September 2, 2026

ଦୁଃଖନାଶନ ବେହେରା ଥିଲେ ଜଣେ ବିରଳ କଳାକାର  ଦୁଃଖନାଶନଙ୍କୁ ଜୀବଦ୍ଦଶାରେ ମିଳିନି ଉପଯୁକ୍ତ ସମ୍ମାନ 

IMG-20260428-WA0079
Share

 

 

ସମ୍ବଲପୁର ତା ୨୮/୦୪(): ଦୁଃଖନାଶନ ବେହେରା ଜଣେ ବିରଳ କଳାକାର ଥିଲେ। ଭବିଷ୍ୟତରେ ତାଙ୍କ ଭଳି ଜଣେ କଳାକାର ମିଳିବେ କି ନାହିଁ ତାହା ସନ୍ଦେହ।ସାପ୍ତାହିକ ‘ସ୍ଵୀକାର’ ତରଫରୁ ସ୍ୱନାମଧନ୍ୟ ସଞ୍ଚାର କଳାକାର ଦୁଃଖନାଶନ ବେହେରାଙ୍କ ବିୟୋଗରେ ଅନୁଷ୍ଠିତ ଶୋକସଭାରେ ବିଶିଷ୍ଟ ସଂସ୍କୃତି ଗବେଷକ, କଳାକାର ଓ ବୁଦ୍ଧିଜୀଵୀ ମାନେ ଯୋଗଦେଇ ଏଭଳି ମତବ୍ୟକ୍ତ କରିଛନ୍ତି।

 

ବିଶିଷ୍ଟ ଶିକ୍ଷାବିତ ଅରବିନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, ବିଶିଷ୍ଟ ସଂସ୍କୃତି ଗବେଷକ ଡକ୍ଟର ଶ୍ୟାମସୁନ୍ଦର ଧର, ପ୍ରାଧ୍ୟାପକ ଡକ୍ଟର ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ପ୍ରଫେସର କାମଦେବ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ମୋତିଲାଲ ଦୋରା, ନୃତ୍ୟ ନିର୍ଦ୍ଦେଶକ ରଞ୍ଜନ ସାହୁ, ଯୁବ ସାହିତ୍ୟିକ ଓ କଣ୍ଠଶିଳ୍ପୀ ମାନସ କୁମାର ଷଡ଼ଙ୍ଗୀ, କବୟିତ୍ରୀ ସବିତା ମିଶ୍ର, କଣ୍ଠଶିଳ୍ପୀ ରବୀନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା, ରତ୍ନଭୂଷଣ ପୃଷେଠ, ଅଶୋକ କୁମାର ପଣ୍ଡା ପ୍ରମୁଖ ଏଥିରେ ଯୋଗଦେଇ ଦୁଃଖନାଶନଙ୍କ କଳା ଓ ସଙ୍ଗୀତ ଯାତ୍ରା ବିଷୟରେ ଆଲୋଚନା କରିବା ସହ ତାଙ୍କ ବିୟୋଗରେ କଳା ଜଗତରେ ଏକ ଅପୁରଣୀୟ କ୍ଷତି ହୋଇଛି ବୋଲି କହିଛନ୍ତି । ତେବେ ଦୁଃଖନାଶନ ବଞ୍ଚିଥିବା ସମୟରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇନାହିଁ ବୋଲି ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ। ସଭାରେ ଦୁଃଖନାଶନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ‘ସ୍ଵୀକାର’ର ସମ୍ପାଦକ ହେମନ୍ତ କୁମାର ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ରାଜେନ୍ଦ୍ର ସତନାମୀ ଓ ତନ୍ମୟ ବାରିକ ସହଯୋଗ କରି Vc Saଥିଲେ।

You may have missed