April 24, 2026

ବୁଗୁଡ଼ା ସହର ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି , ଲୋକେ ହଟହଟାର ସମ୍ମୁଖୀନ, ପ୍ରତିକାର ଦାବି 

IMG-20260416-WA0068
Share

 

ବୁଗୁଡ଼ା : ତା ୧୭/୦୪/୨୬ : ବୁଗୁଡ଼ା ସହର ମଧ୍ୟସ୍ଥ ମଦନ ମୋହନ ଛକଠାରୁ ବଡଦାଣ୍ଡ ସାହି ଅଭିମୁଖେ ଲମ୍ବିଥିବା ରାସ୍ତାରେ ନର୍ଦ୍ଦମାର ଦୁର୍ଗନ୍ଧ ଜଳ ଭାସୁଥିବାରୁ ଲୋକଙ୍କ ଯାତାୟାତରେ ସମସ୍ଯା ସୃଷ୍ଟି ହେତୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ-୭ ଅନ୍ତର୍ଗତ ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନରେ ଥିବାବେଳେ ଏହାର ଉଭୟ ପାର୍ଶ୍ବର ନର୍ଦ୍ଦମା ଦ୍ବୟ ଅବ୍ଯବସ୍ଥିତ ଅବସ୍ଥାରେ ରହିଥିବାରୁ ଦୁର୍ଗନ୍ଧ ଜଳ ରାସ୍ତାରେ ପ୍ରବାହିତ ହେଉଛି। ଏହି ଅପ୍ରାକୃତିକ ସମସ୍ଯା ଫଳରେ ସେହି ରାସ୍ତା ଦେଇ ଚଳପ୍ରଚଳ କରୁଥିବା ପଦଚାରୀ ଏବଂ ଯାନବାହାନ ଚାଳକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଳେବେଳେ ଗମନାଗମନ ସମୟରେ ଦୁର୍ଗନ୍ଧ ନର୍ଦ୍ଦମା ପାଣିଛିଟିକା ପଥଚାରୀ କିମ୍ବା ଯାନବାହାନ ଚାଳକଙ୍କ ଉପରେ ପଡିବାକୁ ନେଇ ଲୋକଙ୍କ ମଧ୍ୟରେ ବାକବିତଣ୍ଡା ହେଉଥିବାର ଦେଖିବାକୁ ମିଳୁଛି। ଏଣୁ, ଜନହିତକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୂର୍ତ୍ତ ବିଭାଗ ପ୍ରଶାସନ ଏବଂ ଏନଏସି କର୍ତ୍ତୃପକ୍ଷ ଏହି ସାଙ୍ଘାତିକ ସମସ୍ଯାର ସମାଧାନ ସକାଶେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି।

You may have missed