June 15, 2026

ଆତଙ୍କ ଖେଳାଇଥିବା ମାଙ୍କଡ଼କୁ ଧରି ଜଙ୍ଗଲରେ ଛାଡିଲା ବନବିଭାଗ 

IMG-20260429-WA0063
Share

 

 

ବୁଗୁଡ଼ା : ତା ୨୯/୦୪/୨୬ : ବୁଗୁଡ଼ାରେ ଦୁଇ ଦିନ ହେଲା ଆତଙ୍କ ଚଳାଇଥିବା ଏକ ହନୁମାଙ୍କଡଟିକୁ ଆଜି ବନ ବିଭାଗ ଟିମ କାବୁ କରିଥିବା ଜଣାଯାଇଛି l ଆଜି ସକାଳୁ ଷୋଳମାଇଲିସ୍ଥିତ କୋର୍ଟ ପଛପଟ ଆମ୍ବତୋଟାରେ ପ୍ରଥମେ ଉକ୍ତ ମାଙ୍କଡ଼କୁ ବନ ବିଭାଗ ଟିମ ଠାବ କରିବା ପରେ ସେଠାରୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ତେବେ ମାଙ୍କଡ଼ଟି ସେଠାରୁ ଖସିଯାଇ ତାଳଶାକର ରାସ୍ତାରେ ପାଣି ଫ୍ଯାକ୍ଟ୍ରି ସମ୍ମୁଖରେ ଥିବା କାଜୁତୋଟାକୁ ଚାଲି ଯାଇଥିଲା। ସେହି ସ୍ଥାନରେ କୌଶଳ କ୍ରମେ ଏକ ଜାଲ ସାହାଯ୍ୟରେ ମାଙ୍କଡ଼କୁ କାବୁ କରାଯାଇଥିଲା l ସେଠାରୁ ଉକ୍ତ ମାଙ୍କଡ଼ଟିକୁ ନେଇ କରଚୁଲି ନିକଟସ୍ଥ କିରିଆମ୍ବା ଜଙ୍ଗଲରେ ଛଡ଼ା ଯାଇଥିବା ରେଞ୍ଜର ମାନସ କୁମାର ସାହୁ ସୂଚନା ଦେଇଛନ୍ତି l ଦୁଇ ଦିନ ଭିତରେ ଉକ୍ତ ହନୁ ମାଙ୍କଡ଼ ଆକ୍ରମଣରେ ଆଦିପୁର ଗ୍ରାମର ଟ୍ରଲି ଚାଳକ ନାରାୟଣ ରାଉତ, ବ୍ଲକ ଛକର ଟିପୁ ଦାଶ ଓ ହାଇସ୍କୁଲ ଛକ ନିକଟରେ ପାନ ଦୋକାନ କରିଥିବା ପ୍ରମୋଦ ମିଶ୍ର ଆହତ ହୋଇଥିଲେ l ମାଙ୍କଡ଼ ଧରା ପଡିବା ଖବର ମିଳିବା ପରେ ସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଛି l

You may have missed