ଓଡ଼ିଆ ପକ୍ଷ ୨୦୨୬ ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ରେ ମୋହନା ହିଲ୍ ଟପ ସ୍ନାତକ ମହାବିଦ୍ୟାଳୟର ଛାତ୍ରୀଙ୍କ କୃତିତ୍ୱ
ଓଡ଼ିଆ ସାହିତ୍ୟ ଏକାଡେମୀ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଆ ପକ୍ଷ -୨୦୨୬ ପାଳନ ଅବସରରେ ୧୧ ଅପ୍ରେଲ ୨୦୨୬ ରେ ଭୁବନେଶ୍ୱର ସ୍ଥିତ ବି.ଜେ.ବି.ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବା ଯୁବ ଲେଖକ ଦିବସ / ଅମୃତ ପିଢ଼ି ସାରସ୍ୱତ କର୍ମଶାଳାରେ ହିଲ୍ ଟପ୍ ଡିଗ୍ରୀ ମହାବିଦ୍ୟାଳୟ ମୋହନା ର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ଯାଜ୍ଞସିନୀ ବେହେରା ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଛନ୍ତି ଏବଂ ଆସନ୍ତା ୧୪ ଅପ୍ରେଲ ୨୦୨୬ ତାରିଖରେ
ଓ.ୟୁ.ଏ.ଟି.ସମ୍ମିଳନୀ କକ୍ଷ ଭୁବନେଶ୍ୱର ଠାରେ ସମ୍ବର୍ଦ୍ଧିତ ହେବାକୁ ଯାଉଛନ୍ତି।ଏହା ଆମ ମହାବିଦ୍ୟାଳୟ ଏବଂ ଗଜପତି ଜିଲ୍ଲା ପାଇଁ ଗୌରବର କଥା ଅଟେ। ଏହି ଛାତ୍ରୀଙ୍କୁ ଆମ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭ୍ରକାନ୍ତ ମହାନ୍ତି ଏବଂ ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସଙ୍ଗେ ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି।
