March 10, 2026

ଅନ୍ତିଷ୍ଟି କ୍ରିୟା କାର୍ଯ୍ୟରେ ଗ୍ରାମବାସୀ ଙ୍କ ବାରଣ ମହିଳା ଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

IMG-20230523-WA0016
Share

ଅନ୍ତିଷ୍ଟି କ୍ରିୟା କାର୍ଯ୍ୟରେ ଗ୍ରାମବାସୀ ଙ୍କ ବାରଣ ମହିଳା ଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ
————————————-
ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ଗ୍ରାମରେ ନିଜ ବଂଶର ଏକ ଅନ୍ତିଷ୍ଟି କାର୍ଯ୍ୟରେ ଯୋଗଦେବାକୁ ଯାଇଥିବା ଜୈନେକ ମହିଳାଙ୍କୁ କିଛି ଗ୍ରାମବାସୀ ବାରଣ କରି ତାଙ୍କ ପରିବାର କୁ ଗ୍ରାମରେ ବାଛନ୍ଦ ହୋଇଛି ତମେ ଗ୍ରାମକୁ ଆସିପାରିବ ନାହିଁ ବୋଲି ବିରୋଧ କରିଥିଲେ l ଫଳରେ ମହିଳା ଜଣକ ଅପମାନ ସହି ନପାରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ମହିଳା ଜଣଙ୍କ ହେଲେ ଉକ୍ତ ଗ୍ରାମର ଜେ. ନାରାୟଣ ରେଡି ଙ୍କ ପତ୍ନୀ ଜେ. ଜେମା ରେଡି l ମହିଳା ଜଣଙ୍କ ବର୍ତ୍ତମାନ ଗୁରୁତ୍ୱ ର ଅବସ୍ଥାରେ ବ୍ରହ୍ମପୁର ମେଡିକେଲ ରେ ଚିକିଶ୍ଚିତ ହେଉଥିବା ଜଣାଅପଡ଼ିଛି l