November 17, 2024
Share

*╭───────────────────╮*

*🌄ସକାଳର ଖବର, ୨୬-ମେ-୨୦୨୩, ଶୁକ୍ରବାର*

*╰───────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ଜାନୁଆରୀ ୨୦୨୪ ରେ ହେବ ରାମ ମନ୍ଦିରର ଭବ୍ୟ ଉଦଘାଟନ, ଜନସାଧାରଣଙ୍କୁ ନିମନ୍ତ୍ରଣ କଲେ ଯୋଗୀ ଆଦିତ୍ୟନାଥ l

 

➡️ ୨-ଏଣିକି ଆସନ୍ତା ଶିକ୍ଷାବର୍ଷରୁ ବୈଷୟିକ ଶିକ୍ଷାନୁଷ୍ଠାନ, କଲେଜ, ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୧ ଜିବି ଡାଟା । ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି ।

 

➡️୩-ଇ-ନାମଲେଖା ତାଲିମ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିବାରୁ ‌ରାଜ୍ୟର ଗୋଟିଏ ବିଶ୍ବବିଦ୍ୟାଳୟ ଓ ୮ଟି ଡିଗ୍ରି କଲେଜକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ହେଲା କାରଣ ଦର୍ଶାଅ ନୋଟିସ୍‌ l

 

➡️୪-ସାରା ଦେଶରେ ହେବ କ୍ଷୀରର ଯାଞ୍ଚ । କ୍ଷୀର, ଘିଅ, ଦହି ଓ ଛେନାର ହେବ ମାନ ଯାଞ୍ଚ । ଦେଶରେ କ୍ଷୀର ଓ କ୍ଷୀରଜାତ ସାମଗ୍ରୀ ଯାଞ୍ଚ କରିବ ଏଫଏସଏସଏଆଇ ।

 

➡️୫-ଆସନ୍ତା ମେ’ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସାମସ୍ ପୋର୍ଟାଲରେ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁନ୍ ୨୦ ତାରିଖ ଯାଏଁ ଆବେଦନ । ଜୁନ୍‌ ୨୮ରେ ପ୍ରକାଶ ପାଇବ ପ୍ରଥମ କଟ୍ ଅଫ୍ ତାଲିକା ।

 

➡️୬-ଓଡ଼ିଆ ଭାଷାରେ ପ୍ରକାଶ ପାଇଲା ସୁପ୍ରିମକୋର୍ଟଙ୍କ ରାୟ: ରାଜ୍ୟ ହାଇକୋର୍ଟ ପୋର୍ଟାଲରେ କରାଗଲା ଅପଲୋଡ୍ l

 

➡️୭-ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଅଚାନକ ବର୍ଷା ଓ ଝଡ଼ପବନ ଯୋଗୁ ବିଭିନ୍ନ ଜିଲ୍ଲାରେ ହେଲା ବ୍ୟାପକ କ୍ଷୟକ୍ଷତି l ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସଆରସି l

 

➡️୮-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦିଲ୍ଲୀ-ଡେରାଡୁନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ପତାକା ଦେଖାଇ କଲେ ଚଳାଚଳ ଶୁଭାରମ୍ଭ l

 

➡️୯-ନବ ଦାସ ହତ୍ୟାକାଣ୍ଡ ମାମଲାରେ ଝାରସୁଗୁଡାରେ ପହଞ୍ଚିଲେ କ୍ରାଇମ ବ୍ରାଞ୍ଚ ଟିମ, ଆଜି ଜେଏମଏଫସି କୋର୍ଟରେ ଦାଖଲ ହେବ ଚାର୍ଜସିଟ୍ l

 

➡️୧୦-୬୦ ବର୍ଷ ବୟସରେ ପୁଣି ଥରେ ବାହା ହେଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ l ଆସାମର ରୁପାଲି ବରୁଆଙ୍କ ସହ ଗତକାଲି ବିବାହ ବନ୍ଧନରେ ହେଲେ ବାନ୍ଧି l

 

➡️୧୧-ରାଜ୍ୟର ବିଭିନ୍ନ ଜେଲରୁ ମୁକ୍ତ ହେବେ ୮ ଆଜୀବନ ସଜାପ୍ରାପ୍ତ କଏଦୀ। ରାଜ୍ୟସ୍ତରୀୟ ଦଣ୍ଡ ତର୍ଜମା ବୋର୍ଡର ନିଷ୍ପତ୍ତି ଅନୁସାରେ ଏମାନେ ମୁକୁଳିବେ। ଏହି କଏଦୀ ମାନେ ୧୪ ବର୍ଷରୁ ଅଧିକ ସମୟ ଧରି ସଜା କାଟି ସାରିଲେଣି।

