March 12, 2026

ଉଚ୍ଚଶିକ୍ଷା , ବୈଜ୍ଞାନିକ ଅନୁସନ୍ଧାନ ଏବଂ ମରୋକୋ ମନ୍ତ୍ରଣାଳୟର ଏକ ପ୍ରତିନିଧି ଦଳଙ୍କ ସେଞ୍ଚୁରିଆନବିଶ୍ଵବିଦ୍ୟାଳୟ କ୍ୟାମ୍ପସ ପରିଦର୍ଶନ

b05d420f-b32c-4516-9090-0ac43a4dd1c6
Share

ପାରଳାଖେମୁଣ୍ଡି:୨୪/୫୨୩ଗଜପତି ଜିଲ୍ଲାର ଏକମାତ୍ର ବେସରକାରୀ ସ୍ତରୀୟ ବିଶ୍ଵବିଦ୍ୟାଳୟ ତଥା ରାଜ ସିତାପୁର ସ୍ଥିତ ଆଲୁରୀ ନଗର ଠାରେ ପ୍ରତିଷ୍ଠିତ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟକୁ ଉଚ୍ଚଶିକ୍ଷା , ବୈଜ୍ଞାନିକ ଅନୁସନ୍ଧାନ ଓ ମରୋକ୍କୋ ମନ୍ତ୍ରଣାଳୟର ଏକ ୪ ଜଣିଆ ପ୍ରତିନିଧି ଦଳ ବିଶ୍ଵବିଦ୍ୟାଳୟର କ୍ୟାମ୍ପସ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଉଚ୍ଚ ପ୍ରଶଂସା କରିଛନ୍ତି।ଏହି ୪ ଜଣିଆ ପ୍ରତିନିଧି ଦଳ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟକୁ ଗତ ୨୧ ତାରିଖ ଠାରୁ ଆସି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ କ୍ୟାମ୍ପସରେ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ରମ ପରିଦର୍ଶନ କରିବେ । ପ୍ରତିନିଧି ଦଳ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟକୁ ପରିଦର୍ଶନରେ ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ , ଉଚ୍ଚଶିକ୍ଷା , ବୈଜ୍ଞାନିକ ଅନୁସନ୍ଧାନ ଓ ନବ ସୃଜନ କ୍ଷେତ୍ରରେ ଉଭୟ ଦେଶର ରହିଥିବା ଏକାଡେମିକ ସମ୍ପ୍ରଦାୟକୁ ମଜବୁତ୍ କରିବା ସହ ମହତ୍ ପୂର୍ଣ୍ଣ ସୁବିଧା ପାଇବା ଲକ୍ଷ୍ୟରେ ଉଭୟଙ୍କ ମଧ୍ୟରେ ସମସ୍ତ ପ୍ରକାରର ଆନୁଷଙ୍ଗିକ ସହଯୋଗ ପାଇଁ ସମ୍ଭାବ୍ୟ ଉପାୟ ଅନୁସନ୍ଧାନ କରିବା
ଇନ୍ସପେକ୍ଟର ଜେନେରାଲ୍ (MHESRI), ଶ୍ରୀ ଅବଦେଲଫେଟ୍ଟା ଓଲ୍ଡ ନାନା , ଉଚ୍ଚଶିକ୍ଷା ତଥା ଶିକ୍ଷାଗତ ବିକାଶ ବିଭାଗ (ଗଐଋଝଜଓ) ର ମୁଖ୍ୟ ଶ୍ରୀ ମହମ୍ମଦ ତାହିରୀ , ଆମେରିକା ଏବଂ ଏସିଆ ଦେଶ , ସହଯୋଗ ଏବଂ ଭାଗିଦାରୀ ବିଭାଗ (MHESRI) ସହ ସହଯୋଗ ଦାୟିତ୍ୱରେ ଥିବା ଶ୍ରୀ ଅବଦାଲ୍ଲା ଫେଜର୍, (MHESRI) , ଉପଦେଷ୍ଟା ଶ୍ରୀମତୀ ଅମାଲଲାରିବି,ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରଉପସଭାପତି ପ୍ରଫେସର ଡି.ଏନ୍ ରାଓ ,ସେଞ୍ଚୁରିଆନ ୟୁନଭରସିଟିର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ , ରେଜିଷ୍ଟ୍ରାର, ଡ: ଅନୀତା ପାତ୍ର , ଡେପୁଟି ରେଜିଷ୍ଟ୍ରାର ଡ଼ଃ ଦୁର୍ଗା ପ୍ରସାଦ ପାଢ଼ୀ , ପ୍ରଫେସର ଡ଼ଃ ଏସପି: ନନ୍ଦ , ଏବଂ ମୋନାଲିଶା ଘୋଷ , ଆସୋସିଏଟ୍ ଡାଇରେକ୍ଟର–ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ସମ୍ପର୍କ ଏବଂ ସରକାରୀ ଭାଗିଦାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଏବଂ ସହଯୋଗ ଉପରେ ଆଲୋଚନା କରା ଯାଇଥିଲା ।ଶିଳ୍ପ-ଦକ୍ଷତା ସମନ୍ୱିତ ଶିକ୍ଷା , ସ୍ମାର୍ଟ କୃଷି , ସ୍ୱୟଂଚାଳିତ , ଡିଜିଟାଲ୍ ଉତ୍ପାଦନ , ଏରୋସ୍ପେସ୍ , ଖାଦ୍ୟ ପ୍ରକ୍ରିୟାକରଣ , ଆଇଟି ଇତ୍ୟାଦି ଶିଖିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । ସେଞ୍ଚୁରିଅନ୍ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା , ବୈଜ୍ଞାନିକ ଅନୁସନ୍ଧାନ ଏବଂ ନବସୃଜନ ଦାୟିତ୍ଵରେ ଥିବା ଅଧିକାରୀଙ୍କ ସହଯୋଗ , ଧାରଣା ଆଦାନ-ପ୍ରଦାନ ଏବଂ ପାରସ୍ପରିକ ବୁଝାମଣା ଆଲୋଚନା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ମରୋକୋରୁ ଆସିଥିବା ପ୍ରତିନିଧି ମାନେ ବିଭିନ୍ନ କର୍ମଶାଳାରେ ଦକ୍ଷତା ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କ ସହିତ ବାର୍ତ୍ତାଳାପ କରିବା ସହ , ମିନି ଡାଏରୀ ଏବଂ ବେକରୀ , ମିନି ଟୁଲ୍ ରୁମ୍ ଏବଂ ଆଇଚର୍ ଲ୍ୟାବ୍ , ବାୟୋଫର୍ଟିଲାଇଜର , ଭର୍ମିକମ୍ପୋଷ୍ଟ , ଜୈବିକ ଫାର୍ମ , ମଶରୁମ୍ ୟୁନିଟ୍ , ଆପିରି , କୃଷି ନର୍ସରୀ , ମତ୍ସ୍ୟ , ପଶୁପାଳନ , ଡ୍ରାଗନ୍ ଫ୍ରୁଟ୍ ଫାର୍ମ , ହାଇଡ୍ରୋପୋନିକ୍ସ , ୩-ଡି ଲ୍ୟାବ୍ ପ୍ରଭୃତି ପରିଦର୍ଶନ କରିଥିଲେ ।

You may have missed