April 24, 2026

କୋରାପୁଟ ଜିଲ୍ଲାରେ ଖଡ଼ି ଛୁଆଁ ଓ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ

IMG-20260405-WA0070
Share

 

କୋରାପୁଟ ଜିଲ୍ଲା ରେ ଖଡ଼ି ଛୁଆଁ ଓ ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳିତ l

ରାଜ୍ୟ ବିଦ୍ୟାଳୟ ତଥା ଗଣଶିକ୍ଷା ବିଭାଗ ଦ୍ୱାରା ଆଜି ସମଗ୍ର ରାଜ୍ୟ ରେ ଖଡ଼ିଛୁଆଁ ଓ ବିଦ୍ୟାଳୟ ପ୍ରବେଶ ଉତ୍ସବ କାଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ବି ଏହି କାଯ୍ୟକ୍ରମ ଆଜି ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା ବେଳେ ଜିଲ୍ଲା ସ୍ତରୀୟ କାଯ୍ୟକ୍ରମ ପଡେଇ ଗୁଡା ରେ କୋରାପୁଟ ଜିଲ୍ଲା ପାଳ ମନୋଜ ସତ୍ୟବାନ ମହାଜନ ଓ ବ୍ଲକ ସ୍ତରୀୟ କାଯ୍ୟକ୍ରମ ରେ ବଡ଼ ଚିନ୍ଦ୍ରି ବିଦ୍ୟାଳୟ ରେ କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦେଇ ଅନୁଷ୍ଠାନିକ ଭାବେ ଏହି କାଯ୍ୟକ୍ରମ କୁ ଉଦଘାଟନ କରିବା ସହ ଏହି କାଯ୍ୟକ୍ରମ ର ରୂପ ରେଖ ଉପରେ ଆଲୋକପାତ କରିଥିଲେ ଓ ନୂତନ ପିଲାଙ୍କୁ ଖଡ଼ି ଛୁଏଁବା ସହ ବର୍ଣ୍ଣବୋଧ ଓ ବସ୍ତାନୀ ପ୍ରଦାନ କରିଥିଲେ l ଏ ଉପଲକ୍ଷେ ଜିଲ୍ଲା ର ବିଭିନ୍ନ ବ୍ଲକ ପାଇଁ ଏକ ସଚେତନl ମୂଳକ ରଥ କୁ ବି ଉଦଘାଟନ କରିଥିଲେ l ଏହି କାଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ମୁନିସିପାଲିଟି ଚେୟାର ମ୍ୟାନ ଲଲାଟ ରଞ୍ଜନ ସେଠୀ କୋରାପୁଟ ବିଡ଼ିଓ ଡ଼ ଦେବାଶିଷ ଗୌଡ଼ ସଂସଦ ପ୍ରତିନିଧି ବାବୁଲା ବେନିଆ ବ୍ଲକ ଅଧ୍ୟକ୍ଷl ନମିତା ମାଝୀ କାଉଁନ ସିଲର ସୁଭଦ୍ରା ମୁଦୁଲି କାଯ୍ୟକାରୀ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରା ସମେତ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସିଆର ସି ସି ଛାତ୍ର ଛାତ୍ରୀ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ଓ ଅଭିଭାବକ ବୃନ୍ଦ ଉପସ୍ଥିତ ଥିଲେ l(ଗୁପ୍ତେଶ୍ୱର ରଥ)

You may have missed