ଆଜିର ଖବର..
ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଏବଂ ମାଲକାନଗିରିର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପବନ (୩୦-୪୦ କିମି) ବହିବ।
ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ମଧ୍ୟମ ବର୍ଷା, ବଜ୍ରପାତ ହୋଇପାରେ। ଆର୍ଦ୍ରତା: ୨୭%
ଏପ୍ରିଲ ୧, ୨୦୨୬ରୁ ସୁଭଦ୍ରା ଯୋଜନା ପାଇଁ ନୂତନ ପଞ୍ଜିକରଣ ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ଘୋଷଣା।
ଆଦିବାସୀ ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଅବସରରେ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।
କୋରାପୁଟ ତେନ୍ତୁଳିଗୁମ୍ମା ଗ୍ରାମରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଅବହେଳିତ, ପରିବାର ଲୋକ ଲାଗୁଛନ୍ତି ଦିନମଜୁରୀ।
ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓଡ଼ିଶାର ସାମରିକ ଘାଟିରେ ବାୟୁ ପ୍ରତିରକ୍ଷା ଶକ୍ତି ପ୍ରଦର୍ଶନ ଅଭ୍ୟାସର ସମୀକ୍ଷା କରିଛନ୍ତି।
ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ୫୦- ୬୦ କିମି ବେଗରେ ପବନ ଓ କୁଆପଥର ବର୍ଷା। ଝଡ଼ବର୍ଷା ଆହୁରି ୫ ଦିନ, ବଢ଼ିବନି ତାତି।
ରାଜ୍ୟରେ ଜଳାଭାବ ଦୂର କରିବା ପାଇଁ ୧୪୧ଟି ପ୍ରକଳ୍ପରେ ୨,୬୧୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ ବୋଲି ସରକାର ସୂଚନା ଦେଲେ।
ମତ୍ସ୍ୟ ଚାଷରେ ସମ୍ବଲପୁର ଜିଲ୍ଲାର ସଫଳତା ପରେ ରାଜ୍ୟର ବିଭିନ୍ନ ଜଳାଶୟରେ “କେଜ୍ କଲ୍ଚର” ମତ୍ସ୍ୟ ଚାଷ ବୃଦ୍ଧି ପାଇଛି।
ପୁରୀ ଜଗନ୍ନାଥ ମନ୍ଦିର ଭିତରେ ଥିବା ଗୁପ୍ତ ସୁଡ଼ଙ୍ଗ ଏବଂ ପ୍ରତ୍ନତାତ୍ତ୍ବିକ ତଥ୍ୟକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।
‘ମାଇଁ ଭାରତ ବଜେଟ୍ କ୍ୱେଷ୍ଟ’ ୨୦୨୬ରେ ଓଡ଼ିଶାର ବହୁ ସଂଖ୍ୟକ ଯୁବକଯୁବତୀଙ୍କ ସମେତ ସାରା ଦେଶରୁ ପ୍ରାୟ ୧.୨ ନିୟୁତ ଯୁବକ ଅଂଶଗ୍ରହଣ କରିଛନ୍ତି।
କଟକରେ ଜମି ମ୍ୟୁଟେସନ ପାଇଁ ଲାଞ୍ଚ ନେଉଥିବା ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
ଭୁବନେଶ୍ୱର ବିଶେଷଜ୍ଞମାନେ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣର ସଫଳ ପ୍ରୟୋଗ ବିଷୟରେ ସୂଚନା ଦେଇଛନ୍ତି।
ସମ୍ବଲପୁର ହୀରାକୁଦ ଜଳାଶୟରେ ସଫଳ ମତ୍ସ୍ୟ ଚାଷ କରି ସୁଜାତା ଭୂୟାଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି।
କେନ୍ଦ୍ରାପଡ଼ା: ‘ମାଇଁ ଭାରତ’ ପ୍ରତିଯୋଗିତାରେ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଶ୍ରେଷ୍ଠ ପ୍ରବନ୍ଧ ଲେଖି ଓମ୍ ପ୍ରକାଶ ରଥ ଜାତୀୟ ସ୍ତରରେ ସମ୍ମାନିତ।
