April 23, 2026

ବି.ଇ.ଓ ଙ୍କ ସମ୍ପର୍କୀୟ ଦର୍ଶାଇ ଡ୍ୟୁଟି ନକରି ଦରମା ନେଉଛନ୍ତି ସହକାରୀ ଶିକ୍ଷକ ରଜନୀ କାନ୍ତ ବେହେରା…..

IMG-20260402-WA0058
Share

 

ତିର୍ତ୍ତୋଲ

ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ

 

କୋମଳମତି ପିଲାଙ୍କ ସହିତ ଚାଲିଛି ମନମାନି ପାଠପଢା l ୩୬ ଜଣ ଛାତ୍ରଛାତ୍ରୀ ଙ୍କୁ ୨ ଜଣ ଶିକ୍ଷକ l ଜଣେ ଜିଲ୍ଲା ବାହାରର ଶିକ୍ଷକ ତ ଆଉଜଣେ ଆଞ୍ଚଳିକ ଶିକ୍ଷକ l ଯିଏ କି ନିଜକୁ ବ୍ଲକ ଶିକ୍ଷାଧିକାରୀ ଙ୍କ ଘନିଷ୍ଠ ସମ୍ପର୍କୀୟ ଦର୍ଶାଇ ଜିଲ୍ଲା ବାହାରୁ ନିଯୁକ୍ତ ପ୍ରଧାନଶିକ୍ଷକ ଙ୍କୁ ଧମକାଇ ବିଦ୍ୟାଳୟ କୁ ଆସନ୍ତି ନାହିଁ l କିନ୍ତୁ ଶିକ୍ଷକ ଉପସ୍ଥାନ ବହିରେ ହାଜିରା ପଡି ଚାଲିଛି । ମାସକୁ ମାସ ଦରମା ଉଠାଉଛନ୍ତି l କିନ୍ତୁ ଡ୍ୟୁଟି କରନ୍ତି ନାହିଁ l ବି.ଇ.ଓ ଙ୍କ ଖାସ ସମ୍ପର୍କୀୟ ହୋଇ ଥିବାରୁ ପ୍ରଧାନଶିକ୍ଷକ ଙ୍କୁ ଡରାଇ ଧମକାଇ ମନଇଛା ଆସନ୍ତି ଆଉ ହାଜିରା ପକେଇ ପଳେଇ ଯାଆନ୍ତି l ଏକଥା ଆମେ କହୁନୁ ଆଜ୍ଞା…. l କହୁଛନ୍ତି ବିଦ୍ୟାଳୟ କୁ ଆସୁଥିବା ଛାତ୍ର ଛାତ୍ରୀ, ପ୍ରଧାନଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ମହୋଦୟା l ଆହୁରି ଦେଖିବାକୁ ମିଳିଛି ଯେ ମଧ୍ୟାନ୍ନ ଭୋଜନ ର ଅନିୟମିତତା। । କେବେ ରୋଷେଇ ହୁଏ ତ କେବେ ହୁଏନା l ଯୋଉଦିନ ରୋଷେଇ ହୁଏନା ସେଦିନ ପିଲାଙ୍କୁ ୫ଟଙ୍କିଆ ବିସ୍କୁଟ ଦିଅନ୍ତି କିମ୍ବା ପିଲାମାନେ ଘରକୁ ଯାଆନ୍ତି ଖାଇବାକୁ l ମୋଟା ମୋଟି କହିବାକୁ ଗଲେ ମଣ୍ଡଳ ଶିକ୍ଷାଧିକାରୀ, ତିର୍ତୋଲ ଙ୍କ କାହିଁକି ଏଭଳି ବୈମାତୃକ ମନୋଭାବ ରେ ଚାଲିଛି ଏହି ବିଦ୍ୟାଳୟ….? ଛାତ୍ରଛାତ୍ରୀ ଙ୍କ ଅବିଭାବକ ମାନେ ସ୍ଥାନୀୟ ସି.ଆର.ସି.ସି ସ୍ମୃତିରଞ୍ଜନ ନାୟକ ଙ୍କୁ ଅଭିଯୋଗ କଲେ ବି ଫଳ ଶୂନ୍ୟ ବୋଲି କହିଛନ୍ତି ପରିଚାଳନା କମିଟିର ସଭାନେତ୍ରୀ ମହୋଦୟା ।ଏପରି ଅଭାବନୀୟ ଓ କୁସ୍ଚିତ ଘଟଣା ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଶିକ୍ଷାମଣ୍ଡଳ ଅଧିନସ୍ତ ତୁଳଙ୍ଗ ପଞ୍ଚାୟତ ର ସତସଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ l ଏହି ବିଦ୍ୟାଳୟ କୁ ତିର୍ତ୍ତୋଲ ଶିକ୍ଷାମଣ୍ଡଳ ର ଅଣଦେଖା କରିବା, ଏବଂ ନିଜକୁ ବି.ଇ.ଓ ଙ୍କ ସମ୍ପର୍କୀୟ ର ପରିଚୟ ଦେଇ ଡ୍ୟୁଟି ନକରି ଦରମା ପାଇବା, ରଜନୀ କାନ୍ତ ବେହେରା ଙ୍କ ବିରୁଦ୍ଧରେ ଚିଠି ନଂ – ୧୫୭୪ / ୦୭/୦୮/୨୦୨୫ ରେ ବିଭାଗୀୟ ତଦନ୍ତ ରିପୋର୍ଟ ରେ ଅର୍ଥ ଆତ୍ମସାଥ ଓ ୧୨% ସୁଧ ରେ ରିକଭରୀ ହେବାପାଇଁ ନିର୍ଦେଶ ମଧ୍ୟ ରହିଛି । ମଧ୍ୟାନ୍ନ ଭୋଜନ ରେ ଅନିୟମିତତା କରିବା,ସି.ଆର.ସି.ସି ଙ୍କ ପରିଦର୍ଶନ ରେ ଅବହେଳା ଇତ୍ୟାଦି କୋମଳମତି ଛାତ୍ରଛାତ୍ରୀ ଙ୍କ ଶିକ୍ଷାର ମାନ ନିର୍ଦ୍ଦାରଣ ରେ ନିଶ୍ଚିତଭାବେ କ୍ଷତି ପହୁଞ୍ଚାଇବ, ଏଥିରେ ଦ୍ବିମତ ନାହିଁ l ଶିକ୍ଷା ବିଭାଗ ଦ୍ୱାରା ଏହି ବିଦ୍ୟାଳୟ ପାଇଁ କଣ ସରକାର କିଛି ବ୍ୟୟ କରୁନାହାନ୍ତି…. ? ଶୁଣାଯାଏ ଦାୟିତ୍ୱରେ ଥିବା ସି.ଆର.ସି.ସି ସ୍ମୃତିରଂଜନ ନାୟକ ନିଜେ ଗୋଟିଏ ବେସରକାରୀ ବିଦ୍ୟାଳୟ ପାଇଁ ସମୟ ଦେଉଛନ୍ତି l ଶିକ୍ଷାବିଭାଗ କଣ ଏହା ଜାଣିନାହାନ୍ତି ନା ସବୁ କିଛି ଜଣାତରେ ହେଉଛି ବୋଲି ସାଧାରଣରେ ଲୋକେ କୁହାକୁହି ହେଉଛନ୍ତି l ଆସନ୍ତୁ ଶୁଣିବା ଏ ବାବଦରେ କିଏ କିଏ କଣ ସବୁ କହୁଛନ୍ତି……।

You may have missed