April 26, 2026

IPL 2026: ପ୍ରଥମ ମ୍ୟାଚ୍‌ରେ ପରାଜୟର ଧାରା ଭାଙ୍ଗିଲା MI, KKRକୁ ହରାଇ ହାସଲ କଲା ଐତିହାସିକ ବିଜୟ*

IMG-20260330-WA0002
Share

 

ଦୀର୍ଘ ୧୩ ବର୍ଷ ପରେ ଶେଷରେ ପ୍ରଥମ ମ୍ୟାଚରେ ଜିତିବାର ସ୍ଵାଦ ଚାଖିଲା ମୁମ୍ବାଇ ଇଣ୍ଡିଆନ୍ସ। ଏହା ସହିତ ସିଜିନରେ ନିଜର ପ୍ରଥମ ମ୍ୟାଚରେ ପରାଜୟଧାରା ଭାଙ୍ଗିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ମୁମ୍ବାଇ। ଏହି ସ୍କୋରିଂ ମ୍ୟାଚରେ ରୋହିତ ଶର୍ମା ଓ ରିୟାନ ରିକଲଟରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ମୁମ୍ବାଇ ସହଜରେ କୋଲକାତା ନାଇଟ୍ ରାଇଡର୍ସକୁ ୬ ଓ୍ଵିକେଟରେ ହରାଇଛି।

 

MI vs KKR IPL 2026: ଦୀର୍ଘ ୧୩ ବର୍ଷ ପରେ ଶେଷରେ ପ୍ରଥମ ମ୍ୟାଚରେ ଜିତିବାର ସ୍ଵାଦ ଚାଖିଲା ମୁମ୍ବାଇ ଇଣ୍ଡିଆନ୍ସ। ଏହା ସହିତ ସିଜିନରେ ନିଜର ପ୍ରଥମ ମ୍ୟାଚରେ ପରାଜୟଧାରା ଭାଙ୍ଗିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ମୁମ୍ବାଇ। ଏହି ସ୍କୋରିଂ ମ୍ୟାଚରେ ରୋହିତ ଶର୍ମା ଓ ରିୟାନ ରିକଲଟରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ମୁମ୍ବାଇ ସହଜରେ କୋଲକାତା ନାଇଟ୍ ରାଇଡର୍ସକୁ ୬ ଓ୍ଵିକେଟରେ ହରାଇଛି। ବିଜୟ ସହ ଆଇପିଏଲର ୧୯ତମ ସଂସ୍କରଣରେ ନିଜର ଅଭିଯାନ ଆରମ୍ଭ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଅନ୍ୟପଟେ କୋଲକାତା ଓ୍ଵାଙ୍ଖେଡ଼େରେ ନିଜର ପରାଜୟଧାରା ବଜାୟ ରଖିଛି।

 

ପ୍ରଥମେ ବ୍ୟାଟିଂ କରିଥିବା କୋଲକାତାର ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ୬୭ ରନ ଓ ଅଙ୍ଗକୃଷ ରଘୁବଂଶୀଙ୍କ ୫୧ ରନ ବଳରେ ୪ ଓ୍ଵିକେଟ୍ ହରାଇ ବିଶାଳ ୨୨୦ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ୭୮ ରନ ଓ ରିୟାନ ରିକଲଟନଙ୍କ ୮୧ ରନ ବଳରେ ୫ଟି ବଲ୍ ବାକି ଥାଇ ୬ ଓ୍ଵିକେଟରେ ମ୍ୟାଚ୍ ଜିତି ନେଇଛି। ଏହା ସହିତ ଆଇପିଏଲ୍ ଇତିହାସରେ ନିଜର ସବୁଠୁ ବଡ଼ ଲକ୍ଷ୍ୟ ପିଛା କରି ପାରିଛି ମୁମ୍ବାଇ।

 

୨୨୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇକୁ ଦମଦାର ଆରମ୍ଭ ଦେଇଥିଲେ ଦୁଇ ପୁରୁଖା ଓପନର ରୋହିତ ଶର୍ମା ଓ ରିୟାନ ରିକଲଟନ। ଦୁଇ ବ୍ୟାଟର ଆରମ୍ଭରୁ କୋଲକାତା ବୋଲରଙ୍କୁ ପ୍ରହାର କରିଥିଲେ। ପ୍ରତିପକ୍ଷ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ ରୋହିତ ଓ ରିକଲଟନର। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଓପନିଂରେ ୧୧.୧ ଓଭରରେ ୧୪୮ ରନ ଯୋଡ଼ି ମ୍ୟାଚକୁ ଏକତରଫା କରିଥିଲେ। ରୋହିତ ୩୮ ବଲରୁ ୬ ଚୌକା ଓ ୬ ଛକା ସହ ୭୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

 

ଏହା ପରେ ମୁମ୍ବାଇ ୩ ଓ୍ଵିକେଟ୍ ହରାଇଥିଲେ ହେଁ ତାହା ଦଳର ବିଜୟରେ କୌଣସି ପ୍ରଭାବ ପକାଇ ନ ଥିଲା। ସୂର୍ଯ୍ୟକୁମାର ଯାଦବ ୮ ବଲରୁ ୧୬ ରନ କରି ଆଉଟ୍ ହୋଇଥିଲେ। ତିଳକ ବର୍ମା ୨୦ ରନ କରିଥିଲେ। ରିୟାନ ରିକଲଟନ ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ସେ ୪୩ ବଲରୁ ୪ ଚୌକା ଓ ୮ ଛକା ସହ ୮୧ ରନର ଦମଦାର ଇନିଂସ ଖେଳିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ ଓ ନମନ ଧୀର ୫ ରନ କରି ଅପରାଜିତ ଥିଲେ।ମୁମ୍ବାଇ ୧୯.୧ ଓଭରରେ ୪ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି।