April 26, 2026

ଠେମେରା ରେ ରାମଲୀଳା ଦ୍ଵିତୀୟ ଦିବସ  ଜନକଙ୍କ ରାଜନ୍ୟ ମଣ୍ଡଳୀ ନିମନ୍ତ୍ରଣ ସୀତା ସ୍ୱୟଂମ୍ବର 

IMG-20260330-WA0003
Share

 

ସମ୍ବଲପୁର, ୨୮.୦୩():ଆଜି ଠେମେରା ଗାଁ ଜଗନ୍ନାଥ ମନ୍ଦିର ମଞ୍ଚରେ ହେଉଥିବା ରାମଲୀଳା ମହୋତ୍ସବ ଦ୍ଵିତୀୟ ଦିନରେ ଲୋକରଣ୍ୟ ହୋଇଥିଲା ମିଥିଲା ରାଜ୍ୟ ଦରବାର।

ରାଜା ଜନକଙ୍କ ନିମନ୍ତ୍ରଣ କ୍ରମେ ବିଭିନ୍ନ ରାଜ୍ୟରୁ ରାଜନ୍ୟ ମଣ୍ଡଳୀ ଆସି ସୀତା ସ୍ୱୟଂମ୍ବର ପାଇଁ ଭାଗ ନେଇଥିଲେ। ହେଲେ ସମସ୍ତ ରାଜା ଶିବ ଧନୁ ଉଠାଇବାରେ ଅସଫଳ ହେବାରୁ ରାଜନ ଦୁଃଖ ପ୍ରକାଶ କରିବା ବେଳେ ଉପସ୍ଥିତ ଲକ୍ଷ୍ମଣ ନିଜ ଭାଇ ରାମଚନ୍ଦ୍ର ଙ୍କ ପାରଦର୍ଶିତା ନେଇ ପ୍ରକାଶ କରିଥିଲେ। ରାମଚନ୍ଦ୍ର ଋଷି ବିଶ୍ଵାମିତ୍ରଙ୍କ ଆଦେଶ ମାଗି ଶିଵ ଧନୁ ଉଠାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହି ଦୃଶ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା।

 

 

ଆୟୋଜିତ ଉତ୍ସବରେ ରାଜକୀୟ ମୁଖ୍ୟଅତିଥି ଭାବେ ସମାଜ ର ବରିଷ୍ଠ ସାମ୍ବାଦିକ ବିରାଜ ମିଶ୍ର ଯୋଗଦେଇ ଆଧ୍ୟାତ୍ମିକ ପରିବେଶ କୁ ପ୍ରଶଂସା କରି ପୌରାଣିକ କଥା ବସ୍ତୁର ପ୍ରଚାର ପ୍ରସାର ହେଲେ ମାନବିକ ମୂଲ୍ୟବୋଧ ବଢ଼ି ସମାଜ ନୁଆଁ ଆଳୁଅର ସନ୍ଧାନ ପାଇବ ବୋଲି କହିଥିଲେ। ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଅରୁଣ କୁମାର ସାହୁ ଓ କୃଷ୍ଣ ଚନ୍ଦ୍ର ବଢ଼ାଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଏହି ଅବସରରେ ପରମାଣପୁର ଧନୁଯାତ୍ରାର କଂସ ସମୀର ରଞ୍ଜନ ନାଥ, ପଡ଼ିଆବାହାଲ ଧନୁଯାତ୍ରାର ବରୁଣ ସାହୁ ଓ ପ୍ରମୋଦ ମଗରଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଦିତ କରାଯାଇଥିଲା।

 

ଏହି କାର୍ଯ୍ୟକ୍ରମ ଆସନ୍ତା ୭ ଦିନ ଧରି ଚାଲିବ।ରାବଣ ଭୂମିକାରେ ବଳରାମ ମହାଣା, ରାମଚନ୍ଦ୍ର ଭୂମିକାରେ ପ୍ରମୋଦ ତ୍ରିପାଠୀ, ଲକ୍ଷ୍ମଣ ଭୂମିକାରେ ଦୟାନିଧି ପ୍ରଧାନ ଓ ସୀତା ଭୂମିକାରେ ସୁଜାତା ତ୍ରିପାଠୀଙ୍କ ଅଭିନୟ ଚିତାକର୍ଷକ ହୋଇଥିଲା।