March 8, 2026

ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ଭଲି ଟୁର୍ଣ୍ଣାମେଣ୍ଟ ଉଦଯାପିତ

IMG-20230529-WA0038
Share

ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ଭଲି ଟୁର୍ଣ୍ଣାମେଣ୍ଟ ଉଦଯାପିତ ——ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ଠାରେ ଗତ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଭଲି ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି।ଉଦଯାପିତ ଦିବସରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଏବଂ ରନର ଦଳକୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ।ଏହି ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ଦଶଟି ଦଳ ଯୋଗଦେଇଥିଲେ।ଗୁଲୁବା ଅଂଚଳରେ ଥିବା କଲମା ଗ୍ରାମ୍ୟ ଦଳ ବିଜୟୀ ହୋଇଥିବା ବେଳେ ଡୁବୁରୀ ସାହି ଦଳ ରନର ହୋଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଞ୍ଚଳରୁ ଆସିଥିବା ଖେଳାଳି ମାନଙ୍କ ଉନ୍ନତି କାମନା କରିଥିଲେ।