May 21, 2026

+୨କଳା ପରୀକ୍ଷା ରେ ପୁରୀରେ ବାଜିମାରିନେଲା ଷ୍ଟଡି ସର୍କଲ

IMG-20260520-WA0106
Share

 

ଆଜି କାଉନସିଲ ଅଫ ହାଇଅର ସେକେଣ୍ଡାରୀ ଇଯୁକେଶନ ଦ୍ୱାରା ପରିଚାଳିତ ଦ୍ୱାଦଶ କଳା 2026 ପରୀକ୍ଷା ଫଳ ପ୍ରକାଶ ପାଇଛି । ପୁରୀ ଦତ୍ତ ତୋଟା ସ୍ଥିତ ପୁରୀର ସର୍ବ ପୁରାତନ କୋଚିଂ ସେଣ୍ଟର “ଷ୍ଟଡି ସର୍କଲ” ର ଛାତ୍ରୀ ବନ୍ଦନା ତ୍ରିପାଠୀ 600 ମାର୍କରୁ 579 ରଖି ପୁରୀ ରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ବେଳେ ମିତାଲି ନାୟକ , ଲକ୍ଷ୍ମୀ ପ୍ରିୟା ଲେଙ୍କା , ଶୁଭଶ୍ରୀ କର , ସୌମ୍ୟା ବେବର୍ତ୍ତା , ଅଞ୍ଜଳି ଜେନା , ରିଙ୍କି ଜେନା ଓ ପ୍ରଭାତୀ ବେହେରା ପ୍ରମୁଖ ଛାତ୍ରଛାତ୍ରୀ 90 ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ସେହିଭଳି 20 ଜଣ ଛାତ୍ରଛାତ୍ରୀ 80 ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ନେଇ ଷ୍ଟଡି ସର୍କଲର ମୁଖ୍ୟ ବିପିନ ବିହାରୀ ମାନସିଂହ ପ୍ରକାଶ କରିବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି l କେବଳ ପୁରୀ ସହର ନୁହେଁ ପୁରୀଜିଲ୍ଲା ରେ ସବୁଠାରୁ ଅଧିକ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀ ହେଉଛନ୍ତି ଷ୍ଟଡି ସର୍କଲ ର ବୋଲି ଗଣମାଧ୍ୟମ କୁ ଜଣାଇଛନ୍ତି ବିମଳ ସାର l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed