April 23, 2026

ଉମରକୋଟରେ ଚୋରି ବନ୍ଦ ହେବ କେବେ?ଫାର୍ସ।ରେ ଆକ୍ରମଣ କରି ଗରିବ ଦୋକାନୀ ଙ୍କ ଲୁଟି ନେଲେ ଚୋର…..

IMG-20260413-WA0076
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟରେ ସିରିଜ ଚୋରି ଘଟଣା ଘଟିବାରେ ଲାଗିଛି। କେତେବେଳେ ତାଲା ବନ୍ଦ ଘରେ ଚୋରି ତ କେତେ ବେଳେ ଲୋକ ଥିବା ଅବସ୍ଥାରେ ଚୋରି। ବର୍ତ୍ତମାନ ଚୋରି ଘଟଣା ଉମରକୋଟ ସହରେ ବୃଦ୍ଧି ପାଇବ। ଯୋଗୁ ଲୋକେ ଘ ବାହାର କୁ ଯିବା ପାଇଁ ବିପଦ ମନ କଲେଣି। ଗତ କାଲି ଉମରକୋଟ ସହର ର ୮ ନମ୍ବର ୱାର୍ଡ ଠାରେ ଥିବା ଜମାଇ କଲୋନୀରେ ରାତି ତାରକ ହ।ଲଦାର ଙ୍କ ଘରେ ଚୋରି ହେଇଛି ।ମଧ୍ୟ ରାତିରେ ମୁହଁରେ କଳା କପଡା ବାନ୍ଧି କବାଟ ଭାଙ୍ଗିବା ସହ ତାରକଙ୍କୁ ଫାର୍ଶାରେ ଆକ୍ରମଣ କରିଥିଲେ ଫଳରେ ତାରକ ଗୁରୁତର ଅବସ୍ଥାରେ ସେମାନଙ୍କ ସମ୍ମୁଖରେ ପଡି ରହିଥିଲେ ତଥାପି ସେମାନେ ତାରକକୁ ଛାଡି ନଥିଲେ। ତାରକଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ତାରକଙ୍କୁ ମାଡ଼ ମାରି କିଛି ଟଙ୍କା, ମୋବାଇଲ,ସ୍ତ୍ରୀର ଦୁଇଟି କାନ ଫୁଲ, ସୁନା ଚୁଡ଼ି ଲୁଟ କରି ନେଇଛନ୍ତି। ତାରକ ଙ୍କ କହିବା ହେଲା ମୋଟ ୫ ଦୁର୍ବୁତ୍ତ ଆସିଥିଲେ। ସମସ୍ତେ ମୁହ ରେ କପଡ଼ା ବାନ୍ଧି ଥିଲେ। ଜଣେ ହିନ୍ଦୀ ରେ କଥା ହେଉ ଥିବା ବେଳେ ଅନ୍ୟ ୪ ଜଣ ଓଡ଼ିଆ ରେ କଥା ହେଉ ଥିଲେ। ୪ ଜଣ ଦୁର୍ବୁତ୍ତ ଘର ଭିତରେ ପ୍ରବେଶ କରିଥିବା ବେଳେ ଅନ୍ୟ ଜଣେ ବାହାରେ ଜଗିଥିବା। ତେବେ ପ୍ରଶ୍ନ ଉଠୁଛି ଦୁର୍ବୁତ୍ତ ମାନେ ତାରକ ଙ୍କ ପରି ଗୋଟିଏ ଗରିବ ଯୁବକ ଙ୍କ ଘରେ ଟାର୍ଗେଟ କାହିଁକି କଲେ? ତାରକ ଙ୍କ ଘର ରାଇଘର ଅଞ୍ଚଳ ହେଇଥିବା ବେଳେ ସେ ଦୀର୍ଘ ବର୍ଷ ଧରି ରାଇଘର ରେ ପରେ ଉମରକୋଟ ଏକ ହୋଟେଲ ରେ ସପଲାଇର ଭାବେ କାର୍ଯ୍ୟ କରୁଥିଲେ। ଏବେ କିଛି ଦିନ ହେଲା ଉମରକୋଟ ଉପ ଖଣ୍ଡ ହସ୍ପିଟାଲ ସମ୍ମୁଖ ରେ ଏକ ଠେଲା ଲଗାଇ ଜଳଖିଆ ବିକ୍ରି କରୁ ଥିଲେ ଯେଉଁଥିରେ କି ପରିବାର ପ୍ରତିପୋଷଣ କରିବା ବହୁତ୍ କଷ୍ଟ ହେଉ ଥିଲା। ତେବେ କିଛି ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ହେଇ ଥାଏ ପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ତଦନ୍ତ କଲେ ସମସ୍ତ ତଥ୍ୟ ପଦାକୁ ଆସିବ।ତେବେ ପୋଲିସ ଖବର ପାଇଁ ରାତିରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଆହତ ହୋଇଥିବା ତାରକ ନିଜେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଉମରକୋଟ ଅଞ୍ଚଳରେ ଚୋରି ସଂଖ୍ୟା ବୃଦ୍ଧି ପାଉଥିବାରୁ ସହର ବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

You may have missed