ଆଜିର ଖବର..
୧-ଭୁବନେଶ୍ଵର:ଏଥର ଖରାଛୁଟିରେ ପିଲାଙ୍କୁ ହ୍ବାଟ୍ସଆପରେ ଜରିଆରେ କରାଯିବ ସମର ଲଣ୍ଣିଂ ବ୍ୟବସ୍ଥା। ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବ୍ୟବସ୍ଥା ନେଇ ଓସେପାର ଚିଠି ଜାରି।
୨-ବିଶ୍ୱର ୨୦ ଉତ୍ତପ୍ତ ସହର ମଧ୍ୟରେ ରହିଛି ଭାରତର ୧୯ ସହର: ତାଲିକାର ଶୀର୍ଷରେ ଓଡ଼ିଶା।
୩-ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଖୁବ୍ ଶୀଘ୍ର ସଂପ୍ରସାରିତ ହେବାକୁ ଯାଉଛି:ମୁଖ୍ୟମନ୍ତ୍ରୀ
୪-ଓଡିଶାକୁ ପୁଣି ଫେରିଲା ପସ୍କୋ; JSW ସହ ଢେଙ୍କାନାଳ ଓ କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ, ୩୫ ହଜାର କୋଟିର ହେବ ନିବେଶ।
୫-ଭଦ୍ରକରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ, ବିବାହ କଲେ ୨୫ ଯୋଡ଼ା ବରକନ୍ୟା।
୬-ନାରୀ ବିଲ୍କୁ ନେଇ ତେଜିଲା ରାଜନୀତି; ଆଜି ଭୁବନେଶ୍ୱରରେ ବିଜେପିର ବିଶାଳ ଜନଆକ୍ରୋଶ ସମାବେଶ, ଏକାଠି ହେବେ ୫୦ ହଜାରରୁ ଅଧିକ ମହିଳା।
୭-ବିମାନ ଚଳାଚଳ କ୍ଷେତ୍ରରେ ଯୋଡ଼ି ହେବ ନୂଆ ଅଧ୍ୟାୟ ; ଓଡ଼ିଶାରୁ ୧୦ ନୂଆ ରୁଟ୍ରେ ଉଡ଼ିବ ବିମାନ।
୮-ଯାଜପୁର ରୋଡ,ସାରୁଆବିଲ ସ୍କୁଲ:ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା, ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କଲେ ବ୍ଲକ ଶିକ୍ଷା ଅଧିକାରୀ।
୯-OTETରେ ବାରମ୍ବାର ଅସଫଳ ହେଉଥିବା ସରକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ, ଯେଉଁମାନେ ୩ଥର ଅକୃତକାର୍ଯ୍ୟ ହେଲେଣି, ନୈତିକତା ଦୃଷ୍ଟିରୁ,ସେମାନେ ସ୍ବେଛାକୃତ ଅବସର ନେଇଯିବା ଉଚିତ୍।
୧୦-ବଲାଙ୍ଗୀର, ମାଲକାନଗିରି ଓ ଗଜପତି ଜିଲ୍ଲାରେ ୪ ଦିନ ସମସ୍ତ ସ୍କୁଲ, କଲେଜ ଛୁଟି ବୃଦ୍ଧି, ପ୍ରଚଣ୍ଡ ଗରମ ବୃଦ୍ଧି ଯୋଗୁ ନିଷ୍ପତ୍ତି ନେଲେ ସରକାର।
୧୧-ବିଭିନ୍ନ ମନ୍ଦିରକୁ ଧମକପୂର୍ଣ୍ଣ କଲ୍ ଓ ମେସେଜ୍ ଦେବା ଘଟଣା, ଧରାପଡ଼ିଲା ଅଭିଯୁକ୍ତ।ଗିରଫ ଅଭିଯୁକ୍ତ ପୁରୀ ମଙ୍ଗଳା ଘାଟ ଅଞ୍ଚଳର ପ୍ରତୀକ ମିଶ୍ର।
୧୨-ବାରିପଦା, ବାଙ୍ଗିରିପୋଷି: ବ୍ରେକ ଫେଲ୍ ଯୋଗୁଁ ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ, ୫ଆହାତ।
୧୩-ଭୁବନେଶ୍ଵର:ସହରାଞ୍ଚଳରେ ସୁବିଧାରେ ଫ୍ଲାଟ ଯୋଗାଇ ଦେବେ ସରକାର । ମହାରାଷ୍ଟ୍ର ଢାଞ୍ଚାରେ ପିପିପି ମୋଡ଼ରେ ହେବ ପ୍ରକଳ୍ପ।
୧୪-ଭୁବନେଶ୍ୱର:ରାଜ୍ୟରେ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠିତ,ବୋର୍ଡର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ।
୧୫-ମେ’ ୯ରେ ଖୋରଧା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ।
୧୬-ଅଭିଷେକଙ୍କ ଶତକ ପରେ ମାଲିଙ୍ଗାଙ୍କ ଜଲଓ୍ଵା, ଦିଲ୍ଲୀକୁ ୪୭ ରନରେ ହରାଇଲା ହାଇଦ୍ରାବାଦ।
୧୭-ବେଙ୍ଗାଲୁରୁ,ବାୟାଦରହାଲି ଅଞ୍ଚଳ:ପାଶ୍ଚାତ୍ୟ ଶୈଳୀରେ ପ୍ରେମ ନିବେଦନ କରିବାକୁ କହି, ପ୍ରେମିକକୁ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଛି ପ୍ରେମିକା।
୧୮-ଉତ୍ତରପ୍ରଦେଶ: ସମାଜବାଦୀ ପାର୍ଟି ରାଜ୍ୟରେ ସରକାର କଲେ ୩୦୦ ୟୁନିଟ୍ ମାଗଣା ବିଜୁଳି ସହ ମହିଳାଙ୍କୁ ମିଳିବ ୪୦ ହଜାର ପେନସନ୍:ଅଖିଳେଶ ଯାଦବ।
୧୯-କେରଳ:ଲୋନ ଆପ୍ ଶିକାରରେ ମହିଳା ଓ କଲେଜ୍ ଛାତ୍ର,ଗଲାଣି ୭ ଜୀବନ, ୧୫ ହଜାର ଅଭିଯୋଗ, ସାବଧାନ ରୁହନ୍ତୁ!
୨୦-ପଶ୍ଚିମବଙ୍ଗରେ ନିର୍ବାଚନୀ କଟକଣା; ଦିନରେ ବାଇକ ପଛରେ ବସାଇବା ମନା, ରାତିରେ ବାଇକ୍ ଚଲାଇବା ଉପରେ ଲାଗିଲା ବ୍ୟାନ୍
୨୧-“ଭାରତ ଭୁଲେ ନାହିଁ; ସୀମା ଉଲ୍ଲଂଘନ ହେଲେ ଏହାର ନିର୍ଣ୍ଣାୟକ ଜବାବ ଦିଏ”: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ସେନା ଜାରି କଲା କଡା ବାର୍ତ୍ତା।
୨୨-ୟୁଏସରେ ବି ଟ୍ରମ୍ପ ଲୋକହସା, ସ୍ଵଭାବ-କାର୍ଯ୍ୟଶୈଳୀକୁ ପସନ୍ଦ କରୁ ନାହାନ୍ତି ଦୁଇ ତୃତୀୟାଂଶ ଲୋକ, ପାର୍ଟି ବି ଦୁଇ ଫାଳ।
