April 24, 2026

ଜେଲ ପାଚେରି ଡେଇଁ କଏଦୀ ଫେରାର

IMG-20260422-WA0039
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଠେମରା ଗ୍ରାମର ଜଗନ୍ନାଥ ଶବର ନାମକ ଜଣେ ବ୍ୟକ୍ତିଙ୍କୁ ୩ ଟି ଚୋରି ମାମଲାରେ ଗତ ପ୍ରାୟ ୨ ମାସ ତଳେ ସଦର ପୋଲିସ ଦ୍ୱାରା ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜଗନ୍ନାଥଙ୍କ ପରିବାର ଲୋକେ ଜାମିନ ପାଇଁ ଆବେଦନ କରିବାପରେ ମଧ୍ୟ ଜଗନ୍ନାଥଙ୍କ ଜାମିନ ନାମଞ୍ଜୁର ହେବାପରେ, ସେ ବିଚାରାଧୀନ କଏଦୀ ଭାବରେ ଭବାନୀପାଟଣା ଜେଲରେ ଥିଲେ। କିନ୍ତୁ ଗତ ବିଳମ୍ବିତ ରାତିରେ, ଜେଲରେ କଡ୍ଡା ସୁରକ୍ଷା ଥିବା ସତ୍ତ୍ୱେ, ଜଗନ୍ନାଥ ଅତି ଚତୁରତାର ସହିତ କୌଣସି ପ୍ରକାରେ ଜେଲ ପାଚେରି ଡେଇଁ ଚମ୍ପଟ ମାରିଥିଲେ। ସୂଚନା ଥାଉକି, ଏପରି ଘଟଣା ଗତ ୨ ବର୍ଷ ତଳେ ମଧ୍ୟ ଘଟିଥିଲା। ଗତ ୨O୨୪ ମସିହା ଏପ୍ରିଲ ୬ ତାରିଖରେ ମଧ୍ୟ ଦୁଇ ଜଣ ବିଚାରାଧୀନ କଏଦୀ ଜେଲ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ଏନେଇ ବର୍ତ୍ତମାନ ସାଧାରଣରେ ଜେଲର ସୁରକ୍ଷା ବ୍ୟବସ୍ଥା ଉପରେ ଚର୍ଚ୍ଚା ଜୋର ଧରିଛି। ଜଗନ୍ନାଥ ଶବର ଫେରାର ହେବାପରେ ପୋଲିସ ପକ୍ଷରୁ ଜଗନ୍ନାଥଙ୍କୁ ଧରିବାପାଇଁ ଯୋରଦାର ତଲାସି ଚାଲିଥିବାବେଳେ, କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବଂ ଏହାର ଅଧିକ ଯାଞ୍ଚ ପାଇଁ ପୋଲିସ ଡ଼ି.ଜି ଜିଲ୍ଲା କାରାଗାରରେ ପହଞ୍ଚିବେ ବୋଲି ସୂଚନା ମିଳିଛି।