November 17, 2024
Share

*╭───────────────────╮*

*🌄ସକାଳର ଖବର, ୨୩-ମେ-୨୦୨୩, ମଙ୍ଗଳବାର*

*╰───────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ବିଶ୍ୱ ଦରବାରରେ ବଢ଼ୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା । ପପୁଆ ନ୍ୟୁ ଗିନି ଏବଂ ଫିଜିରେ ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ଶ୍ରୀ ମୋଦୀ l ଫିଜିର ପ୍ରଧାନମନ୍ତ୍ରୀ ସିଟିଭିନି ରାବୁକାଙ୍କଠାରୁ ଗ୍ରହଣ କଲେ ଏହି ପଦକ l

 

➡️୨-ଆଜି ସନ୍ଧ୍ୟାରେ ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଉଜ୍ଜ୍ୱଳ ଗ୍ରହ ଶୁକ୍ର | ଆଜି ସେମାନଙ୍କ ଭିତରେ କୋୖଣିକ ଦୂରତା ପ୍ରାୟ ୨ ଡିଗ୍ରୀ ରହିବ | ଜୁନ ୧୫ ଯାଏଁ ଚନ୍ଦ୍ର ପାଖରେ ଦିଶିବ ଶୁକ୍ର l

 

➡️୩-ରାଜ୍ୟରେ ବଢ଼ିଲା +୨ ସ୍କୁଲ୍‌ର ବିଜ୍ଞାନ ଓ କଳା ସିଟ୍‌; ୧୦୬ ବିଦ୍ୟାଳୟ ପାଇଁ ବଢ଼ିଲା ୧୩,୪୬୮ ସିଟ୍‌ l

 

➡️୪-ଚଳିତମାସ ୨୯ ତାରିଖରୁ ଆରମ୍ଭ ହେବ ଅନ୍‌ଲାଇନ୍‌ରେ +2 ସ୍ପଟ ଆଡମିଶନ୍ l ମେରିଟ୍ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀ ପାଇବେ ସିଟ୍ l କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍‌ସ ପକ୍ଷରୁ ଆରମ୍ଭ ହେବ ଏହି ବ୍ୟବସ୍ଥା l

 

➡️୫-India Post GDS recruitment 2023: ଆଜିଠାରୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ୧୨ ହଜାରରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ହେଲା ଜାରି l

 

➡️୬-ଏଣିକି ସ୍ନାତକରେ ବାଧ୍ୟତାମୂଳକ ହେବ ଇଣ୍ଟର୍ଣ୍ଣସିପ୍‌‌ l ନୂଆ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବାକୁ ଥିବାବେଳେ ଏ ସମ୍ପର୍କିତ ସବିଶେଷ ମାର୍ଗଦର୍ଶିକା ଖୁବଶୀଘ୍ର ପ୍ରକାଶ ପାଇବ l

 

➡️୭-ଚାଷୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତି, ୨୦୨୩ ଖରିଫ୍‌ରୁ ୨୦୨୫-୨୬ ରବି ପର୍ଯ୍ୟନ୍ତ ଚାଷୀଙ୍କ ପ୍ରିମିୟମ ଦେବେ ସରକାର। ଏଥିରେ ରାଜ୍ୟର ୩୨ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ।

 

➡️୮-ଅଷ୍ଟ୍ରେଲିଆର ରାଜଧାନୀ ସିଡନିରେ ପ୍ରଧାନମନ୍ତ୍ରୀ ମୋଦୀ, ଆଜି ଭାରତୀୟଙ୍କୁ କରିବେ ସମ୍ବୋଧନ l ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ସହ ଦ୍ବିପାକ୍ଷିକ ସଂପର୍କ ଉପରେ କରିବେ ଆଲୋଚନା l

 

➡️୯-ବଢ଼ିଲା ରସଗୋଲା ଦାମ୍, ପାହାଳ ରେ ଆଜିଠୁ ଲାଗୁହେବ ବର୍ଦ୍ଧିତ ଦର l ନୂଆ ଦର ହିସାବରେ ୫ ଟଙ୍କିଆ ମିଠା ୬ ଟଙ୍କା, ୧୦ ଟଙ୍କା ମିଠା ୧୨ ଟଙ୍କା, ୨୦ ଟଙ୍କା ମିଠା ୨୫ ଟଙ୍କାରେ ହେବ ବିକ୍ରି ।

 

➡️୧୦-ଆଜିଠାରୁ ଆରମ୍ଭ ହେବ ୨ ହଜାର ଟଙ୍କିଆ ନୋଟ ବଦଳ ପ୍ରକ୍ରିୟା । ଯଥେଷ୍ଟ ସମୟ ଥିବାରୁ ବ୍ୟାଙ୍କରେ ଭିଡ ନକରିବାକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଲେ ପରାମର୍ଶ l

 

