May 28, 2026

କୋଟିଆରେ ରାଜସ୍ୱ ମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଗ୍ରସ୍ତ 

IMG-20260505-WA0051
Share

କୋଟିଆରେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଗ୍ରସ୍ତ । ଗଞ୍ଜେଇପଦର ଗ୍ରାମ ନିକଟରୁ ଉଭୟ ମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେଠାରୁ ସଂକୀର୍ତ୍ତନ ଏବଂ କଳସ ଯାତ୍ରା ମାଧ୍ୟମରେ ପ୍ରାୟ ଏକ କିମି ଚାଲି କୋଟିଆ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲେ।ପ୍ରଥମେ ଜଗନ୍ନାଥ ମନ୍ଦିର ରେ ପହଞ୍ଚି ଦର୍ଶନ କରିବା ସହ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା।ଏହାପରେ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚନା କରାଯାଇ ସୁଭଦ୍ରା ମାଙ୍କ ରଥ ଚକ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ସେଠାରୁ ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ ଆୟୋଜନ ହୋଇଥିବା ସଭାକାର୍ଯ୍ୟ ରେ ଯୋଗଦାନ କରିଥିଲେ । ସେଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଗାମୀ ଜନ୍ମରେ ମୋର ପୁନର୍ଜନ୍ମ ହେଲେ କୋରାପୁଟ ତଥା କୋଟିଆ ମାଟିରେ ହେଉ ବୋଲି କହିଥିଲେ ଏବଂ କୋଟିଆ ର ଉନ୍ନତି ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଅଛନ୍ତି ବୋଲି କହିଥିଲେ।ଓଡ଼ିଶାର ଜନଗଣନାରେ କୋଟିଆ ବାସିନ୍ଦା ଶତପ୍ରତିଶତ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କୋଟିଆ ଜଗନ୍ନାଥ ମନ୍ଦିର ର ଉନ୍ନତି କରଣ କରାଯିବା ସହ କୁନ୍ଦୁଲି ଠାରୁ ଦେଓମାଳି ଓ କୋଟିଆ ର ରାସ୍ତା କୁ ସାଢ଼େ ସାତ ମିଟର ରାସ୍ତା ପ୍ରଶସ୍ତ କରିବା ଯୋଜନା କରାଯାଇଥିବା ସହ ସମସ୍ତ ପ୍ରକାର ଉନ୍ନତି କରାଯିବ ବୋଲି ନିଜର ମତ ପ୍ରକାଶ କରିଛନ୍ତି ।ଏହାପରେ ନୂତନ ଜଙ୍ଗଲ ଜମି ପଟ୍ଟା,ନୂତନ ସୁଭଦ୍ରା ଯୋଜନା ହିତାଧିକାରୀ,ନୂତନ ଭତ୍ତା ବଣ୍ଟନ କରିଥିଲେ।

ଉକ୍ତ ସମୟରେ ପୁରୀ ଜଗନ୍ନାଥ ମନ୍ଦିର ର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ,ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ,କୋରାପୁଟ ବିଧାୟକ ରଘୁରାମ ମାଛ,ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତି,ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ,ପୂର୍ବତନ ସାଂସଦ ଜୟରାମ ପାଙ୍ଗି,ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି ପ୍ରମୁଖ ଉପସ୍ଥିତ ରହିଥିଲେ। ପରେ ଦୁଇ ମନ୍ତ୍ରୀ କୋରାପୁଟ ସହରରେ ଦାଣ୍ଡି ମାର୍ଚ୍ଚ ସହ କଫି ସେଲଫି ପ‌ଏଣ୍ଟ ଶୁଭାରମ୍ଭ କରିବା ସହ ତିନୋଟି ପ୍ରମୁଖ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର