November 17, 2024

ବିଜେଡି ପକ୍ଷରୁ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ, ଗୋଲିଆ ବଡତୋଟା ପାଲଟିଲା ଜନସମୁଦ୍ର

Share

ବିଜେଡି ପକ୍ଷରୁ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ, ଗୋଲିଆ ବଡତୋଟା ପାଲଟିଲା ଜନସମୁଦ୍ର
ବୁଗୁଡ଼ା : ତା ୨୮/୦୫/୨୩ : ବିଜୁ ଜନତା ଦଳ ପକ୍ଷରୁ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ସାଙ୍ଗଠନିକ ବୈଠକ ବୁଗୁଡ଼ା ବ୍ଲକର ଗୋଲିଆ ବଡତୋଟା ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବ୍ଲକ ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ ଓ ଉପାଧ୍ୟକ୍ଷ କାହ୍ନୁ ଚରଣ ବେହେରା ଏବଂ ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା , ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏବଂ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ, ବୁଗୁଡ଼ା ଏନଏସି ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା ,ବିଜେଡିର ପୋଲସରା ବ୍ଲକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ଓ ଏନ୍ଏସି ସଭାପତି ରଞ୍ଜିତ କୁମାର ସାହୁ ବ୍ଲକ ସାଂସଦ ପ୍ରତିନିଧି ପ୍ରତାପ ଚନ୍ଦ୍ର ପ୍ରଧାନ , ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ସୁଶାନ୍ତ କୁମାର ପୋଲାଇ , ଜିଲ୍ଲା ମହିଳା ସଭାନେତ୍ରୀ କବିତା ସାହୁ, ବ୍ଲକ ସଭାନେତ୍ରୀ କନକ ରାଉତ, ଏନଏସି ସଭାନେତ୍ରୀ ସଞ୍ଜୁକ୍ତା ବାଡତ୍ୟା , ପ୍ରାକ୍ତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନଙ୍କ ସମେତ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଭୟ ବ୍ଲକ ଓ ଏନ୍ଏସିର ନିର୍ବାଚିତ ଜନ ପ୍ରତିନିଧି, ଗ୍ରାମ ପଞ୍ଚାୟତ ସଭାପତି ଓ ସମ୍ପାଦକ, ଦଳୀୟ ମହିଳା – ଯୁବ – ଛାତ୍ର ଆଦି ସଂଗଠନର କର୍ମକର୍ତ୍ତା ମଞାସୀନ ରହିଥିଲେ । ହଜାର ହଜାର ଦଳୀୟ କର୍ମକର୍ତ୍ତା ଏବଂ କର୍ମୀଙ୍କୁ ନେଇ ଅନୁଷ୍ଠିତ ଉକ୍ତ ସାଂଗଠନିକ ବୈଠକ ଅବସରରେ ବିଭିନ୍ନ ପଦ ପଦବୀରେ ଅଧିଷ୍ଠିତ ଜନ ପ୍ରତିନିଧିମାନେ ସ୍ବ ସ୍ବ ବକ୍ତବ୍ୟରେ ସ୍ଥାନୀୟ ବିଧାୟକଙ୍କ ସୁଦୃଢ ସାଂଗଠନିକ ଦକ୍ଷତା ଏବଂ ଜନସେବା ମନୋବୃତ୍ତିର ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କ ନୈତିକ ସମର୍ଥନ ବିଧାୟକଙ୍କ ପ୍ରତି ବଜାୟ ରହିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ। ଏ ଅବସରରେ ବିଧାୟକଙ୍କ ଧର୍ମପତ୍ନୀ ଗୋଲାପ ସାହୁ ତାଙ୍କର ଭାବବିହ୍ବଳ ବକ୍ତବ୍ୟ କାଳରେ ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତ ଦଳୀୟ କର୍ମକର୍ତ୍ତା ଏବଂ କର୍ମୀଙ୍କ ଅକୁଣ୍ଠ ସମର୍ଥନ ତାଙ୍କ ସ୍ବାମୀଙ୍କ ପ୍ରତି ରହିଥିବା ନେଇ ସେ କୃତଜ୍ଞତା ଜ୍ଞାପନ କରିଥିଲେ ।
ବୈଠକର ଶେଷ ପର୍ଯ୍ୟାୟରେ ପ୍ରାକ୍ତନ ଶ୍ରମମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବକ୍ତବ୍ୟ ଗୁରୁତ୍ତ୍ୱ ବହନ କରିଥିଲା । ତାଙ୍କର ବକ୍ତବ୍ୟରେ ସେ ଗଭୀର ଷଡଯନ୍ତ୍ରର ଶିକାର ହୋଇଥିବା ନେଇ ଉଲ୍ଲେଖ କରିବା ସହ ଆଗାମୀ ଦିନରେ ଚକ୍ରାନ୍ତକାରୀଙ୍କ ମୁଖା ନିଶ୍ଚିତ ରୂପେ ଖୋଲିବ ବୋଲି କହିବା ସହ ଜନସାଧାରଣଙ୍କ ସମର୍ଥନ ବଳରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦରୁ ଆଗାମୀ ବିଧାନସଭା ନିର୍ବାଚନରେ ଦଳୀୟ ଟିକେଟର ହକଦାର ହେବା ନିଶ୍ଚିତ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ବକ୍ତବ୍ୟ କାଳରେ ବିଧାୟକ ଟିକେ ଭାବବିହ୍ବଳ ହୋଇ ପଡିଥିବା ବେଳେ ହଜାର ହଜାର ସମର୍ଥକଙ୍କ କରତାଳିରେ ସେ ଉତ୍ସାହିତ ହୋଇ ପଡିଥିବା ଦେଖା ଯାଇଥିଲା । ସଭାସ୍ଥଳ ସାଙ୍ଗକୁ ରାସ୍ତାଘାଟରେ ପ୍ରବଳ ଜନଗହଳିକୁ ନିୟନ୍ତ୍ରଣ ପାଇଁ ଠାଏଁ ଠାଏଁ ପୋଲିସ ମୁତୟନ ରହିଥିବା ଦେଖାଯାଇଥିଲା ।