ଆଜିର ଖବର
*╭───────────────────╮*
*🌄ସକାଳର ଖବର, ୩୦-ମେ-୨୦୨୩, ମଙ୍ଗଳବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାଶ୍ୱ ହେବ ବିକଶିତ ଓ ଆକର୍ଷଣୀୟ, ପ୍ରସ୍ତାବକୁ ବାଜିଲା ମୋହର l ବିକାଶ କାର୍ଯ୍ୟ ପାଇଁ ୨୦୯ କୋଟି ୭୩ ଲକ୍ଷ ଟଙ୍କା ହେଲା ମଞ୍ଜୁରୀ l
➡️ ୨-ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ |
➡️୩-ଏଣିକି ବିକ୍ରି ତଥା ବିଭାଜନ ହୋଇପାରିବ ଚକ ଜମି । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର ଉଚ୍ଚେଦ ପ୍ରସ୍ତାବକୁ ଅନୁମୋଦନ ଦେଲେ ରାଜ୍ୟ କ୍ୟାବିନେଟ୍ ।
➡️୪-ଭୋଟର ତାଲିକା ଅପଡେଟ୍ କରିବାକୁ ୫ଟି ରାଜ୍ୟକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ l
➡️୫-ଢେଙ୍କାନାଳ ଯୋରନ୍ଦାର ପ୍ରସିଦ୍ଧ ମହିମା ଗାଦିରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ l କୌପୀନ ବାବା, ବକ୍କଳ ବାବାଙ୍କ ସହ ଆଲୋଚନା ପରେ କହିଲେ, ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ହେବ ଯୋରନ୍ଦା ।
➡️୬-‘ମହିମା ସେତୁ’ ନାଁରେ ନାମିତ ହେଲା ଢେଙ୍କାନାଳରେ ନିର୍ମିତ ହାଇଲେବୁଲ ସେତୁ l ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଯୋରନ୍ଦା ଗାଦି ପୀଠରେ ଏହି ଖୁସି ଖବର ଦେଲେ 5T ସଚିବ ଭି.କେ ପାଣ୍ଡିଆନ ।
➡️୭-ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ୍ସଟର୍ଣ୍ଣାଲ ଅଡିଟର ଭାବେ ପୁଣିଥରେ ନିର୍ବାଚିତ ହେଲେ ଭାରତୀୟ ସିଏଜି ଗିରି ଛନ୍ଦ୍ର ମୁର୍ମୁ l ତାଙ୍କ କାର୍ଯ୍ୟକାଳ ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ରହିବ।
➡️୮-ବିଜୁ ସେତୁ ଯୋଜନାରେ ୧୫୦୦ଟି ନୂଆ ସେତୁ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୧୫ ହଜାର କି.ମି ରାସ୍ତା ନିର୍ମାଣ ହେବ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦେଲା ସୂଚନା ।
➡️୯-ରାଜ୍ୟ କ୍ୟାବିନେଟ୍ରେ ‘ମୋ ଘର’ ଯୋଜନାକୁ ବାଜିଲା ମୋହର l ଏଣିକି ଘର ତିଆରି ପାଇଁ ମିଳିବ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ l
➡️୧୦-ପୃଥିବୀରେ ନୁହେଁ ଭାବିପତ୍ନୀ ଲୌରେନ୍ ସାଞ୍ଚେଜଙ୍କ ସହ ମହାକାଶରେ ବିବାହ କରିବେ ‘ଆମାଜନ୍’ ପ୍ରତିଷ୍ଠାତା ତଥା ପୃଥିବୀର ଅନ୍ୟତମ ଧନୀକ ଉଦ୍ୟୋଗୀ ଜେଫ୍ ବେଜୋସ୍ l
➡️୧୧-ଇସ୍ରୋ ର ମୁଖ୍ୟ ଏସ. ସୋମନାଥଙ୍କ ବଡ଼ ଘୋଷଣା l ଆସନ୍ତା ଜୁଲାଇରେ ଲଞ୍ଚ୍ ହେବ ଚନ୍ଦ୍ରାୟାନ-୩ l
