May 14, 2026

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହା ଓଡିଶାର ପ୍ରଥମ 

IMG-20260506-WA0039
Share

 

 

ପାରଳାଖେମୁଣ୍ଡି:୫/୫(ଗରୁଡ଼ଧ୍ୱଜ ଚୌଧୁରୀ) ନିକଟରେ ପ୍ରକାଶ ପାଇଥିବା ଚଳିତ ବର୍ଷର ଦଶମ ପରୀକ୍ଷା ଫଳ।ଏଥର ଗଜପତି ଜିଲ୍ଲାର ପାସହାର ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗଜପତି ଜିଲ୍ଲାରେ ୯୯.୩୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଜିଲ୍ଲାରେ ୧୬୧ଟି ବିଦ୍ୟାଳୟର ୮୧୧୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ ସେଥ୍ ମଧ୍ୟରୁ ୩୯୩୮ ଛାତ୍ର, ୩୯୮୮ ଛାତ୍ରୀ I 11 ଅନୁପସ୍ଥିତ ପରୀକ୍ଷାର୍ଥୀ ଙ୍କ

ସଂଖ୍ୟା୧୩୪ଜଣ ।୭୯୨୭ଜଣ ପିଲା ପାସ କରିଛନ୍ତି। ସେଥ୍ ମଧ୍ୟରୁ A1 ଗ୍ରେଡରେ ୬ଜଣ, A2 ଗ୍ରେଡରେ ୩୯୫ଜଣ, B1 ଗ୍ରେଡରେ ୧୭୯୫ ଜଣ B2 ଗ୍ରେଡରେ ୨୩୭୩ଜଣ C ଗ୍ରେଡରେ ୨୦୪୬ ଜଣ D 1 ଗ୍ରେଡରେ ୧୧୩୨ ଜଣ, E ଗ୍ରେଡରେ ୧୮୦ ଜଣ ।ଗଜପତି ଜିଲ୍ଲା ର ୬ ଗୋଟି ବିଦ୍ୟାଳୟ ଛାତ୍ର ଛାତ୍ରୀ A1 6 ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହି ବିଦ୍ୟାଳୟ ଗୁଡ଼ିକ ହେଲା ଯଥା :- ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଳିଗଡ ସରକାରୀ ୟୁ.ଜି. ହାଇସ୍କୁଲ ସମ୍ବଲପୁର ସରକାରୀ ୟୁ.ଜି. ହାଇସ୍କୁଲ ଗୋଠକେଳି, ୟୁ ଜି ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁସକୁଡି , ରଣ୍ଡିଭା ହାଇସ୍କୁଲ , ରଣ୍ଡିଭା ସରକାରୀ (SSD) ବାଳିକା ଉଚ୍ଚ ବିଦ୍ୟାଳୟ ସୁଣ୍ଡୁରୁବା ।ପୁନର୍ବାର ରାଜ୍ୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ବଜାୟ ରଖୁଥ‌ିବାରୁ ଗଜପତି ଭାରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନନଗା ଓ ଜିଲ୍ଲା ଶିକ୍ଷା ଅଧୂକାରୀ ଡ. ମାୟାଧର ସାହୁ ସମସ୍ତ ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।