April 28, 2026

ବରୁଣପଡ଼ା ଗ୍ରାମର ବରିଷ୍ଠ ନାଗରିକ ମାନଙ୍କ ତୀର୍ଥଯାତ୍ରା

IMG-20260323-WA0027
Share

ତିର୍ତ୍ତୋଲ ତା 23/3/2026 ତିର୍ତ୍ତୋଲ ବ୍ଲକ ସଁଅରା ପଞ୍ଚାୟତ ଅନ୍ତର୍ଗତ ବରୁଣପଡ଼ା ଗ୍ରାମର ବୟୋଜ୍ୟେଷ୍ଠ ତଥା ବରିଷ୍ଠ ନାଗରିକ ମାନଙ୍କର ପୁଣ୍ୟଅର୍ଜନ ଓ ମନୋରଞ୍ଜନ ନିମନ୍ତେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ଯୁବସମାଜସେଵୀ ନିହାର ରଞ୍ଜନ ମହାନ୍ତି ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଏକ ଦିବସିୟ ତୀର୍ଥଯାତ୍ରା ର ଆୟୋଜନ କରାଯାଇଥିଲା l ମା ସାରଳା ଙ୍କ ପୀଠରୁ ଏହି ତୀର୍ଥଯାତ୍ରା ବାହାରି ପ୍ରଥମେ ମା କଟକ ଚଣ୍ଡୀ, ଗଡ଼ଗଡେଶ୍ୱର ମହାଦେବ, ଛତିଆବଟ ଓ ପରିଶେଷରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ର ବଡଠାକୁର ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ଦର୍ଶନ କରିବା ସହିତ ପ୍ରସାଦ ସେବନ କରାଯାଇଥିଲା l ଏଥିରେ ପ୍ରଭାକର ସ୍ୱାଇଁ, ଉତ୍ତମ ଭୂୟାଁ, ପଞ୍ଚାନନ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଗୋପୀନାଥ ଦ୍ବିବେଦୀ, ଶ୍ରୀନିବାସ ମିଶ୍ର, ସୁରମା ସାହୁ, ପିର ମହାନ୍ତି, ଲୋଚନ ମହାନ୍ତି, ଜ୍ୟୋସ୍ନା ଭୂୟାଁ ପ୍ରମୁଖ ପଚାଶଜଣ ଉର୍ଦ୍ଧ୍ୱ ବୟସ୍କବ୍ୟକ୍ତି ମାନେ ସାମିଲ ହୋଇଥିବାବେଳେ, ଏହି ସମସ୍ତ କାର୍ଯ୍ୟକ୍ରମ କୁ ସରୋଜ କୁମାର ବର୍ଦ୍ଧନ, ଗୌରୀକାନ୍ତ ସ୍ୱାଇଁ, ସୁଶାନ୍ତ ଭୂୟାଁ, ଗଗନ ସାହୁ, ସନାତନ ସ୍ୱାଇଁ , ତ୍ରିଲୋଚନ ଲେଙ୍କା, ସୌମ୍ୟରଞ୍ଜନ ସାହୁ, ଲୋକନାଥ ମିଶ୍ର, ପ୍ରାଣନାଥ ମିଶ୍ର ପ୍ରମ୍ମୁଖ ପରିଚାଳନା କରିଥିଲେ l ଏହାଦ୍ୱାରା ପଲ୍ଲୀଜୀବନରେ ଭାଇଚାରାସୁଦୃଢ ହେବା ସହିତ ପୁଣ୍ୟଲାଭ ହେଉଛି ବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed