ଠାକୁରଗଡ଼ରେ ମା’ ବିମଳା ଓ ଲକ୍ଷ୍ମୀଙ୍କ ବିଗ୍ରହ ପ୍ରତିଷ୍ଠା: ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ

ଆଠମଲ୍ଲିକ ୨୨/୦୪ ( )ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଗ୍ରାମରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ଏକ ଭବ୍ୟ କଳସ ଯାତ୍ରା ଆୟୋଜିତ ହୋଇଥିବା ବେଳେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ଆଜି ସକାଳୁ ପବିତ୍ର ରୀତିନୀତି ଅନୁଯାୟୀ ଜଳଯାତ୍ରା ସମ୍ପନ୍ନ ହୋଇଥିଲା। ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ଶତାଧିକ ମହିଳା ମୁଣ୍ଡରେ କଳସ ଧାରଣ କରି ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ଶଙ୍ଖ ନାଦ, ମନ୍ତ୍ରୋଚ୍ଚାରଣ ଓ ଭଜନ-କୀର୍ତ୍ତନରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଉଠିଥିଲା। ଏହି ଶୋଭାଯାତ୍ରା ଗ୍ରାମର ମୁଖ୍ୟ ରାସ୍ତା ପରିକ୍ରମା କରି ମନ୍ଦିର ପରିସରରେ ପହଞ୍ଚିବା ପରେ ପଣ୍ଡିତମାନଙ୍କ ଦ୍ୱାରା ବିଧିବତ ପୂଜାର୍ଚ୍ଚନା ଓ କଳସ ସ୍ଥାପନ କରାଯାଇଥିଲା।
ଉତ୍ସବର ମୁଖ୍ୟ ପୁରୋଧା
ଏହି ଧାର୍ମିକ କାର୍ଯ୍ୟକ୍ରମକୁ ପଣ୍ଡିତ ଅଶୋକ ମିଶ୍ର, ରୀଙ୍କୁଲାଲ ମିଶ୍ର, ପ୍ରଶାନ୍ତ ମହାପାତ୍ର, ରୁଦ୍ର ମୋହନ ମିଶ୍ର ଓ ନିର୍ମଳ ମିଶ୍ର ପରିଚାଳନା କରୁଛନ୍ତି। ମୁଖ୍ୟ କର୍ତ୍ତା ଭାବେ ବିଶ୍ୱରଞ୍ଜନ ଦେଓ ଓ ଭନ୍ତାଚାରୂ ଦେଓ ଦାୟିତ୍ୱ ନିର୍ବାହ କରୁଛନ୍ତି।ମନ୍ଦିର ପରିଚାଳନା କମିଟିର ସଦସ୍ୟ ଶତ୍ରୁଘ୍ନ ସାହୁ, ସନ୍ତୋଷ କୁମାର ସାହୁ, ବସନ୍ତ କୁମାର ସାହୁ, ସୂରିଆ ସାହୁ, ସୁଜିତ୍ କୁମାର ଦେହୁରୀ, ମନୋଜ କୁମାର ରାଉତ, ଅଶ୍ୱିନୀ କୁମାର ଖୁଣ୍ଟିଆ, ଲିଟୁ ରାଉତ ଓ ସତ୍ୟବ୍ରତ ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଠାକୁରଗଡ଼ ଥାନା ଅଧିକାରୀ ଶଶି ଭୂଷଣ ବେହେରା, ମନୋଜ କୁମାର ବେହେରା, କେଶବ ସାହୁ, ଯଶବନ୍ତ ନାୟକ ଓ ହାବିଲଦାର ଦେବେନ୍ଦ୍ର କୁମାର ସାହୁ ଉପସ୍ଥିତ ରହିଛନ୍ତି।ଏହି ଉତ୍ସବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିପୂତ ପରିବେଶ ସୃଷ୍ଟି ହୋଇଛି। ଆସନ୍ତା କାଲି ଦଶ ହଜାର ରୁ ପନ୍ଦର୍ ହଜାର ଲୋକ ଙ୍କ ସମାଗମ ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି।
