଥିବା ଜଣାଯାଇଛି। ଅପରାହ୍ନରେ କଳାମେଘ ଘୋଟି ବିଜୁଳି, କାନତଡକା ଘଡଘଡି ଓ କୁଆପଥର ମାଡ ସହ ଅସରାଏ ବର୍ଷା ହୋଇଥିଲା। ଏଥି ସହ ପ୍ରବଳ ବେଗରେ ପବନ ବହିବା ଯୋଗୁଁ ଗୋଲିଆ ପଞ୍ଚାୟତର ଆଖପାଖ ଗ୍ରାମର ରାସ୍ତାକଡସ୍ଥ ଅନେକ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା ବେଳେ କେତେକ ବିଦ୍ଯୁତ୍ ଖୁଣ୍ଟ ଢଳିପଡି ବିଦ୍ଯୁତ୍ ବିଭ୍ରାଟ ଘଟିଥିଲା। ଅନ୍ୟପକ୍ଷରେ ବୁଗୁଡ଼ା ସହରାଞ୍ଚଳ ସାଙ୍ଗକୁ ଗ୍ରାମାଞ୍ଚଳରେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଦ୍ୟୁତ କାଟ ଯୋଗୁଁ ଲୋକେ ଗରମ ସାଙ୍ଗକୁ ମଶା କାମୁଡା ଯନ୍ତ୍ରଣା ଭୋଗିଥିଲେ। କାଳବୈଶାଖିର ତାଣ୍ଡବ କାଳରେ ବିଜୁଳି ଓ ଘଡଘଡି ପ୍ରଭାବରେ କେତେକଙ୍କ ଘରୋଇ ବୈଦ୍ଯୁତିକ ଉପକରଣ ପୋଡି କ୍ଷତି ଘଟିଥିଲା।