March 20, 2026

ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

IMG-20260319-WA0072
Share

ବୁଗୁଡ଼ା : ତା ୧୯/୦୩/୨୬ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଆଜି ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ବରିଷ୍ଠା ଗୁରୁମା ଝିଲ୍ଲୀ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ ଯୋଗ ଦେଇ ରାଷ୍ଟ୍ରୀୟ ନବବର୍ଷ ପାଳନ ଏବଂ ଏହାର ପୌରାଣିକ ଓ ଐତିହାସିକ ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ପବିତ୍ର ଚୈତ୍ର ଶୁକ୍ଲ ପ୍ରତିପଦାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶାରୀରିକ ପ୍ରମୁଖ ଗୁରୁଜୀ ସଞ୍ଜୟ କୁମାର ଷଡଙ୍ଗି ଗୈରିକ ଧ୍ବଜା ଆରୋହଣ ଏବଂ ଛାତ୍ରୀ ଆଦ୍ଯାଶା ରାଣୀ ଡାକୁଆ, ପଦ୍ମିନୀ ବେହେରା ଓ ସ୍ନେହାରାଣୀ ପରିଡା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଗୁରୁମା ରଶ୍ମିତା ବେହେରା ବନ୍ଦନା ଗାନ କରିଥିଲେ। ଏଥି ସହ ଗୁରୁମା ହରପ୍ରିୟା ମିଶ୍ର ବୌଦ୍ଧିକ ଏବଂ ଛାତ୍ରୀ ପ୍ରଜ୍ଞା କୁମାରୀ ଗୌଡ ଅମୃତ ବଚନ ପ୍ରଦାନ କରିଥିଲେ । ଗୁରୁମା ରସନା କୁମାରୀ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁଜୀ ଲଡୁ କିଶୋର ନାୟକ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଶେଷରେ ଗୁରୁଜୀ ଡି.ଗାନ୍ଧୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଶିଶୁ ମନ୍ଦିର ପରିସରରେ ବୁଗୁଡା ପ୍ରଭାତ ଶାଖାର କାର୍ଯ୍ୟବାହ ସରୋଜ କୁମାର ପ୍ରଧାନଙ୍କ ପୌରୋହିତ୍ଯରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି ।