ଗୋବିନ୍ଦପୁର ଗ୍ରାମରେ ଶନିଦେବ ଙ୍କ ନୂତନ ପ୍ରତିଷ୍ଠା ମହୋତ୍ସବ
ତିର୍ତ୍ତୋଲ ତା 20/4/2026 ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ଗୋବିନ୍ଦପୁର ଗ୍ରାମର, ସାରଳା କେନାଲ ପୋଲ, ପାର୍ଶ୍ଵ ରେ 2014 ମସିହା ରୁ ପୂଜାପାଉଥିବା ଶ୍ରୀ ଶ୍ରୀ ଶନିଦେବ, ଙ୍କ ର ଏକ ନୂତନ ଭବ୍ୟମନ୍ଦିର ପ୍ରତିଷ୍ଠା ମହୋତ୍ସବ ଗତ ଏପ୍ରିଲ 19 ତାରିଖ ରବିବାର ଠାରୁ ଆରମ୍ଭ ହୋଇ ଆସନ୍ତା ପଚିଶତାରିଖ ଶନିବାର ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି l ଏହି ଉପଲକ୍ଷେ ଅଙ୍କୁରା ରୋପଣ, ବର୍ଣ୍ଣl ଢ୍ୟ କଳସଶୋଭାଯାତ୍ରା, ଯଜ୍ଞମଣ୍ଡପରେ ଅଗ୍ନି ସ୍ଥାପନ ଓ ଆହୁତିପ୍ରଦାନ କରାଯାଉଛି l ଏକୋଇଶୀ ତାରିଖ ମଙ୍ଗଳବାର ଦିନ ବିଗ୍ରହପ୍ରତିଷ୍ଠା, ବାଇଶି ତାରିଖ ରେ ବିଶ୍ଵଶାନ୍ତିଯଜ୍ଞ ରେ ପୂର୍ଣ୍ଣାହୁତି ପ୍ରଦାନ, ତେଇଶି ଓ ଚବିଶ ତାରିଖରେ ମହାମନ୍ତ୍ର ନାମଯଜ୍ଞ ଓ ପଚିଶ ତାରିଖ ଶନିବାର ଦିନ ନଗରକୀର୍ତ୍ତନ, ମହୋତ୍ସବ ଓ ଶନିଦେବ ଙ୍କ ନିକଟରେ ସମୂହ ଜଳାଭିଷେକ କରାଯିବ l ପଣ୍ଡିତ ଗୌରାଙ୍ଗ ନନ୍ଦ ମୁଖ୍ୟଆଚାର୍ଯ୍ୟ, ଆଲୋକ କୁମାର ନନ୍ଦ ପୁସ୍ତକାଚାର୍ଯ୍ୟ ଓ ତପନ କୁମାର ଆଚାର୍ଯ୍ୟ, ଉଦ୍ଦିତ କୁମାର ଆଚାର୍ଯ୍ୟ ଓ ପ୍ରଭାସ କୁମାର ଆଚାର୍ଯ୍ୟ ସହକାରୀ ଆଚାର୍ଯ୍ୟ ଭାବେ ଯଜ୍ଞ ପରିଚାଳନା କରିଥିବାବେଳେ ଦୀପକ କୁମାର ଦାଶ ଓ ନମିତା ଦାଶ କର୍ତ୍ତା କର୍ତ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଲକ୍ଷ୍ମୀଧର ଦାଶ (ଚଗଲି ) ପ୍ରୀତିରଞ୍ଜନ ଦାଶ, ପ୍ରଣୟ କୁମାର ଦାଶ, ଅରକ୍ଷିତ ପରିଡା, ଶୁଭ୍ରଜିତ ସ୍ୱାଇଁ, ପ୍ରଶାନ୍ତ କୁମାର ରାଉତ, ଅଜୟ କୁମାର ପରିଡା, ସୁଶାନ୍ତ ଲେଙ୍କା, ଆଶିଷ ରଞ୍ଜନ ପରିଡା, ବିଜୟ କୁମାର ସ୍ୱାଇଁ, ସୁରଜ କୁମାର ଦାଶ ଓ ଜଗବନ୍ଧୁ ସ୍ୱାଇଁ ଙ୍କ ସମେତ ଗୋବିନ୍ଦପୁର ଗ୍ରାମବାସୀ ମାନେ ପରିଚାଳନା କରୁଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
