ବ୍ଲକ କଳାସଂସ୍କୃତି ସଂଘ ପକ୍ଷରୁ ଓଡ଼ିଆପକ୍ଷ ସମାରୋହ ପାଳନ
ତାଳଚେର, ୧୦/୦୪ ବ୍ଲକ କଳାସଂସ୍କୃତି ସଂଘ ପକ୍ଷରୁ ଆଜି ଓଡ଼ିଆ ପକ୍ଷ ସମାରୋହରେ ୨୦୨୬ ଅବସରରେ ଲୋକକଳା ପାଇଁ ଦିନଟିଏ’ ଉତ୍ସବ ବ୍ଲକ ସଭାଗୃହ ଠାରେ ପାଳନ କରାଯାଇଛି । ଉକ୍ତ ସମାରୋହରେ ମୁଖ୍ୟଅତିଥିଭାବେ ରାଜେନ୍ଦ୍ର ସିଂହ ଯୋଗଦେଇଥିବା ବେଳେ ଉପଖଣ୍ଡ ଅଧିକାରୀ ଆଶିଷ ସାହୁ, ଗୋଷ୍ଠିଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳ, ସହାୟକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସୁଜାତା ତ୍ରିପାଠୀ, ବ୍ଲକ ଶିଶୁପ୍ରକଳ୍ପ ଦର୍ଶନୀ ମାଝୀ ଓ ବ୍ଲକକଳା ଉପସଭାପତି ସବିତା ସିଂହ ମଂଚରେ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ଲୋକନୃତ୍ୟ, ନାମସଂର୍କିତନ, ଲୌଡ଼ିଖେଳ ପାରମ୍ପାରିକ ଖେଳ ଆୟୋଜିତ ହୋଇଥିଲା । ବରିଷ୍ଠ କଳାକାରମାନଙ୍କୁ ଉତୋରୀୟ ପ୍ରଦାନ ସହ କଳାକାର ପ୍ରମାଣପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ସାମାଜିକ ସୁରକ୍ଷା ଅଧିକାରୀ ପପୁ ବେହେରା ମଂଚପରିଚାଳନା କରିଥିବା ବେଳେ ଶେଷରେ ସୁଜାତା ତ୍ରିପାଠୀ ଧନ୍ୟବାଦ୍ ଜଣାଇଥିଲେ ବୋଲି ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
