April 26, 2026
rasi
Share

 

 

୧-ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟ ସଙ୍କଟ ପାଇଁ ଦେଶରେ କୌଣସି ଲକ୍‌ଡାଉନ୍ ଲାଗୁ ହେବନି।

 

୨-ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାର ହେବ ସମୀକ୍ଷା, ଦୁର୍ବଳ ବିଦ୍ୟାର୍ଥୀଙ୍କୁ ମିଳିବ ସ୍ୱତନ୍ତ୍ର ଶିକ୍ଷାଦାନ।

 

୩-ଚିନ୍ତାରେ CBSE ନବମ ଶ୍ରେଣୀ ଛାତ୍ର ଛାତ୍ରୀ,୨ରୁ ପାଠପଢ଼ା ଆରମ୍ଭ,ହେଲେ ମିଳୁନି ବହି।

 

୪-ରାମ ନବମୀରେ ରାମମୟ ଭାରତ। ଅଯୋଧ୍ୟାରେ ରାମ ଲାଲାଙ୍କ ସୂର୍ଯ୍ୟ ତିଳକରେ ହେଲା ଅଭିଷେକ। ରାଜ୍ୟର ବିଭିନ୍ନ ରାମ ମନ୍ଦିରରେ ଭକ୍ତିମୟ ପରିବେଶ। ରାଜଧାନୀରୁ ସମ୍ବଲପୁର ଓ ଭଦ୍ରକ, ସବୁଠି ଚାଲିଲା ଶୋଭାଯାତ୍ରା।

 

୫-ଭୁବନେଶ୍ୱର:ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ, ୭ ଦିନ ବର୍ଷା ପବନ ଓ କୁଆପଥର ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ।

 

୬-ଗ୍ୟାସ୍ ବେଦନାର ଅକୁହା କାହାଣୀ; ଯାତନା ସହୁଛନ୍ତି ମେସ୍ କରି ରହୁଥିବା ଛାତ୍ରଛାତ୍ରୀ ଓ ଶ୍ରମିକ, କାହା ପେଟରେ ଲାତ..କାହା ପାଠରେ ଲାତ।

 

୭-କେନ୍ଦୁଝର: ମହଙ୍ଗା ପଡ଼ିଲା ଗ୍ୟାସ୍ ବିତରଣ ଅନିୟମିତତା, ବ୍ରହ୍ମେଶ୍ୱରୀ ଗ୍ୟାସ୍ ଏଜେନ୍ସୀ ନିଲମ୍ବିତ।

 

୮-ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ବଡ଼ ଅଘଟଣ ।ଘରକୁ ମାଡ଼ିଗଲା ରୁକୁଣା ରଥ।

 

୯-ଭୁବନେଶ୍ୱର:ବିମାନ ବନ୍ଦରରେ ହେଲା ମକ୍ ଡ୍ରିଲ୍ , ବିମାନ ହାଇଜାକ୍ ହେଲେ କ’ଣ କରିବେ ସବୁ ସୁରକ୍ଷାକର୍ମୀ।

 

୧୦-ବ୍ରହ୍ମପୁର:୩୩୪ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସଡିଓ ପଞ୍ଚୁ ବେହେରା ଗିରଫ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି।

 

୧୧-ପୁରୀରୁ ଆସିଲା ଆଜ୍ଞାମାଳ, ରଥ ପାଇଁ କଟକ ଖପୁରିଆରେ ଆରମ୍ଭ ହେଲା କାଠ ଚିରଟ।

 

୧୨-ଭୁବନେଶ୍ୱରରେ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ,ଆଜି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ।

 

୧୩-ପିପିଲିରେ ମାତିଲେ ମୁଖା ପିନ୍ଧା ଲୁଟେରା, ଘରେ ପଶି ମହିଳାଙ୍କୁ ହାଣି ଲୁଟି ନେଲେ ୩ ଲକ୍ଷ ଟଙ୍କା ଓ ସୁନା ଗହଣା।

 

୧୪-ଆଜିଠୁ IPL: ରୟାଲ ଚ୍ୟାଲେଞ୍ଜର୍ସ ବନାମ ସନରାଇଜର୍ସ ମଧ୍ୟରେ ହେବ ଉଦଘାଟନୀ ମ୍ୟାଚ୍।

 

୧୫-ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ଶେଷ, ଟିମ ଇଣ୍ଡିଆ ଭାବେ କାମ କରିବାକୁ ପିଏମଙ୍କ ପରାମର୍ଶ।

 

୧୬-ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର, ନିଷ୍ପତ୍ତିକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ବାଗତ।

 

୧୭-ବିବାହିତ ପୁରୁଷଙ୍କ ଲିଭ୍-ଇନ୍ ସମ୍ପର୍କ ଅପରାଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ଏକ ବଡ଼ ଶୁଣାଣି।

 

୧୮-ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବୁଲ୍‌ଡୋଜର ଉପହାର ଦେଲେ ୪ ବର୍ଷର ଝିଅ ଯଶସ୍ଵିନୀ ସିଂହ।

 

୧୯-KBC ହଟସିଟରୁ ଏବେ ଜେଲ, ଅଢ଼େଇ କୋଟିର ବନ୍ୟା ସହାୟତା ଦୁର୍ନୀତି ଅଭିଯୋଗରେ ମଧ୍ୟପ୍ରଦେଶ ବରୋଦାର ତହସିଲଦାର ଅମିତା ସିଂ ତୋମାର ଗିରଫ।

 

୨୦-ଭାରତ ପାଇଁ ଆଶ୍ୱସ୍ତିକର ଖବର: ଆଗାମୀ ୧-୨ ଦିନ ମଧ୍ୟରେ ଆଉ ୪ଟି ଭାରତୀୟ ଜାହାଜ ହୋର୍ମୁଜ ପ୍ରଣାଳୀ ପାର୍ କରିପାରନ୍ତି।

 

୨୧-ସଂସଦରେ ଗୃହୀତ ହେଲା ଫାଇନାନ୍ସ ବିଲ୍-୨୦୨୬, ବଜେଟ୍ ପ୍ରସ୍ତାବଗୁଡିକୁ ମିଳିଲା ଆଇନଗତ ମଞ୍ଜୁରୀ।

 

୨୨-ଭାରତ ପୁଣି ଥରେ ରୁଷଠୁ କିଣିବ ଏସ-୪୦୦ ଡିଫେନ୍ସ ସିଷ୍ଟମ, ମଞ୍ଜୁରୀ ଦେଲା ଡିଏସି।

 

୨୩-ବାଲେନ୍ ଶାହ ନେପାଳର ନୂଆ ପ୍ରଧାନମନ୍ତ୍ରୀ: ହିନ୍ଦୁ ରୀତିନୀତିରେ ନେଲେ ଶପଥ, ଅଭିନନ୍ଦନ ଜଣାଇଲେ ମୋଦୀ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