ଶତପ୍ରତିଶତ ଭିନ୍ନକ୍ଷମ ବିଧବାମହିଳା ଦୁଇବର୍ଷ ହେଲା ଭତ୍ତା ପାଇବାରୁ ବଞ୍ଚିତ : ତିର୍ତ୍ତୋଲ ବ୍ଲକ ପ୍ରଶାସନ କରୁଚିକଣ ?
ତିର୍ତ୍ତୋଲ ତା 19/5/2026 ଘରକୁ ଘରବୁଲି, ଯଥାର୍ଥ ସର୍ଭେକରି ଯୋଗ୍ୟ ହିତାଧିକାରୀ ମାନଙ୍କୁ, ସେମାନଙ୍କର ନାର୍ଯ୍ୟପ୍ରାପ୍ୟ ପ୍ରଦାନ କରିବାପାଇଁ ରାଜ୍ୟସରକାର ଙ୍କ ନିର୍ଦ୍ଦେଶ ଥିଲାବେଳେ, ତିର୍ତ୍ତୋଲବ୍ଲକ ପ୍ରଶାସନିକ ଅଧିକାରୀ ମାନଙ୍କ ପାଖରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ଅନୁସନ୍ଧାନରୁ ଜଣାଯାଇଛି, ତିର୍ତ୍ତୋଲବ୍ଲକ, କନକପୁର ପଞ୍ଚାୟତ ଅଧୀନ ତରାପୁର ( ଛତ୍ରମଠ ) ଗ୍ରାମର ସ୍ବର୍ଗତ ନାରାୟଣ ଦାସଙ୍କ ପତ୍ନୀ ଶାନ୍ତିଲତା ଦାସ, କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ ରେ ଗତ ତା 6/2/2010 ମସିହାରେ ଜଣେ ଶତପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରମାଣପତ୍ର ପାଇଥିବାବେଳେ, ପ୍ରତିମାସରେ ମାତ୍ର ବାରଶହ ଟଙ୍କା ଭତ୍ତା ପାଇଆସୁଥିଲେ l ଗତ 2024 ଡିସେମ୍ବର ସୁଦ୍ଧା ସେ ଶେଷଥର ପାଇଁ ସେହି ବାରଶହଟଙ୍କା ଭତ୍ତା ପାଇଥିବା ବେଳେ, ତା ପରଠାରୁ ଆଜିପର୍ଯ୍ୟନ୍ତ ଆଜିପର୍ଯ୍ୟନ୍ତ ଆଦୌ ଭତ୍ତା ପାଇପାରି ନାହାଁନ୍ତି l ସେଥିପାଇଁ ସେ ପରିବାରଲୋକଙ୍କ ସହାୟତା ରେ ବାରମ୍ବାର ତିର୍ତ୍ତୋଲ ବ୍ଲକ ଅଫିସ କୁ ଦୌଡ଼ି ଦୌଡ଼ି ନିରାଶ ହେବାରୁ ଗତବର୍ଷ ଜଗତସିଂହପୁର ସି ଡି ଏମ ଙ୍କୁ ସାକ୍ଷାତ କରି ଆପତ୍ତି ଅଭିଯୋଗ କରିବାପରେ, ସେ କହିଲେଯେ ତୁମର ନାଁ ଡିଜିଟାଲ କାର୍ଡ ରେ ଆର୍ଡ ହେଲା ପରେ ଭତ୍ତାମିଳିବ l ତିର୍ତ୍ତୋଲ ରେ ଯେଉଁଠି କ୍ୟାମ୍ପହେଉଥିବ ସେଠାରେ ଯାଇ, ଡିଜିଟାଲ କାର୍ଡ କରାଇନେବ l ପରବର୍ତ୍ତୀ ସମୟରେ ସେ ମଣିଜଙ୍ଗା ମେଡିକାଲ କ୍ୟାମ୍ପସ ର କ୍ୟାମ୍ପ ରେ ଦିନ ଦଶଟାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଅପେକ୍ଷା କରିକରି, ଶେଷରେ ନିରାଶ ହୋଇ ଘରକୁ ଫେରିଆସିଲେ l ଦୀର୍ଘ ଦୁଇବର୍ଷ ହେଲା ଭତ୍ତାଟଙ୍କା ମିଳୁନଥିବାରୁ, ଔଷଧପତ୍ର କିଣି ପାରୁନାହାନ୍ତି ଏହି ଅସହାୟା ବୃଦ୍ଧା ଓ ଭିନ୍ନକ୍ଷମ ବିଧବା ଶାନ୍ତିଲତା ଦାସ l କେବେ ସରିବ ଏହି ସରକାରୀ ଚିହ୍ନଟ ପ୍ରକ୍ରିୟା ? କେବେ ମିଳିବ ଗରିବ ରୋଗୀଣି ମାଆ ଶାନ୍ତିଲତା ଦାସ ଙ୍କୁ ତାଙ୍କର ହକ ମାସିକ ଭତ୍ତାଟଙ୍କା ? ଆଉ କେବେ ସଫଳହେବ ସରକାରଙ୍କର ଏହି ଜନକଲ୍ୟାଣ ଯୋଜନା ? ବହୁ ଆଶା ଭରସା ରେ ହାତଯୋଡି କେତେ ନେହୁରା ମିନତି କରୁଛନ୍ତି ଶାନ୍ତିଲତା, ବାବୁ ମୁଁ ଉଠିବସି ପାରୁନାହିଁ l ଆଉ କୋଉଠିକି ଯିବି ? କିଏ ଶୁଣିବ ମୋ ଦୁଃଖ ? ତେବେ ପ୍ରଶ୍ନଉଠୁଛି ପ୍ରତିପଞ୍ଚାୟତ ରେ ଜଣେ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇଛନ୍ତି କଣ ଏ ସି ଘରେ ବସି ବିଶ୍ରାମ ନେବାପାଇଁ ? କେବଳ ଶାନ୍ତିଲତା ନୁହେଁ ଏଭଳି ଅନେକ ଅସହାୟ ଲୋକମାନେ ମଧ୍ୟ ସରକାରୀ ଯୋଜନା ର ସୁଫଳ ପାଇବାପାଇଁ, ଚାହିଁରହିଛନ୍ତି l ଦେଖିବାକୁ ବାକିରହିଲା ତିର୍ତ୍ତୋଲବ୍ଲକ ପ୍ରଶାସନ ପକ୍ଷରୁ କେବେ ଶାନ୍ତିଲତା ଙ୍କୁ ମିଳିବ ତାର ହକ ମାସିକ ଭତ୍ତା ଟଙ୍କା ?
