ଉମରକୋଟ ଠାରେ ଘରୋଇ ଗ୍ୟାସ ସମସ୍ୟା କୁ ନେଇ କଂଗ୍ରେସ ପକ୍ଷ ରୁ ୧ ଘଣ୍ଟା ପାଇଁ ରାସ୍ତା ରୋକ୍ ଆନ୍ଦୋଳନ……….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସହର ବାସୀ ଙ୍କୁ ଠିକ୍ ସମୟ ରେ ଘରୋଇ ଗ୍ୟାସ ମିଳୁନଥିବା ଓ ଗ୍ୟାସ ବୁକିଙ୍ଗ କରିବାର ୨୫ ଦିନ ପରିବର୍ତ୍ତେ ୪୫ ଦିନରେ ଗ୍ୟାସ ମିଳୁଥିବା ଅଭିଯୋଗ କରି କଂଗ୍ରେସ ପକ୍ଷ ରୁ ଆଜି ମେଡ଼ିକାଲ ଛକ ଠାରେ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ଫଳରେ ଉମରକୋଟ ଓ ନବରଙ୍ଗପୁର ମଧ୍ୟରେ ୧ ଘଣ୍ଟା ପାଇଁ ଯାନବାହାନ ଚଳାଚଳ ବନ୍ଦ ଥିଲା।।କଂଗ୍ରେସ ର ଅଭିଯୋଗ ହେଲା ୩ ମାସ ହେଲା ଉମରକୋଟ ଗ୍ରାହକ ଙ୍କୁ ଘରୋଇ ଗ୍ୟାସ ମିଳିବାରେ ଅସୁବିଧା ହେଉଛି ଓ ଗ୍ୟାସ ବୁକିଙ୍ଗ କରିବାର ୪୫ ଦିନ ପରେ ଗ୍ୟାସ ମିଳୁଛି। ନିୟମ ଅନୁସାରେ ସହର ରେ ବୁକିଙ୍ଗ କରିବାର ୨୫ ଦିନ ମଧ୍ୟ ରେ ଗ୍ୟାସ ମିଳିବ। କଥା। ହେଲେ ଉମରକୋଟ ଠାରେ ଥିବା ପେଣ୍ଡ୍ର।ଣୀ ଇଣ୍ଡେନ ଗ୍ୟାସ ଆଜିକୁ ୪ ମାସ ହେଲା ଗ୍ୟାସ କମ୍ପାନୀ ଗ୍ୟାସ ଯୋଗାଣ କୁ ବନ୍ଦ କରିଦେଇଛି। ଜମୀ ଜମା ସଂକ୍ରାନ୍ତ କୁ ନେଇ କିଛି ଟଙ୍କା ବକେୟା ଥିବାରୁ ଲାଇସେନ୍ସ ନବୀକରଣ ହେଇ ପାରିଲା ନାହିଁ ଫଳରେ ଉମରକୋଟ ର ସବୁ ଗ୍ରାହକ ଙ୍କୁ ଗ୍ୟାସ ବିତରଣ ଅଧିକାର ବୁର୍ଜ। ଠାରେ ଥିବା ବାବା ବୈଦ୍ୟନାଥ ଗ୍ୟାସ ଏଜେନ୍ସୀ କୁ କମ୍ପାନୀ ଦେଇଛି। ପଞ୍ଚାୟତ ରେ ୪୫ ଦିନ କୁ ଥରେ ଗ୍ୟାସ ମିଳିଥାଏ। ତେଣୁ ବର୍ତ୍ତମାନ ଉମରକୋଟ ଗ୍ରାହକ ମାନେ ୪୫ ଦିନରେ ଗ୍ୟାସ ପାଉଛନ୍ତି। ତେଣୁ ଉମରକୋଟ ର ଗ୍ରାହକ ମାନଙ୍କୁ ୨୫ ଦିନ ରେ ଗ୍ୟାସ ଯୋଗେଇବା ଦାବି କରି ଆଜି କଂଗ୍ରେସ ଦଳର କର୍ମୀ ମାନେ ମେଡିକାଲ ରୋଡ ଛକ ଠାରେ ଥିବା ଗ୍ୟାସ ଅଫିସ୍ ସମ୍ମୁଖ ରେ ବିକ୍ଷବ ପ୍ରଦର୍ଶନ କରିବା ସହ ଉମରକୋଟ – ନବରଙ୍ଗପୁର ର ମୁଖ୍ୟ ରାସ୍ତା କୁ ଅବରୋଧ କରିଥିଲେ। ଫଳରେ ଦୀର୍ଘ ୧ ଘଣ୍ଟା ଧରି ଦୁଇ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା। ଖବର ପାଇ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଗାୟତ୍ରୀ ପଟ୍ଟନାୟକ , ଉମରକୋଟ ଯୋଗାଣ ନିରୀକ୍ଷକ ସୁନୀଲ କୁମାର ଜେନା ଉମରକୋଟ ବ୍ଲକର ସମ୍ମିଳନୀ କକ୍ଷ ଠାରେ ପହଞ୍ଚି ଆନ୍ଦୋଳନ କାରି କଂଗ୍ରେସ କର୍ମୀ ଙ୍କ ସହ ଆଲୋଚନା କରିବା ସହ ବାବା ବୈଦ୍ୟନାଥ ଗ୍ୟାସ ଏଜେନ୍ସୀ ର ମାଲିକ ଙ୍କୁ ମଧ୍ୟ ଡକେଇ ଆଲୋଚନା କରିବା ସହ ସମସ୍ୟା ର ସମାଧାନ କିପରି ହେଇ ପାରିବ ଆଲୋଚନା ହେଇ ଥିଲା। ପରେ ଉମରକୋଟ ର ଗ୍ରାହକ ମାନଙ୍କୁ ବୁକି° କରିବାର ୨୫ ଦିନ ମଧ୍ୟରେ ଗ୍ୟାସ ଯୋଗାଇ ଦିଆ ଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। ତେବେ ଏହି ପ୍ରତିଶ୍ରୁତି ଖିଲାପ ହୁଏ ତେବେ କଂଗ୍ରେସ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବ ବୋଲି ଚେତାବନୀ ଦେଇଥିଲା। ଆଜୀର ଏହି ଆନ୍ଦୋଳନ ରେ କଂଗ୍ରେସ ଜିଲ୍ଲା ଉପ ସଭାପତି ଶଙ୍କର ଦେ, ଜିଲ୍ଲା ସାଧାରଣ ସମ୍ପାଦକ ବାବୁଲ। ପଟ୍ଟନାୟକ, ବ୍ଲକ ସଭାପତି କୃଷ୍ଣ ମାଝୀ, ଟୁଲୁ ସାହୁ, ଭୁବନ ମାଝୀ, କାଉନସିଲର ମୁନ। ପାଢ଼ୀ, ଉଳଧର ମାଝୀ, ଅମୂଲ୍ୟ ପଟ୍ଟନାୟକ, କୁନ। ନାୟକ, ପର୍ଶୁ ରାମ ନାୟକ, ଗୌତମ ପଟ୍ଟନାୟକ, କପୁର ଚନ୍ଦ୍ର ନାୟକ, କୁନ। ନାୟକ, ସୁବ୍ଲମ୍ ଶାନ୍ତ। ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
