ବରୁଣପଡ଼ାରେ ମା ବରୁଣେଇ ଙ୍କ ଜନମୋତ୍ସବ
ତିର୍ତ୍ତୋଲ ତା 21/4/2026 ତିର୍ତ୍ତୋଲ ବ୍ଲକ ସଁଅରା ପଞ୍ଚାୟତ ଅଧିନ ବରୁଣପଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବରୁଣେଇ ଠାକୁରାଣୀ ଙ୍କ ଜନ୍ମଉତ୍ସବ, ପବିତ୍ର ଅକ୍ଷୟତୃତୀୟା ତିଥି ରେ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ମହାମନ୍ତ୍ର ନାମଯଜ୍ଞ, ଭଜନକୀର୍ତ୍ତନ, ଷୋଡଶଉପଚାର ପୂଜାର୍ଚ୍ଚନା, ସୂର୍ଯ୍ୟ ପୂଜା, ବିଶ୍ଵଶାନ୍ତି ଯଜ୍ଞରେ ଆହୁତି ପ୍ରଦାନ, ନଗରକୀର୍ତ୍ତନ ଓ ମହୋତ୍ସବ ଆଦି ରୀତିନୀତି ଅନୁଯାଇ ଅନୁଷ୍ଠିତ ହୋଇଯାଇଛି l ମାଆଙ୍କ ପୂଜକ ବିଶ୍ୱନାଥ ମିଶ୍ର ଙ୍କ ପୌରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ କର୍ତ୍ତା ଭାବରେ ସଞ୍ଜୟ ବାରିକ ଓ ପଦ୍ମନାଭ ସାହୁ ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଭକ୍ତ ଓ ଭଗବତପ୍ରେମୀ ଜନସାଧାରଣ ଏଥିରେ ଯୋଗଦେଇ ମାଆଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରି ମାତୃକୃପା ଲାଭ କରିଥିଲେ ବୋଲି, ପ୍ରାକ୍ତନ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ ଜଣାଇଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