➡️୧୧-ନକଲି ଶିକ୍ଷକ ଧରପଗଡ଼ରେ ଆରମ୍ଭ ହେଲା ଆକ୍ସନ୍‌ l ୧୩ହଜାର ଶିକ୍ଷକଙ୍କ ସାର୍ଟିଫିକେଟ୍‌ରେ ନାହିଁ ତାଳମେଳ l

 

➡️୧୨-ପୃଥିବୀ ପୃଷ୍ଠରେ ଆର୍ଟିଫିସିଆଲ୍ ଚନ୍ଦ୍ର, ୯୦୦ ଫୁଟ୍‌ର ‘ମୁନ୍‌’ ରିସର୍ଟ ନିର୍ମାଣ କରିବ ଦୁବାଇ l

 

➡️୧୩-ଲୋକାର୍ପିତ ହେଲା ସଂଘର୍ଷମୟ ଜୀବନର କାହାଣୀ ଚଳଚ୍ଚିତ୍ର ‘ଟି’ ର ଟ୍ରେଲର, ମେ ୨୫ରେ କରିବ ମୁକ୍ତିଲାଭ l

 

➡️୧୪-ଲୋକପ୍ରିୟ ବଲିଉଡ ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କର ହେଲା ସନ୍ଦେହଜନକ ମୃତ୍ୟୁ l

 

➡️୧୫-ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଡିସେମ୍ବର ସୁଦ୍ଧା ପୂରଣ ହେବ ସମସ୍ତ ଡାକ୍ତର ପଦ l

 

➡️୧୬-ପୁଣି ନୂଆ ରେକର୍ଡ କଲା ସିନେମା ଦ କେରଳ ଷ୍ଟୋରୀ । ରିଲିଜର ୧୭ଦିନ ଭିତରେ ରୋଜଗାର କଲା ୨୦୦କୋଟି ଟଙ୍କାର ବ୍ୟବସାୟ l

 

➡️୧୭-ୟୁରୋପର ସବୁଠୁ ବଡ଼ ପରମାଣୁ ପ୍ଲାଣ୍ଟ୍‌କୁ ବନ୍ଦ ହେଲା ବିଜୁଳି ସଂଯୋଗ, ଯଦି ୧୦ ଦିନ ଭିତରେ ପ୍ଲାଣ୍ଟକୁ ବାହ୍ୟ ଶକ୍ତି ନମିଳେ ତେବେ ସମଗ୍ର ଦୁନିଆ ରେଡିଏସନର ଶିକାର ହୋଇପାରେ।

 

➡️୧୮-ନୂଆ ସଂସଦ ଭବନ ଉଦଘାଟନ ପୂର୍ବରୁ ବିରୋଧ: ପ୍ରଧାନମନ୍ତ୍ରୀ ନକରି ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ରାହୁଲ ଗାନ୍ଧୀଙ୍କ ଦାବିକୁ ଓଡିଶା କଂଗ୍ରେସ କଲା ସମର୍ଥନ l

 

➡️୧୯-ଇଟାଲୀରେ ପ୍ରଳୟଙ୍କାରୀ ବନ୍ୟାଯୋଗୁଁ ଗଲାଣି ୧୨ରୁ ଅଧିକ ଲୋକଙ୍କ ଜୀବନ, ୩୬ ହଜାରରୁ ଅଧିକ ଲୋକ ହେଲେଣି ବାସହରା l

 

➡️୨୦-ଆଇପିଏଲରେ ଆଜି କ୍ବାଲିଫାୟାର-୧ରେ ଗୁଜରାଟ ଟାଇ‌ଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା ।

 

➡️୨୧-ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଭାରତୀୟ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ପୁଣି ଥରେ ଇତିହାସ । ହେଲେ ବିଶ୍ବର ନଂ୧ ଜାଭେଲିନ ଫିଙ୍ଗାଳି l

 

➡️୨୨-BCCIର ବଡ଼ ଘୋଷଣା, ଆଗାମୀ ୫ ବର୍ଷ ପାଇଁ Adidas ହେଲା ଟିମ୍‌ ଇଣ୍ଡିଆର ନୂଆ କିଟ୍‌ ସ୍ପନସର୍ l

 

➡️୨୩-ଜୁନ୍‌ ୭ ତାରିଖରୁ ଆରମ୍ଭ ହେଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ପ୍ରସ୍ତୁତି ପାଇଁ ଭାରତୀୟ ବ୍ୟାଟର୍‌ ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ‌ମୋଟ୍‌ ୭ ଜଣ ଦଳୀୟ ଖେଳାଳି ଆଜି ଇଂଲଣ୍ଡ ଗସ୍ତ କରିବେ।

 

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

 

*🔅ଆଜି ଆନ୍ତର୍ଜାତୀୟ କଇଁଛ ଦିବସ ll*

*🔅ଆଜି ଉମା ଚତୁର୍ଥୀ ll*

 

*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*

 

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

*ll ଶୁଭ ସକାଳ,ସୁପ୍ରଭାତ ll*