June 14, 2026

ଶିକ୍ଷକ ଙ୍କ ଦୁଃଖ ଶୁଣିବ କିଏ ??

IMG-20260331-WA0050
Share

 

 

ବିଧାନସଭା ରେ ଉଠିଲା ମାଧ୍ୟମିକ ଟି. ଜି. ଟି ଶିକ୍ଷକଙ୍କ ଏକାଧିକ ଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ଟ୍ରାନ୍ସଫର ପ୍ରସଙ୍ଗ

ବାଲେଶ୍ବର ( ଦେବାଶିଷ ଦାଶ )

ପ୍ରଶ୍ନ କାଳରେ ପ୍ରସଙ୍ଗ ଉଠେଇଛନ୍ତି ବାରବାଟୀ ବିଧାୟିକା ସୋଫିଆ ଫିରଦୌସ, ବସ୍ତା ବିଧାୟିକା ସୁବାସିନୀ ଯେନା, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା 13468/S&ME, ତାରିଖ 14/05/2025 ଅନୁସାରେ, ରାଜ୍ୟର ସେକେଣ୍ଡାରୀ ବିଦ୍ୟାଳୟମାନଙ୍କର ପ୍ରଧାନ ଶିକ୍ଷକ ଓ ସହାୟକ ଶିକ୍ଷକମାନଙ୍କ ବଦଳି ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶନାମା ରେ ପ୍ରକାଶିତ ହୋଇଛି,

ଉକ୍ତ ନିର୍ଦ୍ଦେଶନାମାର ପ ଏ ଣ୍ଟ 2(L) ଅନୁଯାୟୀ, ଜିଲ୍ଲାରୁ ଜିଲ୍ଲାକୁ ଏକାଧିକ ଥର ବଦଳି ଉପରେ ପ୍ରତିବନ୍ଧକ ରହିଛି।ମ୍ୟୁଚୁଆଲ ବଦଳି ରେ ସ୍କୁଲ ଏବଂ ଜିଲ୍ଲା ସ୍ତରରେ କୌଣସି ଅଭାବ କିମ୍ବା ଅତିରିକ୍ତତା ପଦବୀ ସୃଷ୍ଟି ହେବ ନାହିଁ। ଏବଂ ଅନେକ ଶିକ୍ଷକଙ୍କୁ ଗତ ବର୍ଷ ମ୍ୟୁଚୁଆଲ ବଦଳିରେ ବିଭିନ୍ନ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି କିନ୍ତୁ ସେମାନେ ସେମାନଙ୍କର ବୃଦ୍ଧ ଏବଂ ଅସୁସ୍ଥ ପିତାମାତାଙ୍କ ଯତ୍ନ ନେବା ପାଇଁ ନିଜ ଜିଲ୍ଲାକୁ ପହଞ୍ଚି ପାରି ନାହାଁନ୍ତି। ତେଣୁ ହଜାର ହଜାର ଶିକ୍ଷକଙ୍କ ପାଇଁ ନିଜ ଜିଲ୍ଲାକୁ ପହଞ୍ଚିବା ଅତ୍ୟନ୍ତ ଅନିବାର୍ଯ୍ୟ ହୋଇପଡିଛି

ରାଜ୍ୟର ଅନ୍ୟ ସମସ୍ତ ରାଜ୍ୟ କ୍ୟାଡର କର୍ମଚାରୀ ମାନଙ୍କ ର ସମଗ୍ର ଚାକିରୀ କାଳ ଭିତରେ ଏକାଧିକ ଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳିହେଉଥିବା ବେଳେ ଗଣଶିକ୍ଷା ବିଭାଗ ଅଧୀନ ରେ ଥିବା ମାଧ୍ୟମିକ ଟି. ଜି. ଟି (ପି.ସି.ଏମ,ସି.ବି.ଜେଡ୍, ଆର୍ଟ୍ସ ) ଶିକ୍ଷକ ମାନେ ରାଜ୍ୟ କ୍ୟାଡର କର୍ମଚାରୀ ହୋଇଥିଲେ ବି ସେମାନଙ୍କର ବଦଳି ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳି କ୍ଷେତ୍ରରେ ସମଗ୍ର ଚାକିରୀକାଳ ଭିତରେ ଗୋଟେ ଥର କରିବାର କାରଣ କଣ,ମ୍ୟୁଚୁଆଲ ବଦଳି ରେ ଗଣଶିକ୍ଷା ବିଭାଗ କୁ କୌଣସି ଅଭାବ ବା ଅତିରିକ୍ତତା ପଦବୀ ସୃଷ୍ଟି ହେବାର ସମ୍ଭାବନା ନାହିଁ ତେଣୁ ଏକାଧିକ ଥର କରିବାକୁ ବାରବାଟୀ ବିଧାୟିକା ସୋଫିଆ ଫିରଦୌସ, ବସ୍ତା ବିଧାୟିକା ସୁବାସିନୀ ଯେନା, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଚଳିତ ବିଧାନସଭା ରେ ପ୍ରଶ୍ନ ଉଠେଇଥିଲେ, କିନ୍ତୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ପାଖରୁ କୌଣସି ସ୍ପଷ୍ଟ ସୂଚନା

‌ମିଳିପାରିନଥିଲା

You may have missed