April 27, 2026

ବାବା ଆଖଣ୍ଡଳମଣି ଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

IMG-20260426-WA0013
Share

 

 

 

 

 

ତିର୍ତ୍ତୋଲ , ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲବ୍ଲକ, ବିଶୁନପୁର ପଞ୍ଚାୟତ ଅଧିନ ନିରପୋଇ ଗ୍ରାମର ପୁଣ୍ୟତୋୟା ପାଇକାନଦୀ ର ତଟଭୂମି ରେ ବିରାଜିତ ବାବା ଆଖଣ୍ଡଳମଣି ଙ୍କ ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକଉତ୍ସବ ଉପଲକ୍ଷେ ଗତ ପବିତ୍ର ଅକ୍ଷୟତୃତୀୟା ଦିନଠାରୁ ଆରମ୍ଭ ହୋଇଥିବା ବିଶ୍ଵଶାନ୍ତି ମହାଯଜ୍ଞ ଗତ 23 ତାରିଖ ଗୁରୁବାର ଦିନ ବିଳମ୍ବିତରାତ୍ରୀ ରେ, ମହାସମାରୋହ ରେ ଉଦଯାପିତ ହୋଇଯାଇଛି l ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ ସାଂସ୍କୃତିକ କାର୍ଯ୍ୟକ୍ରମ ପରମସେବକ ରମାକାନ୍ତ ପଣ୍ଡା ମାର୍ଗଦର୍ଶନ ରେ ଅନୁଷ୍ଠିତ ହୋଇଥିଲା l ଅଙ୍କୁରାରୋପଣ, କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା, ଗୁରୁପୂଜା, ଅଗ୍ନିସ୍ଥାପନ ଓ ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ପ୍ରତ୍ୟେହ ଆହୁତି ପ୍ରଦାନ କରାଯାଇଥିଲା l ଏଥିରେ ମୁମ୍ବାଇର ଭାବଶଙ୍କର ଦାସ, ଫୁଲଚାନ୍ଦ ପାଣ୍ଡେ ଓ ବିକାଶ ମିଶ୍ର ଙ୍କ ସମେତ ବିଧାୟକ ରବୀନ୍ଦ୍ର ଦୁବୋଲେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ରାଜଧାନୀ ଭୁବନେଶ୍ୱର ରୁ ଦିଲ୍ଲୀପ କୁମାର ସ୍ୱାଇଁ, ବିପ୍ରଚରଣ ଜେନା, କମଲ ଜେନା, ନିଗମ ନାୟକ, ଜ୍ଞାନୀ କାନୁନଗୋ, ବଣ୍ଟି, ସୁଧୀର ଜେନା, ଶିବାନନ୍ଦଜୀ ଓ ବାଙ୍ଗାଲୋର, ଦିଲ୍ଲୀ, କୋଲକତା, ଚେନାଇ ଓ କଟକ ରୁ ବହୁ ବିଶିଷ୍ଟମାନ୍ୟଗଣ୍ୟ ବ୍ୟକ୍ତି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l ପୂର୍ଣ୍ଣାହୁତି ପ୍ରଦାନ ପରେପରେ ସାଂସ୍କୃତିକ କାଯ୍ୟକ୍ରମ ରେ ରମାକାନ୍ତ ରାଉଳ ଙ୍କ ଉପସ୍ଥାପନା ରେ ସାଥିମାନଙ୍କ ଦ୍ୱାରା ସାରଳା ଘଟନୃତ୍ୟ ଓ କଟକର ସରସ୍ବତୀ କଳାବିକାଶ କେନ୍ଦ୍ରର କଳାକାର ମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ନୃତ୍ୟସଙ୍ଗୀତ ପରିବେଷଣ କରାଯାଇଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା l ( ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଞ୍ଜ ରିପୋର୍ଟ )