 

➡️୧୨-୫୦ ବର୍ଷ ପରେ ବନ୍ଦ ହେଲା କୋଲ୍‌କାତାରୁ ପ୍ରକାଶିତ ଭାରତର ଏକମାତ୍ର ଚୀନା ଖବରକାଗଜ ‘ସେଓଙ୍ଗ୍‌ ପୋଓ’ l ୪ ପୃଷ୍ଠାବିଶିଷ୍ଟ ଏହି ଖବରକାଗଜ ଭାରତରେ ଥିବା ଚୀନା ସମ୍ପ୍ରଦାୟଙ୍କ ବିଷୟରେ ସମ୍ବାଦ ପରିବେଶଣ କରୁଥିଲା।

 

➡️୧୩-ସୁପ୍ରିମକୋର୍ଟରେ ପହଞ୍ଚିଲା ପାର୍ଲାମେଣ୍ଟ ଉଦଘାଟନ ବିବାଦ, ରାଷ୍ଟ୍ରପତିଙ୍କୁ ଉତ୍ସବକୁ ଡକାନଯିବା ନେଇ ହେଲା ଆବେଦନ ଦାୟର l

 

➡️୧୪-ଉତ୍ପାଦନ କ୍ଷେତ୍ରରେ ନାଲ୍‌କୋର ସର୍ବକାଳୀନ ରେକର୍ଡ, ୨୨-୨୩ ବର୍ଷରେ କଲା ୧୫୪୪ କୋଟି ନିଟ୍‌ ଲାଭ l

 

➡️୧୫-ନୂଆ ସଂସଦ ଭବନ ଉଦ୍‌ଘାଟନ ନେଇ ହୋଇଥିବା ମାମଲାର ଶୁଣାଣି କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ l

 

➡️୧୬-ଓଏଏସ୍‌ ସ୍ତରରେ ଅଦଳ ବଦଳ, ଏକାଥରେ ୧୧ ଓଏଏସ୍ ବଦଳିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି l

 

➡️୧୭-ଜଣାଶୁଣା ବଡିବିଲ୍ଡର ତଥା ପୂର୍ବତନ ମିଷ୍ଟର ଇଣ୍ଡିଆ ପ୍ରେମରାଜ ଅରୋରାଙ୍କ ୪୨ ବର୍ଷ ବୟସରେ ହାର୍ଟଆଟ୍‌କରେ ହେଲା ପରଲୋକ l

 

➡️୧୮-ବିଶ୍ୱର ସର୍ବବୃହତ୍‌ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆଜି କ୍ୱାଲିଫାୟର-୨ରେ ପରସ୍ପରକୁ ଭେଟିବେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ୫ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ।

 

➡️୧୯-ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୩; କିଟ୍ ପୁରୁଷ ଓ ମହିଳା ରଗ୍‌ବୀ ଟିମ୍‌ଙ୍କ ବିଜୟୀ ଅଭିଯାନ l

 

➡️୨୦-ନେପାଳ ରାଜଧାନୀ କାଠମାଣ୍ଡୁରେ ଚାଲିଥିବା କାଭା ମହିଳା ଭଲିବଲ୍ ଚାଲେଞ୍ଜ୍ କପ୍‌ରେ ଭାରତ କ୍ରମାଗତ ତୃତୀୟ ବିଜୟ ସହ ସେମିଫାଇନାଲ୍‌ରେ କଲା ପ୍ରବେଶ l ଆଜି ପ୍ରଥମ ସେମିଫାଇନାଲ୍‌ରେ ଉଜ୍‌ବେକିସ୍ତାନକୁ ଏବଂ ଆୟୋଜକ ନେପାଳ ଦ୍ୱିତୀୟ ମ୍ୟାଚ୍‌ରେ କଜାଖ୍‌ସ୍ତାନକୁ ଭେଟିବ ।

 

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

 

*🔅ଆଜି ଜାତୀୟ ସଡ଼କ ଯାତ୍ରା ଦିବସ ll*

*🔅ଆଜି ଜାତୀୟ କାଗଜ ବିମାନ ଦିବସ ll*

*🔅ଆଜି ଉତ୍ତାପ ସୁରକ୍ଷା ସଚେତନତା ଦିବସ ll*

*🔅ଆଜି ୟୁରୋପୀୟ ପଡ଼ୋଶୀ ଦିବସ ll*

 

*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*

 

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

*ll ଶୁଭ ସକାଳ,ସୁପ୍ରଭାତ ll*