ଆର.ଉଦୟଗିରି ଉପ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱ ରେ ଜଙ୍ଗଲ ମଧ୍ୟରେ ଥିବା ୧୭ ବସ୍ତା ଗଞ୍ଜେଇ ଜବତ ଆସାମୀ ଫେରାର..
ମୋହନା —ଆଜି ବଢ଼ି ଭୋର ସକାଳ ସମୟରେ ଏକ ଅସମର୍ଥିତ ସୂତ୍ରରୁ ଖବର ପାଇ ଆର. ଉଦୟଗିରି ଉପ ଆରକ୍ଷୀ ଅଧିକ୍ଷକ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଆର.ଉଦୟଗିରି ପୋଲିସ ଦଳ ଏକ ନିଘଞ୍ଚ ଜଙ୍ଗଲ ମଧ୍ୟରେ ଚଡାଉ କରି ୧୭ ଟି ବଡ଼ ଜରି ଅଖା ମଧ୍ୟରେ ଥିବା ୫୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଘଟଣା ସ୍ଥଳରେ କୌଣସି ଆସାମୀ ଦେଖିବାକୁ ମିଳିନଥିଲେ। ଏହି ଘଟଣା ଟି ଆର. ଉଦୟଗିରି ଥାନା ଅନ୍ତର୍ଗତ ଗୁଇବାଲି ଗ୍ରାମ ନିକଟସ୍ଥ ଘଞ୍ଚ ଜଙ୍ଗଲ ମଧ୍ୟରେ ହୋଇଛି।ଗଜପତି ଜିଲ୍ଲାର ଅନେକ ଅଞ୍ଚଳରେ ବିଭାଗୀୟ ଅଧିକାରୀ ମାନେ ବାରମ୍ବାର ବେ ଆଇନ ଚାଲାଣ ହେଉଥିବା କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କଲେ ମଧ୍ୟ ମାଫିଆ ମାନେ ବିନା ଦ୍ଵିଧା ରେ ଏହି କରବାର କରୁଥିବା ଦେଖିବାକୁ ମିଳୁଛି।
