ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଉଦଯାପନୀ ହେଲା ଜାତୀୟ ସ୍ତରୀୟ ପ୍ରାମାଣିକ ଚଳଚ୍ଚିତ୍ର କର୍ମଶାଳା

-ପ୍ରଧାନ ମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ମେରୁ )ର ଅନୁବନ୍ଧିତ ରେ ଆୟୋଜିତ ହେଇଥିଲା କାର୍ଯ୍ୟକ୍ରମ
– ପ୍ରଦର୍ଶିତ ହେଲା ୫ଟି ପ୍ରାମାଣିକ ଚଳଚ୍ଚିତ୍ର
– ଅତିଥି ଙ୍କ ମୁହଁ ରୁ ଶୁଣିବାକୁ ମିଳିଲା ଛାତ୍ର ଛାତ୍ରୀ ମଧ୍ୟରେ ବଢ଼ିବ ଦକ୍ଷତା
ବ୍ରହ୍ମପୁର 🙁 ୦୧/୦୪): ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ପ୍ରତିଷ୍ଠିତ ପ୍ରଧାନମନ୍ତ୍ରୀ-ଉଷା (ମେରୁ) ଅନୁଦାନ ଦ୍ୱାରା ପାଣ୍ଠି ସହଯୋଗିତା ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗ ମାର୍ଚ୍ଚ ୧୪ ରୁ ୨୦, ୨୦୨୬ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ପ୍ରାମାଣିକ ଚଳଚ୍ଚିତ୍ର ଉପରେ ଏକ ଜାତୀୟ କର୍ମଶାଳା ଆୟୋଜନ କରିଥିଲା। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଙ୍କ ପୃଷ୍ଠପୋଷକ ଆୟୋଜିତ, ଏହି କର୍ମଶାଳାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସମେତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ, ରେଭେନସା ବିଶ୍ୱବିଦ୍ୟାଳୟ, ରମା ଦେବୀ ବିଶ୍ୱବିଦ୍ୟାଳୟ ଇତ୍ୟାଦି ବିଭିନ୍ନ ବିଶ୍ୱବିଦ୍ୟାଳୟର ଆକାଂକ୍ଷୀ ଚଳଚ୍ଚିତ୍ର ନିର୍ମାତା ଏବଂ କାହାଣୀକାରମାନେ ଯୋଗ ଦେଇଥିଲେ। ଗତ ମାର୍ଚ୍ଚ ମାସ ୧୪ ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେଇଥିବା ଏହି କର୍ମଶାଳାରେ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ଶ୍ରୀ ପ୍ରଣବ ଦାସ; ନବସୃଜନଶୀଳ ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ଶ୍ରୀ ଶଂଖଜିତ ଦେ; ଚଳଚ୍ଚିତ୍ର ସମ୍ପାଦନାରେ ତାଙ୍କର ବୈଷୟିକ ବିଶେଷଜ୍ଞତା ପାଇଁ ପ୍ରଶଂସିତ ବରିଷ୍ଠ ସମ୍ପାଦକ ଏବଂ ରାଜ୍ୟ ପୁରସ୍କାର ବିଜେତା ଅମରେନ୍ଦ୍ର ମହାପାତ୍ର; ଦୃଶ୍ୟ କାହାଣୀ କହିବା ଦକ୍ଷତା ପାଇଁ ସମ୍ମାନିତ ଫଟୋଗ୍ରାଫି ନିର୍ଦ୍ଦେଶକ ଅମରଜିତ ମହାନ୍ତି ଏବଂ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାଣରେ ତାଙ୍କର ସୃଜନଶୀଳ କାର୍ଯ୍ୟ ପାଇଁ ପ୍ରସିଦ୍ଧ ଫ୍ରିଲାନ୍ସ ସିନେମାଟୋଗ୍ରାଫର ରାଧାକାନ୍ତ ବାରିକ ଙ୍କ ମାର୍ଗଦର୍ଶନ ରେ ଛାତ୍ର ଛାତ୍ରୀ ପାଞ୍ଚ ପ୍ରମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ।