April 23, 2026

 ମା ସାତୀ ମାଆ ଙ୍କ ଜନ୍ମଦିନ ପାଳିତ

IMG-20260420-WA0049
Share

 

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଅନା ଗ୍ରାମପଞ୍ଚାୟତ ଅଧିନ, କଣମଣ ଗ୍ରାମରେ କେଉଁ ଆବାହନ କାଳରୁ ଗ୍ରାମର ପ୍ରବେଶ ପଥରେ ପୂଜା ପାଇ ଆସୁଥିବା ମା ସାତି ମାଙ୍କ ଜନ୍ମଦିନ ପବିତ୍ର ଅକ୍ଷୟ ତୃତୀୟା ତିଥି ତଥା ସୋମବାର ଦିନ ମହା ଯାକ ଜମକରେ ପାଳିତ ହୋଇ ଯାଇଛି।ସକାଳୁ ସକାଳୁ ମନ୍ଦିର ଭିତର ଓ ବାହାର ପବିତ୍ର ଜଳରେ ପୂଜକ ଙ୍କ ଦ୍ଵାରା ସୁଧ ପୁତ ଭାବେ ପ୍ରତିଷ୍ଠା କରାଯିବ ପରେ, ବିଦ୍ୱାନ ପଣ୍ଡିତ ଙ୍କ ଦ୍ଵାରା ପୂଜା ର୍ଚାନ ଆରମ୍ଭ କରା ଯାଇ ଥିଲା । ଏହି ପୂଜା ପାଠ ହୋମ, ଯଞ, ସକାଳ ଆଠ ଘଟିକା ଠାରୁ ଆରମ୍ଭ କରା ଯାଇ ଏଗାର ଘଟିକା ରେ ସେଶ ହୋଇଥିଲା । ପୂଜା ସମୟ ରେ,ଭଜନ କୀର୍ତ୍ତନ ସହ ହରିବୋଲ,ହୁଳହୁଳି ରେ କଣମଣ ଗ୍ରାମ ମାଟି ଉଛୁଳି ପଡୁଥିବା ବେଳେ,ଆଖ ପାଖ ଅଞ୍ଚଳର ବହୁ ପୁରୁଷ ଓ ମହିଳା ମା ସତୀ ମା ଙ୍କ ଦର୍ଶନ କରି ତାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଶେଷରେ କୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ଵାରା ମନ୍ଦିର ବେଢ଼ା ପରିକ୍ରମା ସରିବା ପରେ, ପ୍ରାସାଦ ସେବନ ର ବ୍ୟବସ୍ଥା କରା ଯାଇଥିଲା । ଏହି ପ୍ରସାଦ ସେବନ ରେ ପ୍ରାୟ ୧ହଜାର ପାଖା ପାଖି ଲୋକ ସାମିଲ ଥିଲେ । ପୂଜା ଓ ମନ୍ତ୍ର ପାଠ ସହ ସମସ୍ତ କାର୍ଯ୍ୟକ୍ରମ କୁ ପଣ୍ଡିତ ରବିନା କର ଙ୍କ ବ୍ୟତୀତ,ଦିବାକର ନାୟକ,ଦୁଃଶାସନ ନାୟକ,ଶିବ ପ୍ରସାଦ ନାୟକ,ଫିଲୁରାଜ ମଳିକ,ପ୍ରୀତମ ଦାସ,ପ୍ରିୟବ୍ରତ ଦାସ,ତାପସ ପରିଡ଼ା, ଆଶିଷ ଦାସ,ଜଗବନ୍ଧୁ ନାୟକ,ଅନନ୍ତ ଦାସ,ଜିତେନ୍ଦ୍ର ନାୟକ,ପ୍ରଫୁଲ୍ଲ ବିଶ୍ଵାଳ,ପ୍ରତାପ ନାୟକ,ସଂସାର ନାୟକ,ବାବୁ ମଲିକ ପ୍ରମୁଖ ପରିଚାଳନା କରି ଥିଲେ ।

You may have missed