ଜାଗା ହଡ଼ପ କରିବା ପାଇଁ ଡ୍ରେନେଜ୍ କାର୍ଯ୍ଯକୁ ବଦନାମ କରୁଛନ୍ତି କେତେକ କୁ ଚକ୍ରୀ ଗୋଷ୍ଠି।

ବଦଳିଛି ସରକାର ବଦଳୁଛି ଓଡ଼ିଶା ହେଲେ ବଦଳୀ ନାହାଁନ୍ତି ସରକାରୀ ଜାଗା ଜବର ଦଖଲ କାରୀ।ପରିବର୍ତ୍ତନ ହେଉଛି ଗ୍ରାମାଞ୍ଚଳର ରୂପ ରେଖ।ହେଲେ ବିକାଶ ପଥେ କଣ୍ଟା ସାଜିଛନ୍ତି ଜବର ଦଖଲ କାରୀ।ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପାଟପୁର ପଞ୍ଚାୟତ ୧୪ନଂ ୱାର୍ଡ଼ ବଉଳାଙ୍ଗ ଗ୍ରାମରେ।ତେବେ ଆର୍ଥିକ ବର୍ଷ ୨୦୨୩-୨୪ରେ ଗାଁ ରାସ୍ତାରେ ଜମି ରହୁଥିବା ଜଳ ନିସ୍କାସନ ନିମନ୍ତେ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓଡ଼ିଶା ପକ୍ଷରୁ ୪ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମୂଲ୍ୟରେ ଏକ ଡ୍ରେନେଜ୍ ନିର୍ମାଣ କରାଯାଇଥିଲା।ଏହି ଡ୍ରେନେ ଟି ବଉଳାଙ୍ଗ ଗ୍ରାମର ୧୪ନଂ ୱାର୍ଡ଼ ଦାସ ସାହି ଠାରୁ ସସାଂନ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ବେଳେ ରାସ୍ତାରେ ଜମି ରହୁଥିବା ଜଳ ସଠିକ୍ ଭାବେ ନିସ୍କାସନ ହେଉଛି।ମାତ୍ର ଗାଁର ବିକାଶ ହେଉଥିବା କାର୍ଯ୍ୟକୁ ସହଯୋଗ ନକରି ସରକାରୀ ଜାଗାକୁ ନିଜ ଅତିଆରରେ ରଖିବା ପାଇଁ ଗ୍ରାମର ଚନ୍ଦ୍ରକାନ୍ତ ନାୟକ ଦାମୋଦର ଦାସଙ୍କୁ ଅଶୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ହୋଇଥିବା ଡ୍ରେନ୍ ଓ ବର୍ତ୍ତମାନ ନିର୍ମିତ ହୋଇଥିବା ଡ୍ରେନ୍ ରେ କେତେ ଫରକ୍ ତାହା ଏହି ଚିତ୍ର ରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଓ ଆଗାମୀ ଦିନରେ ଏହି ଜବର ଦଖଲ କାରୀଙ୍କୁ ଉଚ୍ଛେଦ କରାଯିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତ(ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର)