ହୁମ୍ମାର ଶୁଖିଆ ହାଟ ବଜାର, ମା ତାରାତାରିଣୀ ମନ୍ଦିର ଚୈତ୍ର ଯାତ୍ରା, ବ୍ରହ୍ମପୁର ର ପାଟ ତଥା ରେଶମ ଶାଢ଼ି ଗଞ୍ଜାମ ଜିଲ୍ଲାର ଦ୍ରୁତ ଅବଲୁପ୍ତ ହେଉଥିବା ଉପକୂଳବର୍ତ୍ତୀ ମାଛ ଧରିବା ଗ୍ରାମ ପୋଡାମପେଟା ଏବଂ ଗଞ୍ଜାମରେ ଲୁଣ ଚାଷ ସମେତ ବିଭିନ୍ନ ସ୍ଥାନୀୟ ବିଷୟ ଉପରେ ଆଧାରିତ ଚଳଚ୍ଚିତ୍ର ଗୁଡିକୁ ନୂତନ ସମ୍ମିଳନୀ କକ୍ଷ ରେ ପ୍ରଦର୍ଶିତ କରାଯାଇଥିଲା । ଏହି ଜାତୀୟ କାର୍ମଶାଳା ରେ ଅଂଶଗ୍ରହଣ କାରି ସ୍କ୍ରିପ୍ଟିଂ, ସୁଟିଂ, ସମ୍ପାଦନା ଏବଂ ପ୍ରମାଣିକ ଚଳଚ୍ଚିତ୍ର ବଣ୍ଟନରେ ଉନ୍ନତ କୌଶଳ ଉପରେ ଶିକ୍ଷା ଦିଆଯାଇଥିଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ପ୍ରମାଣିକ ଚଳଚ୍ଚିତ୍ର ଉପରେ ଆଧାରିତ କାର୍ଯ୍ୟକ୍ରମ କୁ ପ୍ରଥମ କରି ହେଇଥିବାରୁ ଉଭୟ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ବେଶ ଉପଭୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ;ପ୍ରଧାନମନ୍ତ୍ରୀ ଉଷା ଯୋଜନା ର ନୋଡାଲ ଅଧିକାରୀ ପ୍ରଫେସର ପ୍ରସନ୍ନ କୁମାର ଦୀକ୍ଷିତ ଯୋଗ ଦେଇଥିଲେ। ତତ୍ ସହିତ ଉତ୍କଳ ବିଶ୍ଵବିଦ୍ୟାଳୟ ର ପ୍ରାକ୍ତନ ପ୍ରଧ୍ୟାପକ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ଏବଂ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ବିଷୋୟୀ ଯୋଗ ଦେଇଥିଲେ। ମାନନୀୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ନିଜ ବକ୍ତବ୍ୟ ମାଧ୍ୟମ ରେ ୫ଟି ପ୍ରାମାଣିକ ଚଳଚ୍ଚିତ୍ର କୁ ପ୍ରସଂସା କରିଥିଲେ ଏବଂ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚ ଏବଂ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଉପରେ ପ୍ରାମାଣିକ ଚଳଚ୍ଚିତ୍ର କରିବା ପାଇଁ ଉପଦେଶ ଦେଇଥିଲେ। ସୂଚନା ଯୋଗ୍ୟ ଯେ ବିଭାଗୀୟ ମୁଖ୍ୟା ଡକ୍ଟର ବନ୍ଦିତା କୁମାରୀ ପଣ୍ଡା ସଂଯୋଜନା ଏବଂ ବିଭାଗୀୟ ପ୍ରାଧ୍ୟାପିକା ଡକ୍ଟର ନେହା ପାଣ୍ଡେଙ୍କ ସହ-ସଂଯୋଜନା ରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା ।ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯଥା ପ୍ରଫେସର ଗଣେଶ ସେଠୀ, ଡକ୍ଟର ଜୟନ୍ତ କୁମାର ପଣ୍ତା, ଡକ୍ଟର ଚିନୁ ବହିଦାର, ଶ୍ରୀ ଅଗ୍ନି କୁମାର ବେହେରା ଙ୍କ ସହ ସମସ୍ତ ଛାତ୍ର ଛାତ୍ରୀ ଏହି ଉଦଯାପନୀ ଉତ୍ସବ ରେ ଯୋଗ ଦେଇଥିଲେ ।
