April 29, 2026

ଉମରକୋଟ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଦାସିଆ ସାଂସ୍କୃତିକ ପରିଷଦର ମିଳିତ ସହଯୋଗରେ  ମଧୁବାବୁ ଜୟନ୍ତୀ ପାଳନ l

IMG-20260428-WA0054
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ସ୍ଥାନୀୟ ବିଜୁ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ଓ ଦାସିଆ ସାଂସ୍କୃତିକ ପରିଷଦର ମିଳିତ ସହଯୋଗରେ ମଧୁବାବୁ ଜୟନ୍ତୀ ଓ ସାରସ୍ୱତ ସମାରୋହ ଆଡମ୍ବର ସହ ପାଳିତ ହୋଇଯାଇଛି l ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ଉପ ସଭାପତି ଶ୍ରୀ ରମେଶ ଚନ୍ଦ୍ର ସାହୁ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ମାନ୍ୟବର ମନ୍ତୀ ପ୍ରତିନିଧି ଶ୍ରୀ ଅଶୋକ କୁମାର ପାଢ଼ୀ, ମାନ୍ୟବର ସାଂସଦ ପ୍ରତିନିଧି ଶ୍ରୀ ରାମକୃଷ୍ଣ ନାୟକ, ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଡ଼ା. ସୁରେନ୍ଦ୍ରନାଥ ଦାଶ, ମୁଖ୍ୟ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀ ପ୍ରାକ୍ତନ ସଦସ୍ୟ ଶ୍ରୀ ବଲ୍ଲଭ ରାଉତ, ସମ୍ମାନିତ ଅତିଥି ଭାବେ ଶ୍ରୀ ଝାଡ଼େଶ୍ୱର ମହାନ୍ତି, ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ, ଶ୍ରୀମତୀ ପଲ୍ଲବୀ ପଣ୍ଡା, ସଭାପତି ଶ୍ରୀ ଟୁଟୁବାବୁ ପଟ୍ଟନାୟକ, ସମ୍ପାଦକ ଶ୍ରୀ ଏମ. ହିମାଂଶୁ ଆଚାରୀ ମଞ୍ଚାସୀନ ଥିଲେ l ଶ୍ରୀ ଏମ. ହିମାଂଶୁ ଆଚାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ବକ୍ତା ନିଜ ବକ୍ତବ୍ୟରେ ମଧୁବାବୁଙ୍କ ଅଗାଧ ପାଣ୍ଡିତ୍ୟ ଓ ସ୍ୱାଭିମାନୀ ଗୁଣ ବିଷୟରେ ଆଲୋକପାତ କରିଥିଲେ l ସାହିତ୍ୟ,ଓକିଲାତି,ସମାଜସେବା, ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ପରିଷଦ ତରଫରୁ ଡ଼ା. ସୁରେନ୍ଦ୍ରନାଥ ଦାଶ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଶ୍ରୀ ଦେବନାରାୟଣ ବାରିକ, ଶ୍ରୀ ଝାଡ଼େଶ୍ୱର ମହାନ୍ତି, ଶ୍ରୀ ଅକ୍ଷୟ କୁମାର ସାହୁ, ଡ଼ା. ଆୟୁଶୀ ମଣ୍ଡଳ, . ଡ଼ା.