ବେଦାନ୍ତର ‘ପ୍ରୋଜେକ୍ଟ ବିଦ୍ୟା’ ମାଧ୍ୟମରେ ୧୭ଟି ଗ୍ରାମୀଣ ସ୍କୁଲରେ ଉପସ୍ଥାନ ୮୨% କୁ ବୃଦ୍ଧି ପାଇଛି ବୋଲି ଦାବୀ।
ବଲାଙ୍ଗୀର ଟିଟିଲାଗଡ଼ରେ ରାମନବମୀ ଶୋଭାଯାତ୍ରା ସମୟରେ ବିଧାୟକଙ୍କ ଗୁଳି ଚାଳନା ଯୋଗୁଁ ନିର୍ଦ୍ଦୋଷ ପିଏସଓ ଙ୍କୁ ନିଲମ୍ବିତ କରାଯାଇଛି।
ନବରଙ୍ଗପୁରରେ ଜାଲ ପ୍ରମାଣପତ୍ର ଦେଇ ୨୭ ବର୍ଷ ଧରି ଚାକିରି କରିଥିବା ଜଣେ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ।
ସୋନପୁରରେ ପୋଲିସ ଏକ ପିକଅପ୍ ଭ୍ୟାନରୁ ୧୮୭ ପ୍ୟାକେଟ୍ ଗଞ୍ଜେଇ ଜବତ କରିଛି, ଯାହା ଏକ ଗୁପ୍ତ ଚାମ୍ବରରେ ଲୁଚାଯାଇଥିଲା।
କଟକ ନରସିଂହପୁର ଗାଁରେ ବାରମ୍ବାର ରହସ୍ୟଜନକ ଭାବେ ନିଆଁ ଲାଗୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅଛନ୍ତି ଏବଂ ଦୈବୀ ଶକ୍ତିର ଶରଣାପନ୍ନ।
ଭୁବନେଶ୍ବର ଚନ୍ଦ୍ରଶେଖର ପୁରରେ ବାଉଁଶ ବୋଝେଇ ଟ୍ରକକୁ ପଛରୁ ପିଟିଲା ହାଇୱାl ଚାଳକ ଗୁରୁତର।
ବଲାଙ୍ଗୀର ଖପ୍ରାଖୋଲରେ ଅଜଣା ଅପ୍ରାକୃତିକ ହଳଦିଆ ରଙ୍ଗର ଦୁର୍ଗନ୍ଧ ବର୍ଷା ଦେଖି ଲୋକେ ଛାନିଆ ହେଲେ।
ଯାଜପୁର ବ୍ରହ୍ମବରଦାରେ ଅଗ୍ନିକାଣ୍ଡ। ୬ ଦୋକାନ ଜଳିଗଲା, ବ୍ୟାପକ କ୍ଷୟକ୍ଷତି ହୋଇଛି।
ମୟୁରଭଞ୍ଜ ବୈଶିଙ୍ଗା ୧୮ନଂ ଜାତୀୟ ରାଜପଥ ନିକଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବିଦ୍ୟାଳୟର ଅଧକ୍ଷା ଓ ହଷ୍ଟେଲ ୱାର୍ଡେନଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ୨ଭାଇଙ୍କୁ ଚାଲାଣ କଲା ପୋଲିସ।
ଦୁଷ୍କର୍ମ ମାମଲାରେ ପୁରୀ ଜିଲ୍ଲା ଜେଲ୍ରେ ଥିବା ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ କଏଦୀ ସାକ୍ଷୀଗୋପାଳର ଦିପ୍ତୀ ସ୍ୱାଇଁ।
ସମ୍ବଲପୁର ଧନୁପାଲି ପୁଲିସ ଦ୍ୱାରା ଗିରଫ ହେଲା କୁମ୍ଭାରପଡ଼ା ଅଞ୍ଚଳର କୁଖ୍ୟାତ ଅପରାଧୀ ତଥା ବ୍ରାଉନସୁଗର ଚୋର ଅରମାନ୍ ଖାଁ।
କେନ୍ଦୁଝର ତେଲକୋଇ ଅଞ୍ଚଳରେ ଗାଁକୁ ଆମ୍ବୁଲାନ୍ସ ନଯିବାରୁ ଟ୍ରାକ୍ଟରରେ ଦୁଇ କିମି ବୁହାହେଲେ ପ୍ରସୂତି।
ଢେଙ୍କାନାଳ ଗନ୍ଦିଆରେ ଗ୍ରହଶାନ୍ତି ପାଇଁ ସ୍ତ୍ରୀଙ୍କୁ ବିଧବା ସଜାଇଲେ, ମୃତ୍ୟୁ ନାଟକ ରଚି ପୁନଃବିବାହ ପାଇଁ ଯୋଜନା କଲେ।
ଆଉ ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ବ। ଷ୍ଟିଲ ଅଥରିଟିର ପରବର୍ତ୍ତୀ ଅଧ୍ୟକ୍ଷ ଅଶୋକ ପଣ୍ଡା।
🇮🇳
ଆଇପିଏଲ କ୍ରିକେଟରେ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କଲା ବେଙ୍ଗାଲୁରୁ।
ଦକ୍ଷିଣ ଆଫ୍ରିକା ପାଇଁ ଭାରତୀୟ ବଧିର କ୍ରିକେଟ୍ ଦଳ ଘୋଷିତ। ଓଡ଼ିଶାର ସନ୍ତୋଷ ମହାପାତ୍ରଙ୍କୁ ସ୍ଥାନ ମିଳିଛି।
ବିଶ୍ୱ ଶକ୍ତି ସଙ୍କଟକୁ ନେଇ ଗୁଜବରେ ବିଶ୍ୱାସ ନକରି କେବଳ ସରକାରୀ ତଥ୍ୟ ଉପରେ ଭରସା କରିବାକୁ ସରକାର ଅନୁରୋଧ କରିଛନ୍ତି।