➡️୧୨-ଶ୍ରୀହରିକୋଟାରୁ ଅତ୍ୟାଧୁନିକ ନାଭିଗେସନ ସାଟେଲାଇଟର ହେଲା ଉତ୍କ୍ଷେପଣ l ସାଟେଲାଇଟ୍ ଜିଏସଏଲଭି-ଏଫ୧୨ ଓ ଏନଭିଏସ-୦୧ର ଉତ୍କ୍ଷେପଣ କଲା ଇସ୍ରୋ l
➡️୧୩-କାଶ୍ମୀରରେ ରିଲିଜ୍ ହେଲା ପ୍ରଥମ କାଶ୍ମୀରୀ-ବଲିଉଡ ଫିଲ୍ମ ‘ଓ୍ବେଲକମ୍ ଟୁ କାଶ୍ମୀର’ । ଏହି ଫିଲ୍ମ କାଶ୍ମୀର ରହୁଥିବା ଲୋକଙ୍କ ଜୀବନ ଉପରେ ଆଧାରିତ।
➡️୧୪-ପଶ୍ଚିମବଙ୍ଗ ବିଧାନସଭା ହେଲା କଂଗ୍ରେସ ମୁକ୍ତ, ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ପଶ୍ଚିମବଙ୍ଗର ଏକମାତ୍ର କଂଗ୍ରେସ ବିଧାୟକ ବେରୋନ ବିଶ୍ୱାସ l
➡️୧୫-ପୁଞ୍ଜି ବଜାରକୁ ବଳ ଦେଲା ଆଦାନୀ ସେୟାର, ପୁଣି ଥରେ ଦୁନିଆର ପଞ୍ଚମ ବୃହତ ଇକ୍ୱିଟି ମାର୍କେଟ୍ ହେଲା ଭାରତ l
➡️୧୬-ମାତ୍ର ୧୫ ଦିନରେ ରାୟ ଶୁଣାଇଲେ ମଥୁରା କୋର୍ଟ, ଦୁଷ୍କର୍ମ ଓ ନାବାଳକ ହତ୍ୟା ମାମଲାରେ ଦୋଷୀକୁ ଦେଲେ ମୃତ୍ୟୁ ଦଣ୍ଡ l
➡️୧୭-ଆସନ୍ତା ୪ ବର୍ଷରେ ଦେଶରେ ବିମାନ ବନ୍ଦର ସଂଖ୍ୟା ୨୦୦କୁ ବୃଦ୍ଧି ପାଇବ l ଏ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଲେ ସୂଚନା l
➡️୧୮-ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁ ଦଣ୍ଡ, ଆଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି ୟୋୱେରୀ ମୁସେଭେନୀ ଏଲଜିବିଟିକ୍ୟୁ l
➡️୧୯-ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦେଖା କରିବା ପରେ ହଠାତ୍ ଗୁରୁତର ଅସୁସ୍ଥ ବେଲାରୁଷ ପ୍ରତିପକ୍ଷ ଆଲେକ୍ସଜାଣ୍ଡର ଲୁକାଶେଙ୍କୋ, ମସ୍କୋର ହସ୍ପିଟାଲରେ ଚାଲିଛି ଚିକିତ୍ସା l ଲୁକାସେଙ୍କୋଙ୍କୁ ବିଷ ଦିଆଯାଇଥିବା ନେଇ ହେଲା ଚର୍ଚ୍ଚା l
➡️୨୦-ତୁର୍କୀରେ ପୁଣି ଏର୍ଦୋଗାନ ଶାସନ, ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦୀ l
➡️୨୧-IPL 2023କୁ ମିଳିଲା ଚାମ୍ପିଅନ, ଶେଷ ବଲରେ ଗୁଜରାଟକୁ ହରାଇ ୫ମ ଥର ଟାଇଟଲ୍ ଜିତିଲା ଚେନ୍ନାଇ ସୁପର କିଙ୍ଗ୍ସ l
➡️୨୨-ଇତିହାସ ରଚିଲେ ଧୋନୀ, ଆଇପିଏଲ୍ରେ ୨୫୦ ମ୍ୟାଚ୍ ଖେଳିବାରେ ପ୍ରଥମ ଖେଳାଳି ହେବାର ଉପଲବ୍ଧି କଲେ ହାସଲ l
➡️୨୩-ଜୁନିୟର ଏସିଆ କପ ପୁରୁଷ ହକିରେ ଭାରତ ୧୭-୦ରେ ଓମାନକୁ ପରାସ୍ତ କରି ସେମିଫାଇନାଲ୍ରେ କଲା ପ୍ରବେଶ l
➡️୨୪-ଭାରତର ପ୍ରଥମ ମହିଳା ରେସଲର କବିତା ଦେବୀଙ୍କର ହେବ ବାୟୋପିକ l ନିର୍ମାତା ପ୍ରୀତି ଅଗ୍ରୱାଲ ଏହି ଚଳଚ୍ଚିତ୍ର ପାଇଁ କବିତା ଦେବୀଙ୍କ ଜୀବନ ସହ ଜଡିତ ରାଇଟସକୁ କିଣିଛନ୍ତି l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଗଙ୍ଗା ଦଶହରା ll*
*🔅ଆଜି ଜାତୀୟ ସୃଜନଶୀଳ ଦିବସ ll*
*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*