ସବ୍ୟସାଚୀ ଦାଶଙ୍କୁ ପରିଷଦ ତରଫରୁ ମାନପତ୍ର, ଉତ୍ତରୀୟ ପ୍ରଦାନ କରି ମୁଖ୍ୟ ଅତିଥି ସଂମ୍ବର୍ଦ୍ଧିତ କରିଥିଲେ l ତତ୍ପରେ ପରିଷଦ ସହ ଯୋଡି ହୋଇଥିବା ନୂଆ ସଭ୍ୟ / ସଭ୍ୟାଙ୍କୁ “ସଦସ୍ୟତା ପ୍ରମାଣ ପତ୍ର” ଓ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଶିକ୍ଷାର୍ଥୀଙ୍କୁ ସିଲଡ଼ ଓ ପ୍ରମାଣ ପତ୍ର ଅତିଥିମାନେ ପ୍ରଦାନ କରିଥିଲେ l ଏହାକୁ ପରିଚାଳନା କରିଥିଲେ ଶ୍ରୀ ସମୀର କୁମାର ପ୍ରଧାନ ଓ ଶ୍ରୀ ସାଗର କୁମାର ପରିଡା l ତତ୍ପରେ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଥିବା କବି / କବୟିତ୍ରୀଙ୍କୁ ନେଇ କବିତା ଆସର ଅନୁଷ୍ଠିତ ହୋଇଥିଲା l ଏଥିରେ ସଭାପତି ଭାବେ ଅଧ୍ୟାପକ ଗୋପାଳ ମହାରଣା, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗବେଷକ ଶ୍ରୀ ସାଇମନ ବିଡ଼ିକା, ଗବେଷକ ଶ୍ରୀ କେଦାରେଶ୍ୱର ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଶାନ୍ତିଲତା ମହାନ୍ତି, ଶ୍ରୀମତୀ ପ୍ରଭାତୀ ଦେବନାଥ, ଶ୍ରୀମତୀ ନମିତା ବିଶ୍ୱାସ ଓ ସଂଯୋଜିକା ଭାବେ ଶ୍ରୀମତୀ ସ୍ଵାଗତିକା ସାହୁ ଓ ଶ୍ରୀମତୀ ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ ମଞ୍ଚାସୀନ ଥିଲେ l ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି / କବୟିତ୍ରୀ ଯୋଗ ଦେଇଥିଲେ l ଏଥିରେ ଯେଉଁମାନେ ସକ୍ରିୟ ଯୋଗଦାନ କରିଥିଲେସେମାନେ ହେଲେ କେଦାରେଶ୍ୱର ପଟ୍ଟନାୟକ,ରାଜକିଶୋର ନାୟକ,ଶ୍ରୀମତୀ ନିରୁପମା ସ୍ୱାଇଁ,ଶ୍ରୀ ସତ୍ୟବ୍ରତ ପ୍ରଧାନ,ଶ୍ରୀ ଗଣେଶ ପ୍ରସାଦ ରଣା,ଶ୍ରୀ ବିଷ୍ଣୁ ପ୍ରସାଦ ସାହୁ, ବିମଳ କୁମାର ବାରୋଇ, ସୁରେଶ ଚନ୍ଦ୍ର ପଣ୍ଡା,ତ୍ରିପତି ପଟ୍ଟନାୟକ, ନିଳକଣ୍ଠ ଚମ୍ପତି,ଗଣେଶ ପ୍ରସାଦ ରଣା, ସୁନୀଲ କୁମାର ନାୟକ, ନରେଶ ଚନ୍ଦ୍ର ପଟ୍ଟନାୟକ, ରଞ୍ଜନ ଗୌଡ଼, ସଂଗ୍ରାମ କିଶୋର ପରିଡା, ଗୁରୁଦାସୀ ମଣ୍ଡଳ,ଡ଼ା. ସାଇରମେଶ ରାଓ, ମିନତୀ ନାୟକ, ଡ଼. ସନ୍ତୋଷ କୁମାର ଖମାରୀ, ଆଦିତ୍ୟା ଶର୍ମା, ନିଳକଣ୍ଠ ଚମ୍ପତି, ଜଗବନ୍ଧୁ ବଡସେଟ, ସନ୍ତୋଷ କୁମାର ଜେନା, ମନିଷ କୁମାର ବାରିକ,ଷ୍ଟାଲିନ କୁମାର ସାମନ୍ତରାୟ,ବିଶ୍ୱଜିତ ପଟ୍ଟନାୟକ, ବିରଞ୍ଚି ସୁନାନୀ, ସତ୍ୟେନ୍ଦ୍ର ରାଉତ, ରାଜେଶ ଜୀ, ଶେଖ ନାସିରୁଦ୍ଦିନ, ସାଗର କୁମାର ପରିଡା, ସନ୍ତୋଷ କୁମାର ସାହୁ, ରମେଶ ଚନ୍ଦ୍ର ନାହକ, ଅନୀତା କୁମାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।