ଗୁଜରାଟର କଚ୍ଛରେ ଏକ ବିରଳ ‘ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟାର୍ଡ’ ଶାବକ ଜନ୍ମ ହୋଇଛି, ଯାହା ଏହି ବିଲୁପ୍ତପ୍ରାୟ ପକ୍ଷୀଙ୍କ ବଂଶ ଳରକ୍ଷା ପାଇଁ ସଫଳତା।
ଗୁଲଭୀର ସିଂ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ନ୍ୟୁୟର୍କ ସିଟି ହାଫ୍ ମାରାଥନକୁ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଶେଷ କରି ଇତିହାସ ରଚିଛନ୍ତି।
ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାରେ ଅଦିନିଆ ବର୍ଷା ଓ କୁଆପଥର ମାଡ଼ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ବାରାଣସୀରେ ମାତ୍ର ଏକ ଘଣ୍ଟା ମଧ୍ୟରେ ୨.୫୧ ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇ ଏକ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରାଯାଇଛି।
ବିରାଟ କୋହଲି ଟ୍ବେଣ୍ଟି-୨୦ କ୍ରିକେଟ୍ରେ ସର୍ବାଧିକ ରନ୍ କରିବାରେ ପାକିସ୍ତାନର ସୋଏବ ମଲ୍ଲିକଙ୍କୁ ଟପିଛନ୍ତି।
ଇରାନର ଆକ୍ରମଣ, ଆମେରିକୀୟ ଏଫ୍-୧୬ ଲଢୁଆ ବିମାନକୁ ସମୁଦ୍ରରେ ଖସାଇଲା।
ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବିଦ୍ରୋହ। ୫୦ରୁ ଅଧିକ ସହରରେ ରାସ୍ତାକୁ ଓହ୍ଲାଇଲେ ଲୋକେ, ଦେଲେ ‘ନୋ କିଙ୍ଗ୍ସ’ ସ୍ଲୋଗାନ।
ବ୍ରିଟେନରେ ମସ୍ତିଷ୍କ ଜ୍ୱର ବ୍ୟାକ୍ଟେରିଆଲ୍ ମେନିଞ୍ଜାଇଟିସ୍ ଦ୍ରୁତ ବେଗରେ ବ୍ୟାପୁଛି। ଟିକା ପାଇଁ ଲୋକ ଘଣ୍ଟା ଘଣ୍ଟା ଲାଇନରେ।
====================
*ମାଗଣାରେ ଟିଭିରେ 300+ ଚାନେଲ ଦେଖନ୍ତୁ।* ଡାଉନଲୋଡ ଲିଙ୍କ:
https://play.google.com/store/apps/details?id=com.app.tvzone
====================
*ଗତବର୍ଷ ଏଇ ସମୟରେ*
ଜଗତସିଂହପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ ସରକାର।
ଓଡ଼ିଶାରେ ହଜାର ହଜାର ବେଆଇନ ବାଂଲାଦେଶୀ ହାତେଇ ନେଇଥିଲେ ପରିଚୟ ପତ୍ର।
ମଦ ବିକ୍ରିରୁ ୭୭୫୬.୧୪ କୋଟି ଟଙ୍କାର ରାଜସ୍ବ ପାଇଥିଲେ ରାଜ୍ୟ ସରକାର।
ସରକାର କହିଥିଲେ, ତୁଟିବ ଜଗନ୍ନାଥଙ୍କ ଜମି ବିବାଦ, ୩ ମାସ ମଧ୍ୟରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି।
====================
ଆଜି ରାଜସ୍ଥାନ ପ୍ରତିଷ୍ଠା ଦିବସ
ଆଜି ଜନ୍ମଦିନ: ଦେବୀକା ରାଣୀ ଚୌଧୁରୀ, ରାଜୀବ ରୁଡ଼ି, ପଲକ ମୁଛଲ, ସ୍ୱାମୀ ଯୋଗାନନ୍ଦ, ନୋରା ଜୋନସ
ଆଜି ତିରୋଧାନ: ଗୁରୁ ହରକିଶନ, ଆନନ୍ଦ ବକ୍ସି
ଇତିହାସରେ ଆଜି ଦିନ: (୧୯୧୯) ଭାରତରେ ରୋଲାଟ ଆଇନକୁ ବିରୋଧ/ (୧୯୪୪) ବୁଲଗେରିଆ ଉପରେ ମିଳିତ ସେନାର ବୋମାମାଡ/ (୧୯୪୯) ରାଜସ୍ଥାନ ପ୍ରଦେଶ ସ୍ଥାପନ ହେଲା/ (୧୯୫୯) ଦଲାଇ ଲାମା ଭାରତକୁ ଗୁପ୍ତରେ ଆସିଲେ/ (୧୯୯୨) ସତ୍ୟଜିତ ରାୟ ଓସ୍କାର ପୁରସ୍କାର ପାଇଲେ/ (୧୮୨୨) ଫ୍ଲୋରିଡାରେ ପ୍ରାଦେଶିକ ସରକାର ତିଆରି ହେଲା
